ଓଡିଶା

odisha

ETV Bharat / snippets

ଅଗଷ୍ଟ ୧୭ରେ ହେବ OTET ପରୀକ୍ଷା, ଜାଣନ୍ତୁ କେମିତି ଡାଉନଲୋଡ କରିବେ ଆଡ଼ମିଟକାର୍ଡ

Odisha Teacher Eligibility Test  Admit Card 2024
Odisha Teacher Eligibility Test Admit Card 2024 (ETV Bharat Odisha)

By ETV Bharat Odisha Team

Published : Aug 12, 2024, 3:21 PM IST

କଟକ: ଆସନ୍ତା ୧୭ ତାରିଖରେ ହେବ ୨୦୨୪ ମସିହାର OTET ପରୀକ୍ଷା । 2ଟି ପେପର ପରୀକ୍ଷା 2ଟି ସିଟିଂରେ କରାଯିବ । ପେପର-୧ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ସକାଳ ୧୧.୩୦ରେ ଶେଷ ହେବ । ସେହିପରି ପେପର-୨ ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୪.୩୦ରେ ଶେଷ ହେବ । ପେପର-୧ରେ ୩୪ ହଜାର ୧୧୬ ଜଣ ପରୀକ୍ଷାର୍ଥୀ ଏବଂ ପେପର-୨ରେ ୧ ଲକ୍ଷ ୭ ହଜାର ୧୬୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସାରା ରାଜ୍ୟରେ ୪୩୦ଟି କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ କରାଯିବ । ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡ଼ମିଟକାର୍ଡ ବୋର୍ଡ ୱେବ ସାଇଟରୁ ଡାଉନଲୋଡ କରିପାରିବେ । www. bseodisha.ac.inୱେବ ସାଇଟରୁ ପରୀକ୍ଷାର୍ଥୀମାନେ ଆଡ଼ମିଟକାର୍ଡ ଡାଉନଲୋଡ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details