ଓଡିଶା

odisha

By ETV Bharat Odisha Team

Published : Jun 14, 2024, 11:59 AM IST

ETV Bharat / videos

କାମରେ ଆସୁନି ପାନୀୟଜଳ ପ୍ରକଳ୍ପ, ଜଳକଷ୍ଟ ଭୋଗୁଛନ୍ତି ୧୦୦ରୁ ଉର୍ଦ୍ଧ୍ୱ ପରିବାର - Drinking Water Problem

ଦେବଗଡ଼: ଜିଲ୍ଲା ତିଳେଇବଣି ବ୍ଲକ କଲଣ୍ଡା ପଞ୍ଚାୟତ ସାମନ୍ତରାପାଲି ଗ୍ରାମବାସୀ ଆଜକୁ ଦୀର୍ଘବର୍ଷ ହେଲା ଭୋଗି ଆସୁଛନ୍ତି ଉତ୍କଟ ଜଳକଷ୍ଟ । ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଉତ୍କଟ ଜଳକଷ୍ଟ ଗ୍ରାମବାସୀଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି । ଗାଁରେ ଥିବା ନଳକୂପଗୁଡିକ ମଧ୍ୟରୁ ଗୋଟିଏ ମାତ୍ର ନଳକୂପରୁ ପିଇବା ଉପଯୋଗୀ ପାଣି ବାହାରୁ ଥିବାରୁ ସେହି ଗୋଟିଏ ନଳକୂପ ଇପରେ ନିର୍ଭର କରି ଆସୁଛନ୍ତି ଗାଁର ୧୦୦ରୁ ଅଧିକ ପରିବାର । ସକାଳୁ ସଞ୍ଜ ପର୍ଯ୍ୟନ୍ତ ନଳକୂପରେ ଗ୍ରାମର ମହିଳା ପୁରୁଷ ଓ ପିଲାଛୁଆଙ୍କ ଭିଡ଼ ଦେଖିବାକୁ ମିଳିଛି । ଜଳ ମୁନ୍ଦାଏ ପାଇଁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଏହା ମଧ୍ୟ ପଢନ୍ତୁ: ୭ ବର୍ଷ ପରେ ବି କାମରେ ଆସୁନି ପାଣି ଟାଙ୍କି, ପାଣି ପାଇଁ ଡହଳବିକଳ ଗ୍ରାମବାସୀ
ସରକାରଙ୍କ ତରଫରୁ କିଛିବର୍ଷ ପୂର୍ବରୁ ଗାଁରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି ସତ । ହେଲେ ତାହା ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରୁ ନଥିବାରୁ ଗ୍ରାମର ହାତଗଣତି କେତୋଟି ପରିବାର ଜଳ ପାଉଥିବା ବେଳେ ଅଧିକାଂଶ ପରିବାର ଏଥିରୁ ବଞ୍ଚିତ ହୋଇଛନ୍ତି । ବିଭାଗୀୟ କତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଏହି ପ୍ରକଳ୍ପ ସୁଚାରୁରୂପେ କାର୍ଯ୍ୟକ୍ଷମ ହୋଇପାରୁନଥିବା ଅଭିଯୋଗ ହେଉଛି । ଏସମ୍ପର୍କରେ ଗ୍ରାମବାସୀ ବାରମ୍ବାର ବିଭାଗୀୟ କତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ତେବେ ଏଦିଗରେ ସ୍ଥାନୀୟ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । 

ଇଟିଭି ଭାରତ, ଦେବଗଡ଼

ABOUT THE AUTHOR

...view details