ବ୍ରହ୍ମପୁରରେ ଭାରତ ବନ୍ଦ ପ୍ରଭାବ, ସରକାରଙ୍କ ବିରୋଧରେ ଗର୍ଜିଲା ମିଳିତ ଟ୍ରେଡ୍ ୟୁନିଅନ - Farmers Protest
Published : Feb 16, 2024, 6:35 PM IST
Bharat Bandh:ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ । ଚାଷୀ ଓ ଶ୍ରମିକଙ୍କ ବିଭିନ୍ନ ସମସ୍ୟକୁ ନେଇ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି । ଏହି ଅବସରରେ ବ୍ରହ୍ମପୁରର ବିଭିନ୍ନ କୃଷକ ଏବଂ ଶ୍ରମିକଙ୍କ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ସହରର ଶହୀଦ ଲକ୍ଷ୍ମଣ ନାୟକଙ୍କ କମ୍ୟୁନିଟି ହଲ୍ ସମ୍ମୁଖରୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଆୟୋଜନ କରାଯାଇଥିଲା । ଏଥିରେ ମିଳିତ ଟ୍ରେଡ୍ ୟୁନିଅନର କର୍ମକର୍ତ୍ତା ସାମିଲ ହୋଇଥିଲେ । ମୁଖ୍ୟତଃ ଚାଷୀଙ୍କ ଫସଲର ସହାୟକ ଦର ପାଇଁ ଆଇନ ପ୍ରଣୟନ କରିବା, ଦର ବୃଦ୍ଧି ନିୟନ୍ତ୍ରଣ କରିବା, ଲେବର କୋର୍ଡ଼ ବାତିଲ କରିବା, ସରକାରୀ ସମ୍ପତ୍ତି ବିକ୍ରି ବନ୍ଦ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ତେବେ ଏହି ବନ୍ଦ ଡ଼ାକରାକୁ ବ୍ରହ୍ମପୁର ସହରରେ ବିପୁଳ ସମର୍ଥନ ଦେଖିବାକୁ ମିଳିଛି ।
ଏହି କାର୍ଯ୍ୟକ୍ରମରକୁ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡରେସନ ପକ୍ଷରୁ ଆୟୋଜନ କରାଯାଇଥିଲା । ଏଥିରେ ସିଟୁ ପକ୍ଷରୁ ଯୁଧିଷ୍ଠିର ବେହେରା, ଆଇଏନ୍ ଟିୟୁସି ପକ୍ଷରୁ ପୀତବାସ ପଣ୍ଡା,ଏଆଇଟିୟୁସି ପକ୍ଷରୁ ପ୍ରକାଶ ପାତ୍ର, ପ୍ରଦୀପ ସେଠି, ଆମ ଆଦମୀ ପାର୍ଟିର ଆଦିତ୍ୟ ରଥ, ଆଇ.ଏଫ୍.ଟି.ୟୁର ପ୍ରତାପ ଚନ୍ଦ୍ର ପ୍ରଧାନ, AIUTUCର ପାପୁନ ସାହୁ ସମେତ ବହୁ ଶ୍ରମିକ ନେତା ସାମିଲ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ .....ଢେଙ୍କାନାଳରେ ଭାରତ ବନ୍ଦକୁ ସମର୍ଥନ, ଆନ୍ଦୋଳନରେ ସାମିଲ ହେଲେ ଅଙ୍ଗନବାଡି ଓ କଂଗ୍ରେସ କର୍ମୀ
ଇଟିଭି ଭାରତ, ବ୍ରହ୍ମପୁର