ଓଡିଶା

odisha

ETV Bharat / state

ଆଉ ୩ ଦିନ ବର୍ଷିବ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ! ଆଲର୍ଟ ଜାରି, ଭୁବନେଶ୍ୱରେ ଲାଗି ରହିଛି ବର୍ଷା - Heavy rain in Odisha - HEAVY RAIN IN ODISHA

Odisha Weather Update: ରାଜ୍ୟରେ ଆହୁରି ୩ ଦିନ ବର୍ଷିବ । ଆଜି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି । ଜାଣନ୍ତୁ ଏହା କେଉଁ ସବୁ ଜିଲ୍ଲା...

ଆଉ ୩ ଦିନ ବର୍ଷିବ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ଆଉ ୩ ଦିନ ବର୍ଷିବ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା (ETV Bharat Odisha)

By ETV Bharat Odisha Team

Published : Jul 24, 2024, 9:37 AM IST

ଭୁବନେଶ୍ବର:ମୌସୁମୀ ସକ୍ରିୟ ନେଇ ଓଡ଼ିଶାରେ ଜାରି ରହିଛି ବର୍ଷା । ଆଜି (ବୁଧବାର) ସକାଳୁ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଛି । ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷା ହେବ । ୪ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ସହ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପ୍ରବଳ ବର୍ଷା ନେଇ ଆଜି ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଆଜି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା ଓ ବରଗଡ ଇତ୍ୟାଦି ଜିଲ୍ଲାଗୁଡିକରେ ଭୀଷଣ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ନୂଆପଡା, ବଲାଙ୍ଗୀର ଓ ବରଗଡ଼ରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ଆଗାମୀ ୩ ଘଣ୍ଟା ଲାଗି ଅରେଞ୍ଜ ଆଲର୍ଟ ଦିଆଯାଇଛି । ଉତ୍ତର ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ।

ଏହା ମଧ୍ୟ ପଢନ୍ତୁ: ଚିନ୍ତା ବଢାଉଛି ନିଅଣ୍ଟିଆ ବର୍ଷା, ଧାନ ବିହନର ମାନକୁ ନେଇ ଚାଷୀଙ୍କ ଅସନ୍ତୋଷ - FARMERS PROBLEM

୨୫ ତାରିଖରେ ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଆସନ୍ତାକାଲି (୨୫ ତାରିଖ) କୋରାପୁଟ, ମାଲକାନଗିରି, ରାୟଗଡା, ପୁରୀ, କନ୍ଧମାଳ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ନୟାଗଡ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୨୬ ତାରିଖରେ ଗଜପତି, ରାୟଗଡା ଓ କୋରାପୁଟ, ମାଲକାନଗିରି, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ଭୀଷଣ ବର୍ଷା ନେଇ ସତର୍କ ଜାରି କରାଯାଇଛି । ଅନ୍ୟପଟେ ପ୍ରବଳ ବର୍ଷା ରାଜ୍ୟରେ ଥିବା ନିଅଣ୍ଟିଆ ବର୍ଷାକୁ ଭରଣା କରିବ, ଯାହାକି ମୁଖ୍ୟତଃ ଚାଷ କାର୍ଯ୍ୟ ପାଇଁ ଅନୁକୂଳ ରହିବ ।

ଜୁନ ୧ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୮୮.୬ ପ୍ରତିଶତ ବର୍ଷା ହୋଇଛି । ତଥାପି ରାଜ୍ୟରେ ୧୫ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୧୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସହ ୧୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ମାଲକାନଗିରି ଓ କୋରାପୁଟରେ ସ୍ବାଭାବିକରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details