ଓଡିଶା

odisha

ETV Bharat / state

ପାଖେଇ ଆସୁଛି ନିର୍ବାଚନ, ଭୋଟରଙ୍କ ସଚେତନ ପାଇଁ ୱାକାଥନ - Walkathon for voters

Walkathon for voters: ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ବିଏମସିର ନିଆରା ପ୍ରୟାସ । ଭୋଟରଙ୍କ ସଚେତନ ପାଇଁ ୱାକାଥନ ଆୟୋଜିତ କରାଯାଇଛି । ଅଧିକ ପଢନ୍ତୁ

Walkathon for voters
Walkathon for voters

By ETV Bharat Odisha Team

Published : Apr 20, 2024, 11:53 AM IST

Walkathon for voters

ଭୁବନେଶ୍ବର:ଭୋଟରଙ୍କ ସଚେତନ ପାଇଁ ୱାକାଥନ । ନିର୍ବାଚନ ଗଣତନ୍ତ୍ରର ବଡ ପର୍ବ ହୋଇଥିବା ବେଳେ ସେହି ନିର୍ବାଚନରେ ନିଜ ନିଜର ମତ ସାବ୍ୟସ୍ତ କରିବାକୁ ଭୋଟରଙ୍କ ସଚେତନ ପାଇଁ ୱାକାଥନ କରାକାଇଛି । ବିଶେଷ କରି ନୂଆ ଭୋଟରମାନଙ୍କୁ ଭୋଟ ସମ୍ବନ୍ଧରେ ଶିକ୍ଷା ଓ ଭାଗିଦାରୀତାକୁ ନେଇ ୱାକାଥନ ମାଧ୍ୟମରେ ସଚେତନତା କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ବିଏମସି ପକ୍ଷରୁ ଏହି ୱାକାଥନର ଆୟୋଜନ କରାଯାଇଥିଲା । ଆସନ୍ତା ମେ 25 ତାରିଖରେ ମତଦାନ ସାବ୍ୟସ୍ତ କରିବାକୁ ଭୁବନେଶ୍ବର ବାସିନ୍ଦାଙ୍କୁ ନିବେଦନ କରାଯାଇଛି ।

ମାଷ୍ଟରକ୍ୟାଣ୍ଟିନ ଠାରୁ ଏହି ୱାକାଥନ ଆରମ୍ଭ ହୋଇ ବିଏମସିର ମୁଖ୍ୟ କାର୍ଯ୍ୟାଳୟଠାରେ ସମାପ୍ତ ହୋଇଥିଲା । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଓ୍ବାକାଥନର ଉଦଘାଟନ କରିଥିଲେ। ୱାକାଥନରେ ମୁଖ୍ୟ ଶାସନସଚିବ, ମୁଖ୍ୟ ନିର୍ବାଚନ ଅଧିକାରୀ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ବିଏମସି କମିଶନର ରାଜେଶ ପାଟିଲ, ପୋଲିସ କମିଶନର ସଂଜୀବ ପଣ୍ଡାଙ୍କ ସମେତ ବହୁ ଅଧିକାରୀ ଓ ନୂଆ ଭୋଟର ମାନେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟ ଶାସନ ସଚିବ କହିଛନ୍ତି, "ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜର ମତଦାନ ମାଧ୍ୟମରେ ଆମେ ନାଗରିକ ହେବାର କର୍ତ୍ତବ୍ୟ ନିଭାଇବା ଉଚିତ । ଅଧିକାରୁ ଅଧିକ ମତଦାନ କରି ଗଣତନ୍ତ୍ରରୁ ସୁଦୃଢ କରିବା ଉଚିତ ।"

ଏହା ମଧ୍ୟ ପଢନ୍ତୁ:ଆପଣଙ୍କ ନିକଟରେ ନାହିଁ କି ଭୋଟ ପରିଚୟ ପତ୍ର ? ଏହି ଡକ୍ୟୁମେଣ୍ଟ ସହ ଦେଇପାରିବେ ଭୋଟ୍‌ - VOTING WITHOUT VOTER ID CARD

ତେବେ ଏହି ୱାକାଥନର ମାଧ୍ୟମରେ ସହରୀ ଭୋଟ ଓ ଯୁବ ଭୋଟରଙ୍କୁ ମାନଙ୍କୁ କିଭଳି ଆକୃଷ୍ଟ କରାଯାଇପାରିବ ଏବଂ ମତଦାନ ହାର ବୃଦ୍ଧି କରାଯିବ ସେନେଇ ସଚେତନତା କରାଯାଇଛି । ବିଶେଷ କରି ଯେଉଁ ନୂଆ ଭୋଟରମାନେ ନିଜର ବହୁମୂଲ୍ୟ ମତଦାନ ପ୍ରଥମ ଥର ପାଇଁ କରିବେ ସେମାନଙ୍କୁ ମତଦାନର ପ୍ରାସଙ୍ଗିକତା ବିଷୟରେ ବୁଝାଯାଇଥିଲା । କିଭଳି ସେମାନେ ଜଣେ ଜଣେ ସଚେତନ ନାଗରିକ ହୋଇ ନିଜର ମତ ସାବ୍ୟସ୍ତ କରିପାରିବେ ଏବଂ ଦେଶର ଭବିଷ୍ୟତକୁ ସୁସଙ୍ଗଠିତ ସୁରକ୍ଷିତ ନେତା ହାତରେ ଦେବେ ସେନେଇ ଆଲୋଚନା କରାଯାଇଥିଲା ।

ଏହାସହ ଚଳିତବର୍ଷ ଭୋଟରମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବାକୁ ବିଭିନ୍ନରେ ଯୋଜନା କରାଯାଇଛି ବୋଲି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତିତ କରାଯାଇଥିଲା । ଏହି ତଥ୍ୟ ଦ୍ୱାରା ସେମାନଙ୍କର ସହଭାଗିତା ବଢିବ ବୋଲି କୁହାଯାଇଛି । ତେଣୁ ରାଜଧାନୀ ଭୋଟରମାନଙ୍କ ନିମନ୍ତେ ଏହି ତଥ୍ୟ ଜାଣିବା ପାଇଁ ସ୍ବତନ୍ତ୍ର ଆପ ପ୍ରସ୍ତୁତ କରାଯାଇଛି । VHA ଆପ ମାଧ୍ୟମରେ ବୁଥ କେଉଁଠି ଅଛି ବୁଥରେ କେତେ ଭିଡ଼ ଅଛି ସେନେଇ ତଥ୍ୟ ପାଇପାରିବେ ଭୋଟର ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସେହିପରି ନୂଆ ଭୋଟର କହିଛନ୍ତି, ଆମ ଭଏସ ହିଁ ଆମ ଭୋଟ ତେଣୁ ଆମେ ନିଶ୍ଚୟ ଭୋଟ ଦେବୁ ଆଉ ଆମର ନେତା ବାଛିବାର ଦାୟିତ୍ୱକୁ ପ୍ରତିପାଦିତ କରିବୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details