ଓଡିଶା

odisha

ସାର ଗୋଦାମରେ କୃଷି ବିଭାଗର ଚଢ଼ାଉ, ବିପୁଳ ପରିମାଣର ସାର ଜବତ - Illegal Fertilizer Seized

By ETV Bharat Odisha Team

Published : Jun 25, 2024, 12:35 PM IST

ସାର ଗୋଦାମରେ କୃଷି ବିଭାଗର ଚଢ଼ାଉ, ବିପୁଳ ପରିମାଣର ସାର ଜବତ (ETV Bharat Odisha)

କଳାହାଣ୍ଡି: ଜିଲ୍ଲା ଗୋଲାମୁଣ୍ଡାଠାରେ ବେଆଇନ ସାର ଗୋଦାମ ଉପରେ କୃଷି ବିଭାଗର ଚଢ଼ାଉ । ଏହି ସମୟରେ ବେଆଇନ ଭାବରେ ଗଛିତ ରଖିଥିବା ସାର ଜବତ କରିଛି ବିଭାଗ । ବିଜୁ ଏକ୍ସପ୍ରେସ ୱେ ପାର୍ଶ୍ଵରେ ଥିବା ଏକ ଦୋକାନ ଗୃହରେ ପୁଲକିତ ବାଓ ଫର୍ଟିଲାଇଜର ପ୍ରାଇଭେଟ ଲିମିଟେଡ ଓଲଡ଼ ଦିଲ୍ଲୀ ଗୁରଗାଓଁ ରୋଡ଼ ନିହାଲ ଭବନ ଡୁଣ୍ଢେରା ଗୁରଗାଁଓ ହରିୟାଣାରୁ ଉଲ୍ଲେଖ ହୋଇଥିବା କିଷାନ ସାର ରହିଥିବା ସ୍ଥାନୀୟ ଖୁଚୁରା ସାର ବ୍ୟବସାୟୀ ମାନେ ଗୋଲାମୁଣ୍ଡା କୃଷି ବିଭାଗ, ଗୋଲାମୁଣ୍ଡା ଥାନାରେ ଲିଖିତ ଏତଲା ଦେଇଥିଲେ । ଅଭିଯୋଗକୁ ଭିତ୍ତି କରି ଗୋଲାମୁଣ୍ଡା ବ୍ଲକ କୃଷି ଅଧିକାରୀ ନୌକେଶ୍ୱର ନାଗ ଏବଂ ଅତିରିକ୍ତ ଗୋଲାମୁଣ୍ଡା ବ୍ଲକ କୃଷି ଅଧିକାରୀ ଲିଙ୍ଗରାଜ ମେହେର ଉକ୍ତ ଦୋକାନ ପାଖକୁ ଯାଇ ମୋଟ ୪୮୦ ବସ୍ତା ସାର ଜବତ କରି ସ୍ଥାନୀୟ କୃଷି ସେବା ସମବାୟ ଠାରେ ଜିମା ଦେଇଛନ୍ତି। ତଦନ୍ତ ସମୟରେ ୩୪୦ବସ୍ତା କିଷାନ ଖତ ନାମକ ଡିଏପି, ସୁପର ଏକ୍ସନ ନାମକ ପଟାସ ୧୪୦ ବସ୍ତା ଏବଂ ୫୦ ବୋତଲ ପ୍ରେଷ୍ଟିସାଇଡ଼ ଜବତ ହୋଇଥିବା ବେଳେ ଷ୍ଟକ ରେଜିଷ୍ଟର, ବିକ୍ରି ରେଜିଷ୍ଟର, ଜମା ରଖିବା ସ୍ଥାନ, ବିକ୍ରି କରିବା ସ୍ଥାନ ଓ ଅନ୍ୟ ସରକାରୀ ତଥ୍ୟ ମାନେ ତଦନ୍ତ କରାଯାଇଥିଲା। କିନ୍ତୁ ଯେଉଁ ବ୍ୟକ୍ତି ଜଣକ ଏହି ସାର ବିକ୍ରି ପାଇଁ ଆଣିଥିଲେ ତାଙ୍କ ପାଖରେ ସଠିକ ତଥ୍ୟ ନ ଥିଲା । ତେବେ କୃଷି ବିଭାଗ ପକ୍ଷରୁ ତଦନ୍ତ ଚାଲିଥିବା ନେଇ କୃଷି ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: କୃଷି ଭବନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details