ହାଇଦ୍ରାବାଦ:ଭାରତରେ ଗତ ନଭେମ୍ବରରେ ଇଲେକ୍ଟ୍ରିକ ଦୁଇ ଚକିଆ ଯାନ (e2W) ବିକ୍ରି ବର୍ଷ ତୁଳନାରେ 29 ପ୍ରତିଶତ (YoY) ଅଭିବୃଦ୍ଧି ଘଟି 118,924 ୟୁନିଟରେ ପହଞ୍ଚିଛି । ବାହନ ପୋର୍ଟାଲ ଅନୁଯାୟୀ 11ମାସରେ ଏହା e2Wର ବିକ୍ରି 1.07 ମିଲିୟନ ୟୁନିଟରେ ପହଞ୍ଚିଛି । ଏହି ସମୟରେ ଓଲା ଇଲେକଟ୍ରିକର ବଜାର ଅଂଶରେ ହ୍ରାସ ଘଟିଛି । ନଭେମ୍ବରରେ ଇଲେକ୍ଟ୍ରିକ ଯାନ ବଜାରରେ ନୂତନ ଯାନ ପଞ୍ଜିକରଣରେ 24 ପ୍ରତିଶତ ହ୍ରାସ ଘଟିଥିବା ବେଳେ ଓଲା ଏକ ମାସ ଆଧାରରେ 33 ପ୍ରତିଶତ ହ୍ରାସ ପାଇଛି ।
ନଭେମ୍ବରରେ ଇଲେକ୍ଟ୍ରିକ ଦୁଇ ଚକିଆ ଯାନର ଅଭିବୃଦ୍ଧି:-
ଚଳିତ ବର୍ଷ ନଭେମ୍ବର ମାସ ଇଲେକଟ୍ରିକ ଦୁଇ ଚକିଆ ଯାନ ଲାଗି ସର୍ବଶ୍ରେଷ୍ଠ ତୃତୀୟ ମାସ ହୋଇପାରିଛି । ନଭେମ୍ବରରେ ଦୁଇ ଚକିଆ ଯାନ ବିକ୍ରି 1,18,924 ୟୁନିଟ ରହିଥିବା ବେଳେ ଅକ୍ଟୋବର ଓ ମାର୍ଚ୍ଚ ମାସରେ ଯଥାକ୍ରମେ 219,018 ଓ 213,064 ୟୁନିଟ୍ ରହିଥିଲା । ସେପଟେ ନଭେମ୍ବରରେ e2W ଖୁଚୁରା ବିକ୍ରି 1,91,513 ୟୁନିଟରେ ମୋଟ ଇଭି ବିକ୍ରୟର 62 ପ୍ରତିଶତ ଥିଲା ଯାହାକି ବର୍ଷକୁ ବର୍ଷ 24 ପ୍ରତିଶତ YoY ଅଭିବୃଦ୍ଧି ପଞ୍ଜିକରଣ କରିଛି ।
- ନଭେମ୍ବରରେ TVS ମୋଟର 26,971 ୟୁନିଟ୍ ବିକ୍ରି କରି 41% ବୃଦ୍ଧି କରିଛି ଏବଂ ବଜାର ଅଂଶ 23% ରହିଛି ।
- ସେହିପରି ବଜାଜ୍ ଅଟୋ 26,163 ଚେଟକ ବିକ୍ରି କରି ବର୍ଷକୁ ବର୍ଷ 121 ପ୍ରତିଶତ ବୃଦ୍ଧି କରିଛି, ଯାହା ଜାନୁଆରୀ ଠାରୁ ମାସିକ ବିକ୍ରିକୁ ଦ୍ବିଗୁଣିତ କରିଛି ।
- ନଭେମ୍ବରରେ Ather Energy 136% ବୃଦ୍ଧି ପାଇ 2,741 ୟୁନିଟ୍ ବିକ୍ରି କରିଛି ଯାହାକି ପୂର୍ବର 10% ଅଂଶଧନରୁ 11% ବଜାର ଅଂଶ ହାସଲ କରିଛି ।
- Hero MotoCorp କମ୍ପାନୀର ଖୁଚୁରା ବିକ୍ରି 7,309 ୟୁନିଟ୍ ଥିଲା ଯାହାକି ଚଳିତ ବର୍ଷ ଏହାର ସର୍ବାଧିକ ମାସିକ ମୋଟ 6% ବଜାର ଅଂଶ ସହିତ ଚିହ୍ନିତ ହୋଇଛି ।
- Revolt Motors ନଭେମ୍ବରରେ 1994 ୟୁନିଟରେ ବିକ୍ରିରେ 197 ପ୍ରତିଶତ ବୃଦ୍ଧି ପାଇ ଜାନୁଆରୀ-ନଭେମ୍ବର ମଧ୍ୟରେ ମୋଟ 8947 ୟୁନିଟରେ ପହଞ୍ଚିଛି ।
ଏହା ବି ପଢନ୍ତୁ |
ଖସିଲା Ola Electricର ମାର୍କେଟ ସେୟାର:-