28ରେ ଖୋଲିବ ହୀରାକୁଦ ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ - HIRAKUD GATES TO BE OPEN - HIRAKUD GATES TO BE OPEN
Published : Jul 25, 2024, 6:31 PM IST
HIRAKUD RESERVOIR GATES WILL OPEN: ସମ୍ବଲପୁର: ଖୋଲିବ ହୀରାକୁଦ ଗେଟ୍ । ଛଡ଼ାଯିବ ଚଳିତ ମୌସୁମୀର ପ୍ରଥମ ବନ୍ୟାଜଳ । ଜୁଲାଇ 28 ତାରିଖ (ରବିବାର) ଦିନ ହୀରାକୁଦରୁ ଛଡ଼ାଯିବ ଚଳିତ ମୌସୁମୀର ପ୍ରଥମ ବନ୍ୟାଜଳ l ଏନେଇ ଆଜି ହୀରାକୁଦ ମେନ୍ ଡ୍ୟାମର ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି l ଆସନ୍ତା ରବିବାର ସକାଳ 9 ଟାରେ ବିଧିପୂର୍ବକ ପୂଜାର୍ଚ୍ଚନା ପରେ 7 ନମ୍ବର ସୁଇଚ୍ ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ।
ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର 604.91 ଫୁଟ୍ ରହିଛି । ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳ ଭଣ୍ଡାରକୁ 1 ଲକ୍ଷ 72 ହଜାର କ୍ୟୁସେକ ବନ୍ୟା ଜଳ ପ୍ରବେଶ କରୁଛି । ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବଢୁ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ଇଟିଭି ଭାରତ, ସମ୍ବଲପୁର