ଓଡିଶା

odisha

Himachal Flood: ସୁରକ୍ଷିତ ଉଦ୍ଧାର ହୋଇଛନ୍ତି 70 ହଜାର ପର୍ଯ୍ୟଟକ କହିଲେ ମୁଖ୍ୟମନ୍ତ୍ରୀ

By

Published : Jul 15, 2023, 10:30 PM IST

ହିମାଚଳ ପ୍ରଦେଶରେ 70 ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକୁ । କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଭିତ୍ତିଭୂମି ପୁନରୁଦ୍ଧାର । 8 ହଜାର କୋଟି ରାଜସ୍ବ ହାନୀ ନେଇ ପ୍ରାଥମିକ ଆକଳନ । ଅଧିକ ପଢନ୍ତୁ

Himachal Flood: 70 ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ
Himachal Flood: 70 ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ

ଶିମଲା:ମୌସୁମୀଜନିତ ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ । ପର୍ଯ୍ୟଟନ ପାଇଁ ଦେଶରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ସୃଷ୍ଟି ହୋଇଥିବା ବନ୍ୟାରେ ପର୍ଯ୍ୟଟକମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ବନ୍ୟା ଓ ଭୂସ୍ଖଳନ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରାୟ 70 ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକୁ । ଉଦ୍ଧାର କରାଯାଇଥିବା ପର୍ଯ୍ୟଟକଙ୍କୁ ପ୍ରାଥମିକ ସହୟତା ପରେ ସେମାନଙ୍କ ରାଜ୍ଯକୁ ସୁରକ୍ଷିତ ପଠାଯାଇ ସାରିଥିବା ମଧ୍ୟ ମୁଖ୍ୟମନ୍ତ୍ରୀ ସୁକୁ କହିଛନ୍ତି ।

ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ କାରଣ ପାଇଁ ଏବେ ମଧ୍ୟ ପ୍ରାୟ 5 ଶହ ପର୍ଯ୍ୟଟକ ରାଜ୍ୟର ବିଭିନ୍ନ ରିଲିଫ୍‌ କ୍ୟାମ୍ପରେ ରହିଛନ୍ତି । ସେମାନଙ୍କୁ ଖାଦ୍ୟ, ପ୍ରାଥମିକ ଚିକିତ୍ସା ସୁବିଧା ସହ ଅନ୍ୟ ସମସ୍ତ ଅତ୍ୟାବଶ୍ୟକ ସୁବିଧା ଯୋଗାଯିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟରେ ବନ୍ୟା ସ୍ଥିତି ଓ ଭୂସ୍ଖଳନରେ କାରଣରୁ ବିଭିନ୍ନ ସ୍ଥାନରେ ଦେଶର ବିଭିନ୍ନ କୋଣରୁ ଆସିଥିବା ପର୍ଯ୍ୟଟକ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ 15 ହଜାର ଗାଡି ସହ ସୁରକ୍ଷା କର୍ମୀ ଓ ଉଦ୍ଧାରକାରୀ ଟିମ ମୁତୟନ ହୋଇଥିଲେ । ଏବେ ଉଦ୍ଧାର ଅପରେସନ ଶେଷ ହୋଇଛି । 70 ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସେମାନଙ୍କୁ ରାଜ୍ୟକୁ ପଠାଇବାର ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:-Yamuna Flood Politics: ‘କେନ୍ଦ୍ର-ହରିୟାଣା ସରକାରଙ୍କ ଷଡଯନ୍ତ୍ର, ଭାସୁଛି ଦିଲ୍ଲୀ’

ସେହିପରି ରାଜ୍ୟରେ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର ସହ ବନ୍ୟା ପରେ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ବନ୍ୟା ଓ ଭୂସ୍ଖଳନରେ ପ୍ରଭାବିତ ସ୍ଥାନରେ ପ୍ରାୟ 80 ପ୍ରତିଶତ ଜରୁରୀ ଭିତ୍ତିଭୂମି ସଜଡା ଯାଇସାରିଛି । ଯୋଗାଯୋଗ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସରବରାହ ସେବା ସହ ଟେଲି ଯୋଗାଯୋଗକୁ ପ୍ରାଥମିକତା ଆଧାରରେ ପୁନରୁଦ୍ଧାର କରାଯାଉଛି । ଏବେ ରାଜ୍ୟରେ ସ୍ଥିତିରେ ସୁଧାର ଆସିବାରେ ଲାଗିଥିବା ମୁଖ୍ୟମନ୍ତ୍ରୀ କହଛନ୍ତି ।

ଅନ୍ୟପଟେ ଚଳିତ ବନ୍ୟାରେ ରାଜ୍ୟରେ ପ୍ରାୟ 8 ହଜାର କୋଟିର ରାଜସ୍ବ ହାନୀ ହୋଇଥିବା ପ୍ରାଥମିକ ଆକଳନରେ ରାଜ୍ୟ ସରକାର କହିଛନ୍ତି । ଉତ୍ତର ଭାରତରେ ପ୍ରବଳ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ହିମାଚଳ ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଏବେ ମଧ୍ୟ ସ୍ଥିତି ସମ୍ପର୍ଣ୍ଣ ନିୟନ୍ତ୍ରଣକୁ ସ୍ଥିତି ଆସିନାହିଁ । ବନ୍ୟା ପରେ ଭିତ୍ତିଭୂମି ସଜାଡିବା କାର୍ଯ୍ୟ ସରକାରଙ୍କ ପାଇଁ ଏବେ ପ୍ରାଥମିକ ଆହ୍ବାନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details