ଓଡିଶା

odisha

ଏପ୍ରିଲ ମଧ୍ୟଭାଗରେ କୋରୋନା ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଶୀର୍ଷ ଛୁଇଁବ: ବିଶେଷଜ୍ଞ

By

Published : Apr 3, 2021, 9:13 AM IST

ଦେଶରେ ଚାଲିଥିବା କୋଭିଡ୍‌ ସଂକ୍ରମଣର ଦ୍ବିତୀୟ ଲହର ଏପ୍ରିଲ ମଧ୍ୟଭାଗରେ ଶୀର୍ଷ ଛୁଇଁବ । ଏନେଇ ଏକ ଗାଣିତିକ ମଡେଲ୍‌ ମାଧ୍ୟମରେ ପୂର୍ବାନୁମାନ କରିଛନ୍ତି ବୈଜ୍ଞାନିକମାନେ । ଅଧିକ ପଢନ୍ତୁ...

ଏପ୍ରିଲ୍‌ ମଧ୍ୟଭାଗରେ କୋଭିଡ୍ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଶୀର୍ଷ ଛୁଇଁବ: ବିଶେଷଜ୍ଞଙ୍କ ମତ
ଏପ୍ରିଲ୍‌ ମଧ୍ୟଭାଗରେ କୋଭିଡ୍ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଶୀର୍ଷ ଛୁଇଁବ: ବିଶେଷଜ୍ଞଙ୍କ ମତ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୋଭିଡ୍‌ ସଂକ୍ରମଣର ଦ୍ବିତୀୟ ଲହର ଏପ୍ରିଲ ମଧ୍ୟଭାଗରେ ଶୀର୍ଷ ଛୁଇଁବ । ଏନେଇ ଏକ ଗାଣିତିକ ମଡେଲ୍‌ ମାଧ୍ୟମରେ ପୂର୍ବାନୁମାନ କରିଛନ୍ତି ବୈଜ୍ଞାନିକମାନେ । ଏବଂ ମେ’ ମାସ ଶେଷ ସୁଦ୍ଧା ସଂକ୍ରମଣ କ୍ଷେତ୍ରରେ ଉଲ୍ଲେଖନୀୟ ହ୍ରାସ ଘଟିପାରେ ବୋଲି ଆକଳନ କରାଯାଇଛି । ବୈଜ୍ଞାନିକଙ୍କ ଆକଳନ ଥିଲା ଯେ, ଅଗ‌ଷ୍ଟରେ ବଢ଼ିଥିବା ସଂକ୍ରମଣ ସେପ୍ଟେମ୍ବର ସୁଦ୍ଧା ଶୀର୍ଷ ଛୁଇଁବ ଏବଂ ୨୦୨୧ ଫେବ୍ରୁଆରି ବେଳକୁ ଏହା କମିବ ।

କିନ୍ତୁ ଗତ କିଛି ଦିନର ସଂକ୍ରମଣକୁ ଆକଳନ କରିବାପରେ ଜଣାପଡ଼ିଛି ଯେ, ଏପ୍ରିଲ ୧୫-୨୦ ମଧ୍ୟରେ ଦ୍ବିତୀୟ ଲହର ସଂକ୍ରମଣ ଶୀର୍ଷ ଛୁଇଁବ ଏବଂ ଏହାପରେ ସଂକ୍ରମଣ ତଳମୁହାଁ ହେବ । ଆଇଆଇଟି କାନପୁରର ମନିନ୍ଦ୍ର ଅଗ୍ରୱାଲ୍‌ଙ୍କ ସମେତ ଅନ୍ୟ ବୈଜ୍ଞାନିକଙ୍କ ଦ୍ବାରା ହୋଇଥିବା ଆକଳନରୁ ଏହା ଜଣାପଡ଼ିଛି । ଏହା ସହ ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ, ସାମ୍ପ୍ରତିକ ତରଙ୍ଗରେ ପ୍ରଥମ ରାଜ୍ୟ ଯେଉଁଠାରେ କିଛି ଦିନ ମଧ୍ୟରେ ମାମଲା ଶିଖରରେ ପହଞ୍ଚିବ, ସେ ହେଉଛି ପଞ୍ଜାବ ଏବଂ ପରେ ମହାରାଷ୍ଟ୍ର ହୋଇପାରେ ।

ABOUT THE AUTHOR

...view details