ହାଇଦ୍ରାବାଦ: ଇଲେକଟ୍ରିକ୍ ଦୁଇ ଚକିଆ ନିର୍ମାତା କମ୍ପାନୀ ଓଲା ଇଲେକଟ୍ରିକ୍ ଏହାର ଓଲା S1 ପ୍ରୋ ଇଲେକଟ୍ରିକ୍ ସ୍କୁଟରର ଲିମିଟେଡ ଏଡିସନ ଲଞ୍ଚ କରିଛି । ଏହି ସୀମିତ ସଂସ୍କରଣ ଭାରିଏଣ୍ଟର ନାମ 'ସୋନା' ରଖାଯାଇଛି । ଏହି ଇଲେକଟ୍ରିକ୍ ସ୍କୁଟରର ଅନେକ ଅଂଶ 24 କ୍ୟାରେଟ୍ ସୁନା ଉପାଦାନରେ ନିର୍ମିତ । କମ୍ପାନୀର କହିବାନୁସାରେ, ଏକ ପ୍ରତିଯୋଗିତା ମାଧ୍ୟମରେ ଓଲା S1 ପ୍ରୋ ସୋନାର ଲିମିଟେଡ ୟୁନିଟ୍ ପ୍ରଦାନ କରାଯିବ । ତେବେ କେତେ ୟୁନିଟ୍ ଉତ୍ପାଦନ ହେବ ସେନେଇ କମ୍ପାନୀ ସୂଚନା ଦେଇନାହିଁ।
'ସୋନା' ପାଇଁ ପ୍ରତିଯୋଗିତା
ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ, ଅଂଶଗ୍ରହଣକାରୀମାନଙ୍କୁ ଓଲା S1 ପ୍ରୋ ଇଲେକଟ୍ରିକ୍ ସ୍କୁଟର ସହିତ ଏକ ଇନଷ୍ଟାଗ୍ରାମ ରିଲ୍ ପୋଷ୍ଟ କରିବାକୁ ପଡ଼ିବ କିମ୍ବା ଏକ ଓଲା ଷ୍ଟୋର ବାହାରେ ଏକ ଫଟୋ କିମ୍ବା ସେଲଫି କ୍ଲିକ୍ କରିବାକୁ ପଡିବ । #ଓଲାସୋନାକଣ୍ଟେଷ୍ଟ ହ୍ୟାସଟ୍ୟାଗ୍ ସହିତ ଓଲା ଇଲେକଟ୍ରିକ୍ ଟ୍ୟାଗ୍ କରିବାକୁ ପଡ଼ିବ । ଏହା ପରେ ଅଂଶଗ୍ରହଣକାରୀମାନେ 25 ଡିସେମ୍ବରରେ ଓଲା ଷ୍ଟୋରରେ ଆୟୋଜିତ ହେବାକୁ ଥିବା ଏକ ସ୍କ୍ରାଚ୍-ଆଣ୍ଡ-ୱିନ ପ୍ରତିଯୋଗିତା ମାଧ୍ୟମରେ ଲିମିଟେଡ ଏଡିସନ ସ୍କୁଟରକୁ ଜିତିପାରିବେ ।
ଖାସ୍ କଲର ଅପସନରେ ଉପଲବ୍ଧ
ଓଲା S1 ପ୍ରୋ ସୋନା ଏକ ସ୍ବତନ୍ତ୍ର ରଙ୍ଗ ସହିତ ବଜାରରେ ଉପଲବ୍ଧ ହେବ, ଯେଉଁଥିରେ ମୋତି ଭଳି ଧଳା ରଙ୍ଗ ଏବଂ ସୁନାର ମିଶ୍ରଣ ରହିବ । ଏହି ଇଲେକଟ୍ରିକ୍ ସ୍କୁଟରର ଅନେକ ଉପାଦାନ ଯେପରିକି ରିଅର ଫୁଟ୍ ପେଗ୍, ଗ୍ରାବ୍ ରେଲ୍, ବ୍ରେକ୍ ଲିଭର ଏବଂ ମିରର ମଧ୍ୟ 24 କ୍ୟାରେଟ୍ ସୁନାରେ ନିର୍ମିତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
କମ୍ପାନୀର ସୂଚନାନୁସାରେ, ସ୍କୁଟରର ସିଟ୍ରେ ବେଜ କଲରର ଲେଦର ବ୍ୟବହାର କରାଯାଇଛି । ଯେଉଁଥିରେ ଗୋଲ୍ଡ ଷ୍ଟିଚିଂ କରାଯାଇଛି । ଏହି ସ୍କୁଟରରେ ଓଲା ଆପ୍ ପାଇଁ ଗୋଲ୍ଡ ଥିମ୍ ସହିତ ୟୁଜର ଇଣ୍ଟରଫେସ, ଏଡିସନ ସ୍ପେଶିଫିକ 'Sona' ମୋଡ୍ ଓ କଷ୍ଟମାଇଜ୍ MoveOS ଡ୍ୟାସବ୍ୟାକ୍ ସହିତ MoveOSଠାରୁ ସଂଶୋଧିତ ଭର୍ସନ ଦିଆଯାଇଛି ।
ଆଉ କଣ ଖାସ ?
ଓଲା S1 ପ୍ରୋ ସୋନା ଏଡିସନରେ ଲୁକ୍ରେ ଯଦିଓ ପରିବର୍ତ୍ତନ କରାଯାଇଛି, କିନ୍ତୁ ଏହାର ସ୍ପେଶିଫିକେସନ ଓ ଫିଚର ଷ୍ଟାଣ୍ଡାର୍ଡ ମଡେଲ ପରି ସମାନ ରହିଛି । ଏହି ସ୍କୁଟରରେ ରହିଥିବା ବ୍ୟାଟେରୀ ଥରେ ଚାର୍ଜ ହେଲେ 195 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଫିଚର ସମ୍ପର୍କରେ କହିବାକୁ ଗଲେ, S1 ପ୍ରୋରେ ଡିଜିଟାଲ କି ରହିଛି ଯାହାକି ରିମୋଟ ଲକିଂ ଓ ଅନଲକିଂ ସୁବିଧା ପ୍ରଦାନ କରିବ । ଏହାସହ 34 ଲିଟର ବୁଟ୍, ଟର୍ଣ୍ଣ-ଅଫ ଇଣ୍ଡିକେଟର, ମଲ୍ଟିପଲ ରାଇଡିଂ ମୋଡ, କ୍ରୁଜ କଣ୍ଟ୍ରୋଲ, ଓଲା ମ୍ୟାପ୍ ଦ୍ବାରା ନାଭିଗେସନ ଓ ରିଭର୍ସ ମୋଡ ମଧ୍ୟ ରହିଛି । ଏହି S1 ପ୍ରୋ ସ୍କୁଟିର ଦାମ 1.29ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ) ରହିଥିବା ବେଳେ ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି 120 କିଲୋମିଟର ରହିଛି ।