ଓଡିଶା

odisha

ETV Bharat / videos

କଳାହାଣ୍ଡିରେ ଆରମ୍ଭ ହେଲା ଧାନ ମଣ୍ଡି

By ETV Bharat Odisha Team

Published : Nov 29, 2024, 10:53 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲେ ଧାନ କିଣା ପ୍ରକ୍ରିୟା । ଜୁନାଗଡ଼ RMC ଅନ୍ତର୍ଗତ ଘୋଟିଆ ଧାନ ମଣ୍ଡିରେ ଉପଜିଲ୍ଲାପାଳଙ୍କ ଦ୍ୱାରା ପୂଜାର୍ଚନା ପରେ ଆରମ୍ଭ ହୋଇଛି ଧାନ କିଣା । ଆଜି କେବଳ ଜଣେ ଚାଷୀଙ୍କ ଠାରୁ ୫୦ କ୍ଵିଣ୍ଟାଲ ଧାନ କିଣାଯାଇଛି । ଚଳିତ ବର୍ଷ ସରକାର ଧାନର MSP ୨୩୦୦ ଟଙ୍କା ଏବଂ ଇନପୁଟ ସବସିଡି ୮୦୦ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ଧାନ ବିକିଥିବା ଚାଷୀ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ବିନା କଟନୀଛଟନୀରେ ୩୧୦୦ ଟଙ୍କା ପାଇବା ଆଶା ରଖିଛନ୍ତି । ତେବେ ଡିଜିଟାଲ ଆର୍ଦ୍ରତା ମାପ ଯନ୍ତ୍ରକୁ ନେଇ ଚାଷୀଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

କଳାହାଣ୍ଡି ଜିଲ୍ଲାର ୧ ଲକ୍ଷ ୧୪ ହଜାର ୭୮୫ ଜଣ ଚାଷୀ ଧାନ ବିକିବା ପାଇଁ ପଞ୍ଜିକରଣ କରିଛନ୍ତି । ସେଥିପାଇଁ ଜିଲ୍ଲାରେ ୨୨୩ଟି ଧାନ ମଣ୍ଡି ଖୋଲିବ । ମିଲରେ ଧାନ ରଖୁଥ‌ିବା ଖର୍ଚ୍ଚ କ୍ଵଇଣ୍ଟାଲ ପିଛା ପିଛା ୭ ଟଙ୍କା ଏବଂ ଅନ୍ୟପକ୍ଷରେ ୨୦୧୩-୧୪ ମସିହାର ଖର୍ଚ୍ଚ ଫେରସ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାରୁ ମିଲର୍ସ କଷ୍ଟମ ମିଲିଂ ପାଇଁ ରାଜି ହେଉ ନାହାନ୍ତି । ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ତାକୁ ନେଇ ଆଗକୁ ମଣ୍ଡି କିପରି ସୁରୁଖୁରୁରେ ଚଳିବ ସେନେଇ ଚିନ୍ତାରେ ଚାଷୀ ।

ଏହା ମଧ୍ୟ ପଢ଼ନ୍ତୁ...ଡିସେମ୍ବର 27ରୁ ଅନୁଗୋଳରେ ଆରମ୍ଭ ହେବ ଧାନ ସଂଗ୍ରହ, ଏଥର ୯୫ଟି ମଣ୍ଡି

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରରେ ଖରିଫ ଧାନ କିଣା ଆରମ୍ଭ, ମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗ

ଏନେଇ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା କହିଛନ୍ତି, "ଆଜି କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଧାନ ମଣ୍ଡି ଉଦଘାଟନ ହେଲା । ଚଳିତ ବର୍ଷ ଜିଲ୍ଲାରେ ୨୨୩ଟି ଧାନ ମଣ୍ଡି ଖୋଲିଛି ଏବଂ ଧର୍ମଗଡ଼ ଉପଖଣ୍ଡରେ ୧୩୫ଟି ଧାନ ମଣ୍ଡି ଖୋଲିବ । ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଧାନ ପରୀକ୍ଷା ପାଇଁ ସ୍ୱତନ୍ତ୍ର ମେସିନର ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ଧାନ ମଧ୍ୟ ଏହି ମେସିନ ମାଧ୍ୟମରେ ସଫା ହୋଇ ପାରିବ ।"

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details