ଭୁବନେଶ୍ବର:ଅପରାଧୀଙ୍କ ମାୟାଜାଲ । ସମ୍ପର୍କରେ ଧୋକା । ବିଶ୍ବାସରେ ବିଷ । ହୃଦୟ ଭାଙ୍ଗିଲା 99 ରାଣୀଙ୍କ ରାଜା । ଥାନା-କଚେରୀର ଚକ୍କର କାଟିଲେ ନେତା । ଭାରତ ଜାଣିଲା ଭରତପୁର । ବିଦାୟୀ ବର୍ଷ 2024 ଏପରି କିଛି ଥିଲା ଘଟଣାବହୁଳ । ଅପରାଧ ଦୁନିଆ ପାଇଁ ବେଶ ଚର୍ଚ୍ଚାରେ ରହିଲା ବର୍ଷ 2024 । କେଉଁ କେଉଁ ଘଟଣାକୁ ନେଇ ବେଶ ଚର୍ଚ୍ଚା ସାଉଁଟିଥିଲା 2024 । ଦେଖନ୍ତୁ ଏହି ବିଦାୟୀ 2024ର ସ୍ପେଶାଲ ରିପୋର୍ଟ ।
ବର୍ଷର କିଛି ଚର୍ଚ୍ଚିତ ହତ୍ୟା ଘଟଣା... |
ପତ୍ନୀଙ୍କୁ ଆନାସ୍ଥେସିଆ ଦେଇ ହତ୍ୟା:
ରାଜଧାନୀର ଏହି ଘଟଣା ବେଶ ଚର୍ଚ୍ଚା ସାଉଣ୍ଟିଥିଲା। । ପରକୀୟା ପ୍ରୀତି ରାସ୍ତାରେ କଣ୍ଟା ସାଜିଥିଲେ ପତ୍ନୀ । ଆଉ ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ସାଙ୍ଘାତିକ ଷଡଯନ୍ତ୍ର କରିଥିଲା ଫାର୍ମାଷ୍ଟିସ ସ୍ବାମୀ । ସ୍ତ୍ରୀକୁ ହତ୍ୟା ପାଇଁ ଆନାସ୍ଥେସିଆକୁ କରିଥିଲା ଅସ୍ତ୍ର । ଭରତପୁର ଅଞ୍ଚଳର ଏହି ଘଟଣା ବେଶ ଆଲୋଡନ ସୃଷ୍ଟି କରିଥିଲା । ବର୍ଷ ଶେଷ ଆଡ଼କୁ ଅକ୍ଟୋବର ୨୮ ତାରିଖରେ ଆନାସ୍ଥେସିଆ ଭଳି ଇଞ୍ଜେକ୍ସନ ଦେଇ ପତ୍ନୀକୁ ହତ୍ୟା କରିଥିଲା । ଭରତପୁର ଥାନା ଅଞ୍ଚଳରେ ଫାର୍ମାସିଷ୍ଟ ପ୍ରଦ୍ୟୁମ୍ନ କୁମାରଜେନା ତାର ଦୁଇ ବାନ୍ଧବୀ ରୋଜି ପାତ୍ର ଓ ଏଜିତା ଭୂୟାଁ ସହ ମିଶି ନିଜର ପତ୍ନୀ ଶୁଭଶ୍ରୀ ନାୟକଙ୍କୁ ହତ୍ୟା କରିଥିଲା । ତାହା ପୁଣି ଚିକିତ୍ସା ଆଳରେ ଇଞ୍ଜେକ୍ସନ ଦେଇ । ସ୍ତ୍ରୀର ମୃତ୍ୟୁ ପରେ ହସ୍ପିଟାଲ ଆଣି ରୋଗରେ ମୃତ୍ୟୁର ରୂପ ଦେବା ପାଇଁ ବସିଥିଲେ । ହେଲେ ପୋଷ୍ଟମର୍ଟମ ରିପୋର୍ଟ ଏଭଳି ହତ୍ୟାର ପର୍ଦ୍ଦାଫାସ କରିଥିଲା ତିନି ଜଣଙ୍କୁ ଗିରଫ କରିଥିଲା କମିସନରେଟ ପୋଲିସ ।
ସାର୍ଟ ଟ୍ୟାଗ ଧରାଇଲା ଅଭିଯୁକ୍ତ:
ପରକୀୟା ପ୍ରୀତିରୁ ପତ୍ନୀଙ୍କୁ ବୀଭତ୍ସ ହତ୍ୟା । ନଦୀ ପଠାରୁ ମିଳିଥିଲା ମୃତଦେହ । ହେଲେ ସାର୍ଟ ଓ ପ୍ୟାଣ୍ଟରେ ଲାଗିଥିଲା ଟ୍ୟାଗ ଧରାଇ ଦେଇଥିଲା ଅଭିଯୁକ୍ତ । କଟକ କନ୍ଦରପୁର ହତ୍ୟା ଘଟଣା ପୋଲିସ ପାଇଁ ବେଶ ଚ୍ୟାଲେଞ୍ଜିଂ ସୃଷ୍ଚି କରିଥିଲା । ହେଲେ 30 ଘଣ୍ଟାରେ ଧରାପଡିଥିଲେ ଅଭିଯୁକ୍ତ । ଚଳିତ ମାସରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଘଟଣା ଥିଲା କଟକ କନ୍ଦରପୁର ଥାନା ପରମହଂସ ନଦୀ ପଠାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଖୋଳତାଡ ପରେ ଗୁଜୁରାଟରୁ ହତ୍ୟାକାରୀକୁ ଗିରଫ କରିଥିଲା ପୋଲିସ । ଏକ ସାର୍ଟର ଟ୍ୟାଗରୁ ଅଭିଯୁକ୍ତଙ୍କ ସୁରାକ ଖୋଜି ପାଇବାରେ ସଫଳ ହୋଇଥିଲା ପୋଲିସ । ପରକୀୟା ପ୍ରୀତି ପାଇଁ ପତ୍ନୀ ପଦ୍ମାବତି ସାମଲକୁ ହତ୍ୟା ପାଇଁ ସ୍ବାମୀ ବଳରାମ ଦେହୁରି ଓ ଦୁଇ ଭାଇ ଜଗନ୍ନାଥ ଦେହୁରି, ହାପି ଦେହୁରି ହତ୍ୟା କରିଥିଲେ । ହେଲେ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ ।
ଜେଲରୁ ଫେରି ନାବାଳିକାକୁ କଲା ଖଣ୍ଡ ଖଣ୍ଡ:
ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିଲା । ଅଭିଯୋଗ ନଉଠାଇବାରୁ ବେଲରେ ଆସି ଜେଲ ଫେରନ୍ତା ଅଭିଯୁକ୍ତ ନାବାଳିକାକୁ କଲା ଖଣ୍ଡ ଖଣ୍ଡ । ମୃତଦେହକୁ ବିଭିନ୍ନ ସ୍ଥାନରେ ଫୋପାଡି ଦେଇଥିଲା । ଏପରି ଏକ ଚାଞ୍ଚଲ୍ୟ ଘଟଣା ଘଟିଥିଲା ସୁନ୍ଦରଗଡରେ । ଟିଭି ଶୋ’ରୁ ଦେଖି ଅପରାଧ ଘଟାଇଥିଲା ଅଭିଯୁକ୍ତ । ଘଟଣା ଏମିତି ଥିଲା, ଜେଲ ଫେରନ୍ତା ଅଭିଯୁକ୍ତ ତନୁ କିଶାନକୁ ଗତ ୧୨ତାରିଖରେ ଗିରଫ କରିଥିଲା ପୋଲିସ ।ଯେତେବେଳେ ହନୁମାନ ବାଟିକା ପାଖରୁ କଟାମୁଣ୍ଡ ଓ ଶରୀର ଅବଶେଷକୁ ଏକ ଅଖାରେ ବାନ୍ଧି ବ୍ରାହ୍ମଣି ନଦୀରେ ଫୋପାଡି ଥିଲେ ବିଭିନ୍ନ ସ୍ଥାନରେ । ପୂର୍ବରୁ ନାବାଳିକା ଦୁଷ୍କର୍ମ ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲା । ପରେ ଜେଲରୁ ଆସି କେସ ଉଠାଇବା ପାଇଁ ନାବାଳିକାକୁ ହତ୍ୟା କରି ଏଭଳି ବିଭିନ୍ନ ଜାଗାରେ ଫୋପାଡି ଥିଲା । ଏହି ଘଟଣା ବେଶ ଚର୍ଚ୍ଚିତ ଥିଲା ।
ପରକୀୟା ପ୍ରୀତି ଗର୍ଭବତୀ ପତ୍ନୀଙ୍କୁ ଗୁଳି:
ପରକୀୟା ପ୍ରୀତିରେ ମସଗୁଲ ସ୍ବାମୀ କେତେ ନିଷ୍ଠୁର ପାଲଟିପାରେ ଏହି ଘଟଣା ଥିଲା ଉଦାହରଣ । ଗର୍ଭବତୀ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଲୁଟେରାଙ୍କ ନାଁ ଦେଇ ଖସି ଯିବାକୁ ବସିଥିଲା ଅଭିଯୁକ୍ତ ସ୍ବାମୀ । ହେଲେ ଶେଷରେ ସତ ସବୁ ସାମ୍ନାକୁ ଆସିଥିଲା । ସୁନ୍ଦରଗଡର ଏହି ହତ୍ୟା ଘଟଣା ପୂରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ସରକାରୀ ଚାକିରି କରୁଥିବା ସୁନ୍ଦରଗଡ ଟିକାୟତପାଲିର ଦେବେନ ବେହେରା ଅନ୍ୟ ଯୁବତୀ ପ୍ରେମରେ ପଡି ନିଜ ଗର୍ଭବତୀ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ପରେ ଘଟଣାର ପର୍ଦ୍ଦାଫାସ କରି ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ ।
ଯାଯାବର ଗୋଷ୍ଠୀର 5 ଜଣଙ୍କୁ ହତ୍ୟା:
ଅକ୍ଟୋବର ୨୯ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନ୍ଦରଗଡ କରମଡିହିର ଗୀତାପଡ଼ାରେ ଯାଯାବର ଗୋଷ୍ଠୀର ୫ଜଣଙ୍କୁ ହତ୍ୟା ସହ ୫ଜଣଙ୍କୁ ଗୁରୁତର ଆହତ ହେବା ଘଟଣା ବେଶ ଚର୍ଚ୍ଚାକୁ ଆସିଥିଲା । କର୍ଣ୍ଣାଟକ ପୋଲିସ ସହାୟତାରେ ଚାରି ଜଣଙ୍କୁ ଗିରଫ କରିଥିଲା ପୋଲିସ । ଯେଉଁ ମାନେ କି ଓ୍ବାର୍ଧା ଅଞ୍ଚଳର ଯାଯାବର ଗୋଷ୍ଠୀର ଥିଲେ ।
ଅନ୍ଧବିଶ୍ବାସର କରୁଣ ପରିଣତି, ମୁଣ୍ଡରୁ ବାହାରିଲା ପୁଳା ପୁଳା ଛୁଞ୍ଚି:
ଅନ୍ଧବିଶ୍ବାସର ପରିଣତି କେତେ ଭୟଙ୍କର ହୋଇପାରେ ତାହା ଦେଖାଇଲା 2024 । ବଲାଙ୍ଗୀର ଜଣେ ଯୁବତୀଙ୍କ ମୁଣ୍ଡରୁ ବାହାରିଥିଲା 70 ଛୁଞ୍ଚି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବଲାଙ୍ଗୀର ଅଞ୍ଚଳର ଜଣେ ଯୁବତୀ ଅସ୍ବାଭାବିକ ଆଚରଣ କରୁଥିବାରୁ ତାନ୍ତ୍ରିକ ପାଖକୁ ନେଇଥିଲେ ପରିବାର । ଚିକିତ୍ସା ନାଁରେ ନାବାଳିକା ମୁଣ୍ଡରେ ପୁଳା ପୁଳା ଛୁଞ୍ଚି ଫୋଡିଦେଇଥିଲା ଗୁଣିଆ । ବୁର୍ଲା ଭୀମସାରରେ ଅପରେସନ ପାଇଁ ଛୁଞ୍ଚି ଗୁଡିକୁ ବାହାର କରାଯାଇଥିଲା ।
ପୁଅ-ବୋହୂଙ୍କୁ ଜାଳିଦେଲା ବାପା:
ଟଙ୍କା ଆଗରେ ଫିକା ପଡିଲା ରକ୍ତ ସମ୍ପର୍କ । ସାମାନ୍ୟ ଟଙ୍କାକୁ ନେଇ ପୁଅ-ବୋହୂଙ୍କୁ ଜାଳି ଦେଲା ବାପା । ଗତ ନଭେମ୍ବରରେ କଟକର ବାରଙ୍ଗ ଅଞ୍ଚଳରେ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା । ଟଙ୍କା ନେଇ ବାପା-ପୁଅଙ୍କ ମଧ୍ୟରେ ହୋଇଥିଲା ତିକ୍ତତା । ଯାହାକୁ ନେଇ ପୁଅ-ବୋହୂ ଖାଉଥିବା ସମୟରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା ଅଭିଯୁକ୍ତ । ଚିକିତ୍ସାଧିନ ଅବସ୍ଥାରେ ପୁଅ-ବୋହୂ ପ୍ରାଣ ହରାଇଥିଲେ । ବେସାହାରା ହୋଇଗଲା ତାଙ୍କ 6 ବର୍ଷର ପୁଅ । ଏହି ଦୁଃଖଦ ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଥିଲା ।
ମାଓ ଅପରେସନ, ଟଳିଲେ ଟପ ମାଓନେତା |
ଟପ ମାଓନେତା ଦସ୍ରୁକୁ ଏନକାଉଣ୍ଟର:
ମାଓବାଦୀ ବର୍ଷ ୨୪ରେ ଭାଙ୍ଗିଥିଲା ମାଓ ଗଡ଼ । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁ ଟଳିଥିଲେ ଟପ ମାଓନେତା । ଫେବୃଆରୀ ୩ରେ KKBN ଡିଭିଜନର ଡିଷ୍ଟ୍ରିଟ କମାଣ୍ଡର ଦସ୍ରୁକୁ ଏନକାଉଣ୍ଟର କରିଥିଲା ପୋଲିସ । କନ୍ଧମାଳ ଜଙ୍ଗଲରେ କାକେରକୁପା ଜଙ୍ଗଲରେ ସୁଦ୍ରା ଗ୍ରାମପଞ୍ଚାୟତରେ ଏନକାଉଣ୍ଟର କରିଥିଲା ପୋଲିସ । ଯାହାକି ଓଡ଼ିଶା ପୋଲିସ ପାଇଁ ଥିଲା ମୋଷ୍ଟ ଓ୍ବାଣ୍ଟେଡ ମାଓବାଦୀ ।
ନବରଙ୍ଗପୁରରେ ଟପ ମାଓବାଦୀ ନିହତ:
ମେ’ ୯ରେ ନବରଙ୍ଗପୁରରେ ମାଓ ଅପରେସନ ବେଳେ ଗରିଆବନ୍ଧର ଜଣେ ଟପ୍ ମାଓବାଦୀ ନିହତ ହୋଇଥିଲା । ରାଇଘର ହାଣି ଗାଁ ଜଙ୍ଗଲରେ ପୋଲିସ ମାଓବାଦି ଗୁଳି ବିନିମୟ ବେଳେ ଗରିଆ ବନ୍ଧ ଓ ମୈନପୁରୀ ଡିଭିଜନ ଥିବା ଟପ୍ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲା ।
ଏହା ମଧ୍ୟ ପଢନ୍ତୁ: କନ୍ଦାଇଲା ‘2024’, ଭାରତ ହରାଇଲା ମିଡିଆ ଆଇକନ-ଶିଳ୍ପ ରତ୍ନ |
ବିବାଦରେ IPS ଅଫିସର |
ବର୍ଷ ୨୪ରେ ବିବାଦରେ ଆସିଥିଲେ ଆଇପିଏସ ଅଫିସର । ନିର୍ବାଚନ ସମୟରେ ନିର୍ବାଚନ ପରିଚାଳନାରେ ହସ୍ତକ୍ଷେପ ପାଇଁ ମହଙ୍ଗା ପଡ଼ିଥିଲା ତିନି ଜଣ ଆଇପିଏସ ଅଫିସରଙ୍କୁ । ୨୦୦୪ ବ୍ୟାଚ ଆଇପିଏସ ଆଶିଷ ସିଂଙ୍କ ସହ ୧୯୯୭ ବ୍ୟାଚ ଆଇପିଏସ ଡିଏସ କୁଟ୍ଟେ ବିବାଦ ଘେରରୁ ଆସିଥିଲେ । ଏନେଇ ଡିଏସ କୁଟ୍ଟେଙ୍କୁ ନିଲମ୍ବନ କରିବା ସହ ଆଶିଷ ସିଂକୁ ମିଛ ପ୍ରମାଣରେ ଛୁଟି ନେଇଥିବା ନେଇ ତୁରନ୍ତ କର୍ମରେ ଯୋଗଦେବା ପାଇଁ କୁହାଯାଇଥିଲା । ପରେ ଗୃହ ବିଭାଗର ଓଏସଡି ଭାବେ ଦାୟିତ୍ବ ଦିଆଯାଇଥିଲା । ସେହିପରି ଓଡ଼ିଶା କ୍ୟାଡ଼ର କେନ୍ଦ୍ରିକ ଡେପୁଟେସନରେ କେନ୍ଦ୍ରୀୟ ଆବାସିକ କମିଶନର ଥିବା ୧୯୯୮ବ୍ୟାଚ ଆଇପିଏସ ରବିକାନ୍ତଙ୍କୁ ନିର୍ବାଚନ ସମୟରେ ମଧ୍ୟ ଓଏସଡି ଦାୟିତ୍ବ ଦିଆଯାଇଥିଲା ।
ବିବାହିତା ମହିଳାଙ୍କ ଘରେ ପଶି ବିବାଦକୁ ଆସିଥିଲେ IPS:
୨୦୦୪ ବ୍ୟାଚ ଆଇପିଏସ ରାଜେଶ ଉତ୍ତମରାଓ ପଣ୍ଡିତ ଯେ କି ଡିଆଇଜି ହୋମଗାର୍ଡ ଭାବେ କାମ କରୁଥିଲେ । ଜୁଲାଇ ୨୭ରେ ଜଣେ ବିବାହିତ ମହିଳା ଇନସ୍ପେକ୍ଟରଙ୍କ ଘରେ ପଶିବା ପଡ଼ିଥିଲା ମହଙ୍ଗା । ଅଲ୍ ଇଣ୍ଡିଆ ସର୍ଭିସ ରସୁଲ ୧୯୬୯ର ଉଲ୍ଲଙ୍ଘନ ନେଇ ମହଙ୍ଗା ପଡ଼ିଥିଲା ।
ଚର୍ଚ୍ଚାରେ ଦାମୀ କାର... |
ଚର୍ଚ୍ଚା ବଢାଇଥିଲା ଦାମୀ କାର । ଫେବୃଆରୀରେ ଧରାପଡିଥିଲା ଆନ୍ତଃରାଜ୍ୟ କାର ଚୋରି ରାକେଟ୍ । କାର ରିମୋର୍ଟକୁ ହ୍ୟାକ ଚୋରି କରୁଥିଲେ ଦାମୀ କାର । ସନ୍ଦେହ ନ ହେବା ପାଇଁ ଫାମିଲ ଟ୍ରାଭେଲ ଆଳରେ ବୁଲୁଥିଲେ । ୫୦ ଲକ୍ଷର ଫର୍ଚୁନରକୁ ୧୫ ଲକ୍ଷରେ ବିକ୍ରି ଯୋଜନା ବେଳେ ଧରିଥିଲା ପୋଲିସ । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ୫ଜଣିଆ ଗ୍ୟାଙ୍ଗକୁ ଗିରଫ କରିଥିଲା ପୋଲିସ । ଯେଉଁମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ମାଷ୍ଟରମାଇଣ୍ଡ ଜଣକ ବିବିଏ ପଢିଥିଲା ।
ବିଜେଡି ନେତାଙ୍କ ଘରୁ ଦାମୀ କାର ସିଜ୍:
ସେହିପରି ଫେବୃଆରୀ 16ରେ ବିଜେଡି MLAଙ୍କ ଘରୁ ଦାମୀ କାର୍ ସିଜ ହୋଇଥିଲା । ED ହାତରେ ଲାଗିଥିଲା ଏକ ଦାମି କାର ଯାହାକୁ ବିଧାୟକ ପ୍ରଫୁଲ ସାମଲଙ୍କ ପୁଅର ପଳାଶପଲ୍ଲୀ ସ୍ଥିତ ଘରୁ ସିଜ କରାଯାଇଥିଲା ।
ଫଳଦୋକାନୀକୁ ଧକ୍କା ଦେଲା ଫର୍ଚୁନର:
- ସେହିପରି ଫେବୃଆରୀ ୧୮ରେ ଫଳ ଦୋକାନୀକୁ ଧକ୍କା ଦେଇଥିଲା ଫର୍ଚୁନର । ଭୁବନେଶ୍ୱର BMC ଅଫିସ ଆଗରେ ଭୟଙ୍କର ଦୁର୍ଘଟଣା ଘଟାଇ ଫଳ ଦୋକାନୀ ରାଜେନ୍ଦ୍ର ପ୍ରଧାନ ଜୀବନ ନେଇଥିଲା ।
- ସେହିପରି ମାର୍ଚ୍ଚ 30ରେ ଚଳନ୍ତା କାର ଧକ୍କାରେ ଚା’ ଦୋକାନୀ ମୃତ୍ୟୁ । ସହୀଦ ନଗର ଥାନା ପଣ୍ଡା ପାର୍କ କଡ଼ରେ ଘଟିଥିଲା ଘଟଣା । ମର୍ସଡିଜ କାରକୁ ନେଇ ସେତେବେଳେ ହୋଇଥିଲା ଚର୍ଚ୍ଚା ।
- ସେହିପରି ନିର୍ବାଚନ ସମୟରେ ଡ୍ରଙ୍କନ ଡ୍ରାଇଭ୍ ବେଳେ ଚର୍ଚ୍ଚାକୁ ଆସିଥିଲା ଅନେକ ଦାମୀ କାର । ଯେଉଁମାନଙ୍କ ନାଁରେ ଚାଲାଣ ସହ ଡ଼୍ରାଇଭରଙ୍କୁ ଗିରଫ କରିଥିଲା ପୋଲିସ । ଯାହାର ଚର୍ଚ୍ଚାରେ ମଧ୍ୟ ମଦୁଆ ଚେକିଂ ଧରାପଡିଲା କଟକ ଏଡିଏମଙ୍କ ଗାଡି । ଡ୍ରଙ୍କନ ଆଣ୍ଡ ଡ୍ରାଇଭ୍ ଚେକ୍ନାଇଟ ବ୍ଲକି ଚେକି ବେଳେ ଧରପଡି ଚର୍ଚ୍ଚାକୁ ଆସିଥିଲା ।
ଥାନା-କଚେରୀ ଚକ୍କର କାଟିଲେ ନେତା |
ଫେବୃଆରୀ ୨୩ ତାରିଖ ଚନ୍ଦ୍ରମା ଆପାର୍ଟମେଣ୍ଟର ଗୁଳିକାଣ୍ଡ ଘଟଣାରେ ଭୁବନେଶ୍ୱର କୋର୍ଟରେ MLA ରମେଶ ଜେନା ହାଜର ହୋଇଥିଲେ । ସ୍ବତନ୍ତ୍ର ଏମପି ଏମଏଲ ଏ କୋର୍ଟରେ ଗୁଳିକାଣ୍ଡ ଘଟଣାର ଶୁଣାଣି ପାଇଁ ହାଜର ହୋଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ଅଛନ୍ତି ବିଧାୟକ ରମେଶ ଜେନା ସହ ତାଙ୍କର କିଛି ସହଯୋଗୀ ।
ଇଡିରେ ହାଜର ବରିଷ୍ଠ ବିଜେଡି ନେତା ପ୍ରଫୁଲ ସାମଲ:
ବରପଦା ଇଞ୍ଜିୟରିଂ ଦୁର୍ନୀତି ମାମଲାରେ EDରେ ହାଜର ହୋଇଥିଲେ ବିଜେଡ଼ି ବରିଷ୍ଠ ନେତା ପ୍ରଫୁଲ ସାମଲ । ଇଡ ସମନ ଆଧାରରେ ହାଜର ହୋଇ ପକ୍ଷ ରଖିଥିଲେ । ପୁଅ ଓ ବାପାଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
କୋର୍ଟରେ ଆତ୍ମସମର୍ପଣ କଲେ ଜୟନାରାୟଣ:
ସେହିପରି ସେପ୍ଟେମ୍ବର ୨ରେ ଦିଲେଶ୍ବର ହତ୍ୟା ଘଟଣାରେ ଚାର୍ଜ ପ୍ରେମ୍ ପାଇଁ କୋର୍ଟରେ ଆତ୍ମସମର୍ପଣ କରିଥିଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଥିଲେ । ତାଙ୍କ ନାଁରେ ଜାରି କରାଯାଇଥିବା ଗିରଫ ବିହିନ ପରୱାନା ଆଧାରରେ ସେ କୋର୍ଟରେ ହାଜର ହୋଇଥିଲେ । ପରେ ତାଙ୍କୁ ଜାମିନ ମିଳିଥିଲା ।
ବ୍ରହ୍ମପୁର ସାଂସଦଙ୍କୁ ଆଶ୍ବସ୍ତି: