ଓଡିଶା

odisha

ସମର୍ଥକଙ୍କ ସହ ଆସି ରାୟଗଡ଼ାରେ ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ - ODISHA ASSEMBLY ELECTION 2024

By ETV Bharat Odisha Team

Published : Apr 23, 2024, 10:40 PM IST

MLA Candidates file nomination

MLA Candidates file nomination: ରାୟଗଡା: ଷଷ୍ଠ ଦିନରେ ରାୟଗଡ଼ାରେ ବିଭିନ୍ନ ଦଳ ପକ୍ଷରୁ ୮ ନାମାଙ୍କନ ପତ୍ର ଦାଖଲ କରାଯାଇଛି । ବିଜେଡିରୁ ଅନୂସୟା, କଂଗ୍ରେସରୁ ନିଳମାଧବ ଓ ସତ୍ୟଜିତ ବିଏସପିରୁ ଜିତୁ, ନବଭାରତ ନିର୍ମାଣ ପାର୍ଟିରୁ ଅନିତା ଏବଂ ସ୍ବାଧୀନ ଭାବେ ୨ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।    

ରାୟଗଡ ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଅନୁସୂୟା ମାଝୀ ସମର୍ଥଙ୍କ ସହ ଆସି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜୁ ଜନତା ଦଳ ପକ୍ଷରୁ ପ୍ରଥମ ଥର କରି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଅନୁସୂୟା । ସେହିପରି ରାୟଗଡ ନିର୍ବାଚନ ମଣ୍ଡଳୀ ଲାଗି ସ୍ବାଧୀନ ପ୍ରାର୍ଥୀ ଭାବେ ପୂର୍ଣ୍ଣ ଚନ୍ଦ୍ର ମାଝୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଷମକଟକ ନିର୍ବାଚନ ମଣ୍ଡଳୀରୁ ମଙ୍ଗଳବାର ଦିନ ୪ ଜଣ ନାମାନଙ୍କ ପତ୍ର ଦାଖଲ କରିଛନ୍ତି । ବିଜେଡି ତରଫରୁ ଜଗନ୍ନାଥ ସାରକା, ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀ ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି ।   

ଏହା ମଧ୍ୟ ପଢ଼ନ୍ତୁ... ପାଟ ପଟୁଆରରେ ଆସି କୋରାପୁଟ ଓ ଜୟପୁରରେ ନାମାଙ୍କନ ଭରିଲେ ବିଭିନ୍ନ ଦଳର ପ୍ରାର୍ଥୀ - ODISHA ASSEMBLY ELECTION 2024

ସେହିପରି ଜାତୀୟ କଂଗ୍ରେସ ଦଳ ତରଫରୁ ବିଷମକଟକ ନିର୍ବାଚନ ମଣ୍ଡଳୀର ଟାଣୁଆ ଯୁବ ନେତା ନିଳମାଧବ ହିକକା ନିଜ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଏସପି ଦଳ ତରଫରୁ ଜିତୁ ଜାକେସିକା ନାମାଙ୍କନ ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି । ନବ ଭାରତ ନିର୍ମାଣ ସେବା ପାର୍ଟି ତରଫରୁ ବିଧାୟକ ପ୍ରାର୍ଥୀ ଭାବେ ଅନିତା ପିଡିକାକା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଗୁଣପୁର ନିର୍ବାଚନ ମଣ୍ଡଳୀରୁ ମଙ୍ଗଳବାର ଦିନ ୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଯୁବ ନେତା ସତ୍ୟଜିତ୍ ଗମାଙ୍ଗ ନିଜ ସମର୍ଥଙ୍କ ସହ ଆସି ଉପ-ଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି ସ୍ବାଧୀନ ପ୍ରାର୍ଥୀ ଭାବେ ଫାଲଗୁନି ଶବର ନିଜ ସମର୍ଥକ ଓ ପ୍ରସ୍ତାବକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।  

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details