ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନା ଭାଇରସର ଦ୍ବିତୀୟ ପର୍ଯ୍ୟାୟ ଲାଗି ରହିଛି । ସାରା ଦେଶରେ ମହାମାରୀର ଲଢେଇକୁ ନେଇ କିଏ ପ୍ରଧାନମନ୍ତ୍ରୀକୁ ସମାଲୋଚନା କରୁଛି ତ କିଏ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରୁଛି । ଏ ଭଳି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଛି । କେନ୍ଦ୍ର ରାଜ୍ୟ ମଧ୍ୟରେ ସଂଘୀୟ ଢାଞ୍ଚାରେ କିଭଳି କାର୍ଯ୍ୟ କରନ୍ତି ତାହା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦେଶର ପିଏମ ମୋଦି ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଟ୍ବିଟ କରିଛନ୍ତି ।
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କି ଭଳି ସମନ୍ବୟ ରକ୍ଷା କରାଯାଏ ତାହା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କିରଛନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କକୁ ନେଇ ଏକ ଘଟଣାକୁ ମନେ ପକାଇଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଏମ ମୋଦିଙ୍କୁ ଯୋଗାଯୋଗ କରି ମେଡିକାଲ ଟେଷ୍ଟ କିଟର ଜରୁରୀ ଆବଶ୍ୟକତାକୁ ଦେଖି ତୁରନ୍ତ ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ମହାରାଷ୍ଟ୍ରର ପୁନେ,ନାସିକ କିମ୍ବା ମୁ୍ମ୍ବାଇର ଏୟାରପୋର୍ଟକୁ ଜରୁରୀ ବ୍ୟବହାର ପାଇଁ ଖୋଲି ତୁରନ୍ତ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ଏହା ସହ ବାୟୁସେନା ହେଲିକ୍ୟାପ୍ଟର ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ପିଏମ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଥିଲା । ସମସ୍ତ ପ୍ରକାରର ଅଫିସିଆଲ କାର୍ଯ୍ୟ କରାଯାଇ ତୁରନ୍ତ ନାସିକ ଏୟାରପୋର୍ଟକୁ ଖୋଲାଯାଇଥିଲା ଏବଂ ବାୟୁସେନାର ସ୍ବତନ୍ତ୍ର ହେଲିକ୍ୟାପ୍ଟର ଯୋଗେ 6 ଘଣ୍ଟା ମଧ୍ୟରେ ମେଡିକାଲ ଟେଷ୍ଟ କିଟ ଓ ସାମଗ୍ରୀ ତୁରନ୍ତ ଭୁବନେଶ୍ବର ପଠାଯାଇଥିଲା ।