ଓଡିଶା

odisha

ETV Bharat / videos

ଆର୍ଥ ଆୱାର: ବାଲୁକା ଚିତ୍ରକଳାରେ ସଚେତନତାର ବାର୍ତ୍ତା - earth hour 2024 - EARTH HOUR 2024

By ETV Bharat Odisha Team

Published : Mar 22, 2024, 10:31 PM IST

Sand Art On Earth Hour: ପୁରୀ: ଆସନ୍ତାକାଲି 23 ମାର୍ଚ୍ଚ । ସାରା ବିଶ୍ଵ ପାଳନ କରିବ ଆର୍ଥ ଆୱାର । ବିଜୁଳି ଶକ୍ତି ଅପଚୟ ରୋକିବା, ପରିବେଶ ସୁରକ୍ଷା ବାର୍ତା ନେଇ ଏହି କାର୍ଯ୍ୟକ୍ରମ ସାରା ବିଶ୍ଵବାସୀ ପାଳନ କରୁଛନ୍ତି । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର୍ ବାଲୁକା ଚିତ୍ର କଳା ନିର୍ମାଣ କରିଛନ୍ତି । ପୁରୀର ନିଳାଦ୍ରୀ ବିଚରେ ଏହି ଅର୍ଥ ଆୱାର ଥିମର ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ।

ଯେଉଁଥିରେ ସେ ବାର୍ତ୍ତା ଦେଇଛନ୍ତି 23 ମାର୍ଚ୍ଚର ରାତି 8 ଟା 30 ରୁ 9 ଟା 30 ଯାଏ ଆର୍ଥ ଆୱାରରେ ସମସ୍ତେ ସାମିଲ ହୁଅନ୍ତୁ । ଏହି ଏକ ଘଣ୍ଟା ଘରେ ଥିବାବେଳେ ଅଯଥା ଆବଶ୍ୟକ ନ ଥିବା ଲାଇଟ୍, ବିଦ୍ୟୁତ ଉପକରଣ ବନ୍ଦ କରନ୍ତୁ । ତେବେ ସାରା ବିଶ୍ଵରେ ଏହା ପାଳନ କରାଯାଉଥିବା ବେଳେ ଭାରତରେ ଏହି କାର୍ଯକ୍ରମ ନେଇ ସଚେତନତା ପାଇଁ ଏହି ବାଲୁକା ଚିତ୍ରକଳା କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଏହା ମଧ୍ୟ ପଢନ୍ତୁ ....ରିପୋର୍ଟ: ହୋଲିରେ 40 ଡିଗ୍ରୀ ପାର ହୋଇପାରେ ତାପମାତ୍ରା  

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details