ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ, ଗରୁଡ ସ୍ତମ୍ଭରେ ଦୀପ ଜାଳିଲେ - Modi offers prayer at Srimandir - MODI OFFERS PRAYER AT SRIMANDIR
Published : May 20, 2024, 10:27 AM IST
ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳ ୭ଟାରେ ପ୍ରଧାନମନ୍ତ୍ରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ଶ୍ରୀମନ୍ଦିର ଯାଇ ପ୍ରଥମେ ଗରୁଡ ସ୍ତମ୍ଭ ନିକଟରେ ଅଖଣ୍ଡ ଦୀପରେ ମହାଆଳତୀ କରିଥିଲେ । ଏହାପରେ ବାଇସି ପାହାଚ ଚଢି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ । ପାଟ ଅଗଣାରେ ବୁଲିବା ପରେ ଦର୍ଶନ ସାରି ସିଂହଦ୍ବାର ଦେଇ ବାହାରିଥିଲେ । ୨୦୧୩ ମସିହାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏବଂ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ମୋଦି ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଲୋକସଭା ନିର୍ବାଚନ ସମୟରେ ସେ ପୁରୀ ଗସ୍ତ କରିଥିବା ବେଳେ ତାଙ୍କର ଝଲକ ଟିକିଏ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହୋଇଥିଲା । ହଜାର ହଜାର ସଂଖ୍ୟକ ଲୋକେ ତାଙ୍କୁ ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ବରେ ଛିଡା ହୋଇରହିଥିଲେ । ତେବେ ଦେଖନ୍ତୁ ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦି ପୂଜାର୍ଚ୍ଚନା କରୁଥିବା ସମୟର ଦୃଶ୍ୟ...