ଓଡିଶା

odisha

ଆମକୁ 35 ଲୋକସଭା ସିଟ୍ ଦିଅ, 2025 ପୂର୍ବରୁ ଭାଙ୍ଗିବ ମମତା ସରକାର: ଶାହ

By

Published : Apr 14, 2023, 8:43 PM IST

ଆଗାମୀ 2024 ରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । ଏଥିପାଇଁ ବଙ୍ଗାଲବାସୀଙ୍କ ଆଶୀର୍ବାଦ ଜରୁରୀ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

WB Visit Shah
WB Visit Shah

ନୂଆଦିଲ୍ଲୀ: ଆଗାମୀ 2024 ରେ 35ଟି ଲୋକସଭା ଆସନ ଦିଅନ୍ତୁ । 2025 ପୂର୍ବରୁ ମମତା ବାନାର୍ଜୀ ସରକାର ପତନ ହେବ । ରାମ ନବମୀରେ ଆଉ ହିଂସା ହେବ ନାହିଁ । ବଙ୍ଗାଲରେ ବୋମା ଫୁଟିବ ନାହିଁ । ଶାନ୍ତି ପ୍ରିୟ ପଶ୍ଚିମବଙ୍ଗରେ ଭାଇଚାରାକୁ ସୁଦୃଢ କରିବା ପାଇଁ ଏକ ସ୍ବଚ୍ଛ ସରକାର ଆବଶ୍ୟକ । ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ମମତାଙ୍କ ଗଡରେ ଏଭଳି ଗର୍ଜିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଏହାବି ପଢନ୍ତୁ -Rahul Bungalow: ଘର ଖାଲି କଲେ ରାହୁଲ, ଟ୍ରକ ଲଗେଇ ବୋହିଲେ ସାମଗ୍ରୀ

ଆଜି ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାରେ ନିର୍ମିତ ଦଳୀୟ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ପରେ ସିଉଡିରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ଶାହ କହିଥିଲେ, ‘‘ଆଗାମୀ 2024 ରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । ଏଥିପାଇଁ ବଙ୍ଗାଲବାସୀଙ୍କ ଆଶୀର୍ବାଦ ଜରୁରୀ । ବଙ୍ଗଲାବାସୀ ବିଧାନସଭାରେ 77 ଟି ଆସନରେ ଆଶୀର୍ବାଦ ଦେଇ ବିଜେପିକୁ ବଡ ଦାୟିତ୍ବ ଦେଇଛନ୍ତି । ପୁରା ବଙ୍ଗାଲର ସୁରକ୍ଷା, ସମୃଦ୍ଦି ଓ ସମ୍ମାନ ହେଉଛି ବିଜେପିର ଦାୟିତ୍ବ । ରାଜ୍ୟବାସୀ ବିଜେପିକୁ 2024 ରେ 35 ଟି ଲୋକସଭା ଆସନ ଦିଅନ୍ତୁ । 2025 ପୂର୍ବରୁ ମମତା ଦିଦି ସରକାରର ପତନ ହେବ । ରାମ ନବମୀରେ ଆଉ ହିଂସା ହେବ ନାହିଁ । ବଙ୍ଗାଲରେ ବୋମା ଫୁଟିବ ନାହିଁ । ବଙ୍ଗାଲରେ ମମତା ଦିଦିଙ୍କ ଦାଦାଗିରିର ମୁକାବିଲା ପାଇଁ ବିରୋଧୀ ଦଳନେତା ଶୁଭେନ୍ଦୁ ଅଧିକାରୀ ଲଢେଇ କରୁଛନ୍ତି । ଶୁଭେନ୍ଦୁଙ୍କ ହାତକୁ ଟାଣ କରିବାକୁ ଆହ୍ବାନ ଦେଇଥିଲେ ଶାହ ।

ଏହାବି ପଢନ୍ତୁ- WATCH VIDEO: ଆମ୍ବେଦକରଙ୍କ 125 ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚିତ, ବଢିଲା ସହରର ଶୋଭା

ମମତା ବାନାର୍ଜୀଙ୍କ ବିରୋଧରେ ଗର୍ଜନ କରି ଶାହ କହିଥିଲେ, ଶାନ୍ତିର ସୋନାର ବଙ୍ଗାଲ ପାଇଁ ଦିଦି ପୁତୁରାଙ୍କୁ ହଟାଇବାକୁ ପଡିବ । ଉଭୟଙ୍କୁ ହରାଇଲେ ହିଁ ପଶ୍ଚିମବଙ୍ଗର ଭାଗ୍ୟ ପରିବର୍ତ୍ତନ ହେବ । ମମତା ବାନାର୍ଜୀ ଚାହୁଁନାହାଁନ୍ତି ବଙ୍ଗାଲବାସୀ ଆୟୁଷ୍ମାନ ଭାରତର ଲାଭ ପାଆନ୍ତୁ । ନିଜର ରାଜନୈତିକ ସ୍ବାର୍ଥ ପାଇଁ ମମତା ବଙ୍ଗାଲବାସୀଙ୍କ ଅଧିକାର କ୍ଷୁ୍ର୍ଣ୍ଣ କରୁଛନ୍ତି । ରାଜ୍ୟବାସୀ ପଶ୍ଚିମବଙ୍ଗରେ ଥରେ ବିଜେପିକୁ ସୁଯୋଗ ଦିଅନ୍ତୁ । ବିଜେପି ବଙ୍ଗାଲକୁ ବିକାଶର ନୂଆସ୍ତରକୁ ନେଇଯିବ ।

ଏହାବି ପଢନ୍ତୁ- Delhi Excise Case: ୧୬ରେ ହାଜର ପାଇଁ କେଜ୍ରିୱାଲଙ୍କୁ ସମନ କଲା CBI, AAPରେ କମ୍ପନ

ଶାହ ଆହୁରି କହିଥିଲେ ବଙ୍ଗାଲରୁ ବୋମ ଧମାକା ବନ୍ଦ କରିବା ପାଇଁ, ବେଆଇନ ଗୋରୁ ଚାଲାଣା, ବେଆଇନ ଅନୁପ୍ରବେଶ ଭଳି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ । ଏହା ମମତା ବାନାର୍ଜୀ କରିପାରିବେ ନାହିଁ । ଏଥିପାଇଁ ବିଜେପି ସରକାର ରାଜ୍ୟରେ ପ୍ରତିଷ୍ଠା ହେବା ଦରକାର । ଏହି ସାଧରଣ ସଭାରେ ଶାହ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶ ମୂଳର କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।

ABOUT THE AUTHOR

...view details