ଓଡିଶା

odisha

ETV Bharat / videos

ରଥଖଳା ହାଲଚାଲ: ଚାଲିଛି ଅର ସହିତ ପହି ସଂଯୋଗ - Ratha Khala Halchal

By ETV Bharat Odisha Team

Published : May 27, 2024, 9:57 PM IST

Construction of Chariot: ପୁରୀ: ରଥ ନିର୍ମାଣକୁ ନେଇ ରଥଖଳା ଚଳଚଞ୍ଚଳ । ଚାଲିଛି ଅର ସହିତ ପହି ସଂଯୋଗ  । ଆସନ୍ତା ବୁଧବାର ଅର୍ଥାତ୍ ୨୯ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ତିଥି । ବିଧି ଅନୁଯାୟୀ ଏହି ଦିନ ତିନି ରଥର ୬ଟି ଚକ ଡେରାଯିବ। ତିନି ରଥ ପାଇଁ ୩ ଟି ନାହକା ଅଖ ଓ ୬ ଗୋଟିଏ ଚକ ତିଆରି କରି ସାରିଛନ୍ତି ବିଶ୍ଵକର୍ମା । ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରଭୁଙ୍କ ଆଜ୍ଞାମାଳ ଆସିବା ପୂର୍ବରୁ ଏହା ସଂଯୋଗ କରାଯିବ । ତେବେ ରଥଖଳାରେ ବିଶ୍ଵକର୍ମା ମହାରଣା ଏବେ ଚକ ନିର୍ମାଣ ସହ ତିନି ରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ଓରାର ଚଉପଟ କାର୍ଯ୍ୟ ଶେଷ କରିଛନ୍ତି । ଏଥିସହ କୁଡୁକାର ଚଉପଟ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ଜନ୍ତାଗାଡରେ ଭୋଇ ସେବକମାନେ ସିଙ୍ଗଡା ବାଡିଆ କାର୍ଯ୍ୟ କରୁଥିବାବେଳେ ରଥଚାଳିରେ ଚକ ନିର୍ମାଣ ପାଇଁ ମୁଖ୍ୟ ବିଶ୍ଵକର୍ମା ଅରରେ ପଇ ପିନ୍ଧା, ଯୋକା, ଜଳଯନ୍ତ୍ର, କୁଡୁକା କାମ ଜାରି ରଖିଛନ୍ତି ।
 

ଏହା ବି ପଢନ୍ତୁ...ରଥ ଖଳା ହାଲଚାଲ: ତିନିରଥର ନାହାକ ତୁମ୍ୱରେ ପନ୍ଦାରି ବଳା ଲାଗି ଅନୁକୂଳ, ତୁମ୍ବ ଅରରେ ପଇ ପିନ୍ଧା - Ratha Khala Halchal


ନନ୍ଦିଘୋଷ ଓ ତାଳଧ୍ଵଜ ରଥରେ ୧୬ଟି ଲେଖାଏଁ ଜୋକା ଓ ଦର୍ପଦଳନ ରଥରେ ୧୨ଟି ଜୋକା ସ୍ଥାପନ ହେବ। ବିଶ୍ଵକର୍ମା ମହାରଣାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ ବିଲେଇ ବାଡ଼ିଆ ପଦ୍ଧତିରେ ଅର ଓ ପହିକୁ ସଂଯୋଗ କରୁଛନ୍ତି। ପହିର ବିନ୍ଧରେ କିଳା ଦେଇ ଅର ସହିତ ଟାଇଟ୍ କରି ବିଲେଇ ବାଡ଼ିଆ କାର୍ଯ୍ୟ କରାଯାଉଛି । ଯନ୍ତାପଟାରେ ପଡି ତୁମ୍ବ ସହିତ ଅର ବା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ପରେ କଳସା କରାଯାଇ ପହିକୁ ଖାପରେ ବାନ୍ଧେଣୀ କରି ଚକ ପ୍ରସ୍ତୁତ କରାଯାଉଛି। 

ଇଟିଭି ଭାରତ, ପୁରୀ
 

ABOUT THE AUTHOR

...view details