ପ୍ରଭାତରେ ଦର୍ଶନ କରନ୍ତୁ ପତିତପାବନଙ୍କ ଦିବ୍ୟ ଆଳତି, ଶୁଭମୟ ହେବ ଦିନ - Mangala Alati - MANGALA ALATI
Published : Oct 1, 2024, 7:07 AM IST
ପୁରୀ: ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପ୍ରତିଦିନ ଶ୍ରୀମନ୍ଦିରରେ ଅନେକ ନୀତକାନ୍ତି ହୋଇଥାଏ । ଆଉ ଭୋରରୁ ମଙ୍ଗଳମୟଙ୍କ ଉଦ୍ଦେଶ୍ୟରେ ହୋଇଥାଏ ମଙ୍ଗଳ ଆଳତି । ଯାହାକୁ ଦେଖିବା ପାଇଁ ଭକ୍ତ ଅପେକ୍ଷା କରି ରହିଥାନ୍ତି । ମନ୍ଦିରରେ ପ୍ରଚଳିତ ନୀତି ମଧ୍ୟରୁ ଆଦ୍ୟନୀତି ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଥାଏ । ଆଜି ମଧ୍ୟ ବ୍ରାହ୍ମ୍ୟ ମୁହୂର୍ତ୍ତରେ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଶଙ୍ଖ ଧ୍ୱନି, ଘଣ୍ଟ ଘଣ୍ଟା ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିସର । ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ଜମିଥିଲା । ଭକ୍ତିମୟ ହୋଇ ଉଠିଥିଲା ପରିବେଶ । ବିଶ୍ବାସ ରହିଛି, ପ୍ରଭୁ ପତିତପାବନଙ୍କ ଏହି ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କଲେ ପାପ କ୍ଷୟ ହୋଇଥାଏ । ଏହି ଦିବ୍ୟ ଆଳତି ଦର୍ଶନ କରିବାକୁ ଦୂରଦୂରାନ୍ତରୁ ଛୁଟି ଆସିଥାନ୍ତି ଭକ୍ତ ।
ଇଟିଭି ଭାରତ, ପୁରୀ