ହାଇଦ୍ରାବାଦ: ଇନଷ୍ଟାଗ୍ରାମରେ ଭିଡିଓ ସୁଟ୍ କରୁଥିବା କ୍ରିଏଟରଙ୍କ ଲାଗି ଖୁସି ଖବର । ଏଣିକି ୟୁଜର 3 ମିନିଟ ପର୍ଯ୍ୟନ୍ତ ଲମ୍ବା ରିଲ୍ସକୁ ନିଜ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିପାରିବେ । ଏଯାବତ ଇନଷ୍ଟାଗ୍ରାମରେ କେବଳ 90 ସେକେଣ୍ଡ ପର୍ଯ୍ୟନ୍ତ ରିଲ୍ସ ଭିଡିଓର ସୀମା ଥିଲା । ଏଥିରୁ ଅନେକ କ୍ରିଏଟର ଲାଭାନ୍ବିତ ହେବାକୁ ଯାଉଛନ୍ତି । ଏ ନେଇ ଖୋଦ ଇନଷ୍ଟାଗ୍ରାମର ମୁଖ୍ୟ ଏଡମ୍ ମୋସେରୀ ସୂଚନା ଦେଇଛନ୍ତି ।
ଏବେ ଅପଲୋଡ ହେବ 3ମିନିଟ୍ର ଲମ୍ବା ରିଲ୍ସ
ଇନଷ୍ଟାଗ୍ରାମ ମୁଖ୍ୟ ଏଡମ୍ ମୋସେରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରି ୟୁଜରଙ୍କୁ ଏହି ସୂଚନା ଦେଇଛନ୍ତି । ସେ ଭିଡିଓରେ କହିଛନ୍ତି, "ଐତିହାସିକ ଭାବେ, ଇନଷ୍ଟାଗ୍ରାମ ରିଲ୍ସର ସମୟ ସୀମା 90 ସେକେଣ୍ଡ ପର୍ଯ୍ୟନ୍ତ ରହିଆସିଛି । କାରଣ ଆମେ ଇନଷ୍ଟାଗ୍ରାମକୁ ସର୍ଟ-କମ୍ ଭିଡିଓ ପ୍ଲାଟଫର୍ମ ଭାବେ ରଖିବାକୁ ଚାହୁଁଥିଲୁ । କିନ୍ତୁ ଆମକୁ ଅନେକ କ୍ରିଏଟରଙ୍କ ତରଫରୁ ଫିଡବ୍ୟାକ୍ ମିଳିଥିଲା ଯେ 90 ସେକେଣ୍ଡ ବହୁତ କମ ଟାଇମ । ଏଥିଲାଗି ଆମେ ନିଷ୍ପତ୍ତି ନେଇଛୁ ଯେ ଏହାର ସମୟ ସୀମାକୁ 3 ମିନିଟ କରାଯିବ । ଏହାଦ୍ବାରା ଆପଣ ନିଜ କାହାଣୀକୁ ବିସ୍ତୃତ ଭାବରେ କହିପାରିବେ ।"