ଓଡିଶା

odisha

ETV Bharat / state

ପ୍ରକାଶ ପାଇଲା ଶ୍ବେତପତ୍ର: ବଢିଛି ଧର୍ତ୍ତବ୍ୟ ଅପରାଧ, ଠକେଇ ରୋକିବାରେ ଫେଲ୍‌ ମାରିଛି ପୋଲିସ - White Paper Released - WHITE PAPER RELEASED

White paper released: ପ୍ରକାଶ ପାଇଛି ଶ୍ବେତପତ୍ର । 2023ରେ ବଢିଛି ସାଇବର ଅପରାଧ, ଶିଶୁ ଯୌନ ଉତ୍ପୀଡନ ମାମଲା ବୃଦ୍ଧି ନେଇ ଶ୍ଵେତପତ୍ରରୁ ପ୍ରକାଶ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

White paper released
White paper released (ETV Bharat Odisha)

By ETV Bharat Odisha Team

Published : Aug 30, 2024, 10:29 PM IST

Updated : Aug 30, 2024, 10:53 PM IST

ଭୁବନେଶ୍ବର: ଜାରି ହେଲା ଗୃହ ବିଭାଗର ଶ୍ବେତପତ୍ର । 2023ରେ ରାଜ୍ୟରେ ମୋଟ ୧ଲକ୍ଷ ୯୯ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧିକ ମାମଲା ରୁଜୁ ହୋଇଛି । ଦୁଇ ଗୁଣା ବଢିଛି ଅପରାଧ । ଆଜି ଗୃହରେ ପ୍ରକାଶିତ ଶ୍ବେତପତ୍ରରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସାଇବର ଅପରାଧ ଓ ଠକେଇ ମାମଲା ବଢିଥିବା ବେଳେ ପ୍ରଭାବିତଙ୍କୁ ନ୍ୟାୟ ଦେବାରେ ଫେଲ ମାରିଛି ପୋଲିସ ।

ପ୍ରକାଶ ପାଇଲା ଶ୍ବେତପତ୍ର (ETV Bharat Odisha)

ବଢିଛି ଶିଶୁ ଯୌନ ଉତ୍ପୀଡନ ମାମଲା:

ସୋସିଆଲ ମିଡ଼ିଆରେ ଶିଶୁ ଯୌନ ଉତ୍ପୀଡନ ମାମଲା ବୃଦ୍ଧି ନେଇ ଶ୍ଵେତପତ୍ରରୁ ପ୍ରକାଶ । ଶିଶୁ ଅଶ୍ଳୀଳତା, ଦୁଷ୍କର୍ମ ଏବଂ ଗଣ ଦୁଷ୍କର୍ମ ସମ୍ପର୍କିତ ସାମଗ୍ରୀ ଅପଲୋଡ଼ ନେଇ ବଢୁଛି ମାମଲା । ହେଲେ ସମାଧାନ ସଂଖ୍ୟା କମ । 4 ବର୍ଷରେ ଏନେଇ 2013 ଟି ମାମଲା ରୁଜୁ ହୋଇଥିବା ବେଳେ ସମାଧାନ ହୋଇଛି ମାତ୍ର 393 ମାମଲା । 2023 ମସିହାରେ 571ଟି ମାମଲା ରୁଜୁ ହୋଇଥିବା ବେଳେ ମାତ୍ର 142 ମାମଲାର ପରିସମାପ୍ତି ହୋଇଛି । ହେଲେ ବଡ କଥା ହେଲା 2022ରେ 620 ମାମଲା ହୋଇଥିବା ବେଳେ ମାତ୍ର 2ଟି ମାମଲା ସମାଧାନ ହୋଇଛି।

White paper released (ETV Bharat Odisha)

ଦଙ୍ଗା:

୨୦୨୩ ମସିହାରେ ମୋଟ ରୁଜୁ ହୋଇଥିବା ୧୬୫୫ଟି ଦଙ୍ଗା ମାମଲା ମଧ୍ୟରୁ ୧୬୧୯ଟି ସତ୍ୟ ମାମଲା ଅଟେ। ତନ୍ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୯୨୯ଟି ମାମଲାରେ ଦୋଷାରୋପ ପର୍ଦ୍ଦାଫାସ କରାଯାଇଥିବା ଶ୍ବେତପତ୍ର କହୁଛି ।

ଦୁଷ୍କର୍ମ ମାମଲା:

ଶ୍ବେତପତ୍ର ଅନୁସାରେ, ୨୦୨୩ ମସିହାରେ ୨୮୨୬ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ସେଥି ମଧ୍ୟରୁ ୨୭୬୨ଟି ସତ୍ୟ ମାମଲା ଅଟେ । ତନ୍ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୧୮୪୭ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

ସାଇବର ଅପରାଧ:

White paper released (ETV Bharat Odisha)

ଶ୍ବେତପତ୍ର ଅନୁସାରେ, ୨୦୨୩ ମସିହାରେ ପଞ୍ଜୀକରଣ ହୋଇଥିବା ୨୩୪୮ଟି ସାଇବର ଅପରାଧ ମାମଲା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୨୯୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିବା ବେଳେ ୧୬୧ଟି ରେ ଚୂଡାନ୍ତ ରିପୋର୍ଟ ସତ୍ୟ, ୧୯ଟି ଅନ୍ୟାନ୍ୟ କାରଣରୁ ପରିସମାପ୍ତି ଘଟି ଅବଶିଷ୍ଟ ୧୮୭୭ଟି ମକଦ୍ଦମା ତଦନ୍ତାଧୀନ ଅଛି । ୮୧୦ଜଣ ଅପରାଧୀ ଅପରାଧରେ ସମ୍ପୃକ୍ତ ଥିବା ସ୍ଥଳେ ୫୨୨ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି ।

ସାଇବର ଠକେଇ:

ଶ୍ବେତପତ୍ର ଅନୁସାରେ, ୨୦୨୩ ମସିହାରେ ୨୩୪୮ ସାଇବର୍‌ ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା । ଯେଉଁଥିରେ ୩୬୨ଟି ଆର୍ଥିକ ଠକେଇ ମାମଲା ଜଡିତ ଥିଲା । ମୋଟ ୪୭,୭୫,୯୯,୭୯୬/- ଟଙ୍କା ଠକେଇ ହେଇଥିଲା । ସେଥିରୁ ୧,୫୨,୫୯,୯୬୫/- ଟଙ୍କା ପୀଡିତାଙ୍କୁ ଫେରସ୍ତ ଏବଂ ୨,୨୭,୭୩,୩୫୨ ଟଙ୍କା ରାଶିକୁ ସ୍ଥଗିତ ରଖିବାରେ ପୋଲିସ ସଫଳ ହୋଇଛି ।

ବଢିଛି ଧର୍ତ୍ତବ୍ୟ ଅପରାଧ:

ଶ୍ବେତପତ୍ର ଅନୁସାରେ, 2023 ମସିହାରେ ରାଜ୍ୟରେ ମୋଟ ୧ ଲକ୍ଷ ୯୯ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧିକ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୧୩୬୨ଟି ହତ୍ୟା, ୩୭୦ ଡକାୟତି, ୨୯୬୧ଟି ଲୁଣ୍ଠନ,୬୦୭୧ଟି ସିନ୍ଧିଚୋରୀ,୧୬୮୫୧ଟି ଚୋରି,୬୧୯୬ଟି ପ୍ରତାରଣା,୧୬୫୫ଟି ଦଙ୍ଗା,୨୮୨୬ଟି ଦୁଷ୍କର୍ମ,୧୧୯୯୨ଟି ମଟରଯାନ ଦୁର୍ଘଟଣା,୧୪୯୬୭୦ବିଭିନ୍ନ ମାମଲା ରହିଛି । ୨୦୨୩ରେ ପୋଲିସ ପକ୍ଷରୁ ୫ଥର ଗୁଳିଚାଳନା ହୋଇଛି।

ଯୌତୁକ ଜନିତ ମାମଲା:

ଶ୍ବେତପତ୍ର ଅନୁସାରେ, 2023 ରେ ଯୌତୁକ ଜନିତ ହତ୍ୟା 231ଟି ମୋକଦ୍ଦମା ହୋଇଥିବା ବେଳେ 95 ଟିର ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି। ସେହିପରି ଯୌତୁକ ଜନିତ ଆତ୍ମହତ୍ୟା 2023 ରେ 106 ଟି ରୁଜୁ ହୋଇଥିବା ମକଦ୍ଦମା ମଧ୍ୟରୁ 82ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:Odisha Assembly: ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ, ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 30, 2024, 10:53 PM IST

ABOUT THE AUTHOR

...view details