ଓଡିଶା

odisha

By ETV Bharat Odisha Team

Published : Jul 3, 2024, 10:25 PM IST

ETV Bharat / videos

ଗଛ ଲଗାଇଲେ, 'ସୁଭଦ୍ରା ଯୋଜନା'କୁ ନେଇ ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ - Deputy CM Over Subhadra Yojana

Subhadra Yojana: ଭୁବନେଶ୍ବର: 'ସୁଭଦ୍ରା ଯୋଜନା' ବାବଦରେ ସ୍ପଷ୍ଟୀକରଣ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, "ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡି଼ଶାକୁ ଆସି 'ସୁଭଦ୍ରା ଯୋଜନା'ର ଶୁଭାରମ୍ଭ କରିବେ। ମାଆ ସୁଭଦ୍ରା ବାହାରକୁ ବାହାରି ରଥରେ ବସିଲେ ସୁଭଦ୍ରା ଯୋଜନାର ପ୍ରକ୍ରିୟା ଆରମ୍ଭ ହେବ । ହେଲେ ଲୋକେ ଏହି ଯୋଜନାକୁ ନେଇ କୌଣସି ଭ୍ରମିତ ହୁଅନ୍ତୁ ନାହିଁ । ରାଜ୍ୟ ସରକାର ଏହି ଯୋଜନାର କୌଣସି ଫର୍ମ ବାହାର କରିନାହାନ୍ତି । କେମିତି ଦିଆଯିବ, କାହାକୁ ଦିଆଯିବ କେଉଁଠି ଦିଆଯିବ ସେନେଇ କିଛି ଘୋଷଣା ହୋଇନାହିଁ । କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଲୋକେ ଧାଡି ଲଗାଇ ଫର୍ମ ଆବେଦନ କରୁଛନ୍ତି।"
ଏହା ବି ପଢନ୍ତୁ...‘ମୋଦିଙ୍କ ଜନ୍ମଦିନରେ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା’ - Subhadra Yojana

ଆଜି ଲକ୍ଷ୍ମୀସାଗର ସ୍ଥିତ ମହିଳା ଶିଶୁ କେନ୍ଦ୍ରରେ 'ଏକ ପେଡ୍ ମାଆ କେ ନାମ୍' କାର୍ଯ୍ୟକ୍ରମରେ ଯୋଗଦେଇ ଗଛ ଲଗାଇ ପାଣି ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଅବସରରେ ଉପମୁଖ୍ୟମନ୍ତ୍ରୀ ଯୋଗ କ୍ୟାମ୍ପର ଶୁଭାରମ୍ଭ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଯୋଗ ଶିଖିଥିଲେ। ଭଲି ବଲ କୋର୍ଟ ଏବଂ ବାଡ଼ ମିଣ୍ଟନ କୋର୍ଟର ଶୁଭାରମ୍ଭ କରି ନିଜେ ଖେଳିଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ସହ ମହିଳା ଶିଶୁବିକାଶ ବିଭାଗର ପ୍ରମୁଖ ସଚିବ ଶୋଭା ଶର୍ମା ମଧ୍ୟ ଗଛ ଲଗାଇଥିଲେ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details