ଓଡିଶା

odisha

ଉତ୍ତରଖଣ୍ଡରେ ଫସିରହିଥିବା ୨୯୩ ଯାତ୍ରୀଙ୍କୁ ଉଦ୍ଧାର

By

Published : Aug 17, 2023, 7:16 AM IST

ଦେବଭୂମି ଉତ୍ତରଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫସି ରହିଥିବା ୨୯୩ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଅଧିକ ପଢ଼ନ୍ତୁ

Bantoli bridge Collapsed in Rudraprayag
ଉତ୍ତରଖଣ୍ଡରେ ଫସିରହିଥିବା ୨୯୩ ଯାତ୍ରୀଙ୍କୁ ଉଦ୍ଧାର

ଡେରାଡୁନ: ଦେବଭୂମି ଉତ୍ତରଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫସି ରହିଥିବା ୨୯୩ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ରୁଦ୍ରପ୍ରୟାଗ ଜିଲ୍ଲା ସ୍ଥିତ ମଦ୍ମେଶ୍ବର ଧାମକୁ ସଂଯୋଗ କରୁଥିବା ବନ୍ତୋଲି ବ୍ରିଜ ଭୁଶୁଡ଼ିବା ଫଳରେ ତୀର୍ଥଯାତ୍ରୀମାନେ ସେଠାରେ ଫସି ରହିଥିଲେ । ସୁରକ୍ଷା ବାହିନୀଙ୍କ ଦ୍ବାରା ପ୍ରଥମେ ଏକ ଦଉଡ଼ି ସାହାଯ୍ୟରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଗଲା । ଏହାପରେ ହେଲିକପ୍ଟର ଯୋଗେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:Uttarakhand rain disaster: ପ୍ରାକୃତିକ ବିପର୍ଯ୍ୟୟରେ ବେହାଲ ଉତ୍ତରାଖଣ୍ଡ, ଭାଙ୍ଗିଲା ହୋଟେଲ ଭାସିଲେ ଲୋକେ

ଏହା ମଧ୍ୟ ପଢ଼ନ୍ତୁ:Gaurikund Landslide: 20ରେ ପହଞ୍ଚିଲା ନିଖୋଜଙ୍କ ସଂଖ୍ୟା, 3ଦିନ ପରେ ବି ମିଳୁନି ପତ୍ତା

ଗତ ୧୩ ତାରିଖ ରାତିରେ ମଦ୍ମେଶ୍ବର ଧାମରେ ମୂଷଳ ଧାରାରେ ବର୍ଷା ଯୋଗୁଁ ଏହାର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ବନ୍ତୋଲି ବ୍ରିଜ ସମେତ କେତେକ ଅଞ୍ଚଳରେ ରାସ୍ତା ଧୋଇ ହୋଇଯାଇଥିଲା । ଫଳରେ ଶହଶହ ତୀର୍ଥଯାତ୍ରୀଙ୍କ ସମେତ ସ୍ଥାନୀୟ ଲୋକେ ସେଠାରେ ଫସି ରହିଥିଲେ । ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଥିଲେ । ଯାତ୍ରୀଙ୍କ ପକ୍ଷରୁ ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ ପରେ ଘଟଣାସ୍ଥଳରେ SDRF ଏବଂ DDRF ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ଉଦ୍ଧାର ବେଳେ ସମସ୍ୟା ଦେଖାଦେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ଗଲାଣି ୬୬ରୁ ଅଧିକ ଜୀବନ

ଏହା ମଧ୍ୟ ପଢ଼ନ୍ତୁ:କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ: 3 ମୃତ, 17 ରୁ ଅଧିକ ନିଖୋଜ

ବର୍ଷା ବନ୍ଦ ହେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଗତ ମଙ୍ଗଳବାର ମଦ୍ମେଶ୍ବର ଘାଟିରେ ଫସି ରହିଥିବା ୫୨ ଜଣଙ୍କୁ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରାଯାଇଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା । ତେଣୁ ବୁଧବାର ପାଗରେ ପରିବର୍ତ୍ତନ ଆସିବାରୁ ଘାଟିରେ ଫସିଥିବା ଅନ୍ୟ ଲୋକଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଘାଟିରେ ଫସି ରହିଥିବା ସମସ୍ତ ୨୯୩ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ଏବଂ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାରୁ ଜିଲ୍ଲା ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ABOUT THE AUTHOR

...view details