ଭଦ୍ରକ:ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଅଶାନ୍ତ ଭଦ୍ରକ ସହର । ପୋଷ୍ଟକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ପକ୍ଷରୁ ହିଂସା ଓ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରାଯାଇଛି । ତହସିଲଦାରଙ୍କ ଗାଡି ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ମଧ୍ୟ ଟେକାପଥର ମାଡ଼ କରାଯାଇଛି । ଘଟଣାସ୍ଥଳରେ ତମାମ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ସହରରେ କର୍ଫ୍ୟୁ ଜାରି କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ବିବାଦୀୟ ପୋଷ୍ଟକୁ ଅଶାନ୍ତ ଭଦ୍ରକ !
ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ଭଦ୍ରକ ସୃଷ୍ଟି ହୋଇଛି ଉତ୍ତେଜନା । ଗୋଟିଏ ସମ୍ପ୍ରଦାୟ ପକ୍ଷରୁ ବଡ଼ ଧରଣର ମେଳି । ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଯାଉଥିବା ବେଳେ ସନ୍ଥିଆ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରି ପୋଲିସକୁ ଅଟକାଇ ଥିଲେ ସମ୍ପୃକ୍ତ ଗୋଷ୍ଠୀର ଲୋକେ । ଏଥିସହ ତହସିଲଦାରଙ୍କ ଗାଡି ଭଙ୍ଗାରୁଜା କରିବା ସହ ପୋଲିସ ଉପରକୁ ଟେକାପଥର ମାଡ଼ କରିଥିଲେ । ଫଳରେ 2 ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେପଟେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା ।
ବିବାଦୀୟ ପୋଷ୍ଟକୁ ନେଇ ହିଂସା,ଭଦ୍ରକରେ କର୍ଫ୍ୟୁ ଜାରି (ETV Bharat Odisha) କର୍ଫ୍ୟୁ ଜାରି :
ଘଟଣା ସ୍ଥଳରେ ଏବେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ପୁରୁଣା ବଜାର ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ BNSS ଧାରା 163 ଜାରି ହୋଇଛି । ପୋଲିସକୁ ଆକ୍ରମଣ କରିବା ଘଟଣାରେ ଜଣେ ଯୁବକକୁ ଥାନାରେ ଅଟକ ରଖାଯାଇଛି । ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରାଣାଧୀନ ରହିଛି । ଅନ୍ୟପକ୍ଷରେ ବିବାଦୀୟ ପୋଷ୍ଟ କରିଥିବା ଯୁବକକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟମ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ ...ମତୋ କଲେଜ ପ୍ରତିଷ୍ଠା ଦିବସ; ଅତିଥି ଚୟନ ନେଇ ତୀବ୍ର ବିବାଦ, 163 ଧାରା ଜାରି, 15 ପ୍ଲାଟୁନ ଫୋର୍ସ ମୁତୟନ - Prohibitory Orders to Prevent Clash
COMMUNAL VIOLENCE (ETV Bharat Odisha) ପୋଲିସ ଉପରକୁ ଟେକା ପଥର ମାଡ଼:
ପ୍ରକାଶ ଥାଉ କି, ଗତକାଲି ଜଣେ ଯୁବକ ସୋସିଆଲ ମିଡ଼ିଆରେ ବିବାଦୀୟ ପୋଷ୍ଟ କରିଥିଲେ । ଏହାକୁ ପ୍ରତିବାଦ କରି ଅନ୍ୟ ଏକ ସମ୍ପ୍ରଦାୟର ଲୋକମାନେ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଆଜି ନଙ୍ଗାମହଲା ଠାରେ ହଠାତ୍ ସେହି ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇ ମେଳି ବାନ୍ଧିଥିଲେ । ଏହି ବେଆଇନ ମେଳି ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଖବର ପାଇ ପୋଲିସ ଏବଂ ମାଜିଷ୍ଟ୍ରେଟ ଘଟଣା ସ୍ଥଳକୁ ଆସୁଥିବା ବେଳେ ଉକ୍ତ୍ୟକ ଯୁବକମାନେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ । ତେବେ ଏନେଇ ପୋଲିସ କି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରିବା ପାଇଁ ମନା କରାଯାଇଛି ।
COMMUNAL VIOLENCE (ETV Bharat Odisha) ଫେସବୁକରେ ବିବାଦୀୟ ପୋଷ୍ଟ ନେଇ ପୋଲିସକୁ ଆକ୍ରମଣ ଏବଂ ମାଜିଷ୍ଟ୍ରେଟଙ୍କ ଗାଡ଼ି ଭଙ୍ଗାରୁଜା ଘଟଣା ପରେ ଏବେ ଆକ୍ସନରେ ଭଦ୍ରକ ଜିଲ୍ଲା ପୋଲିସ ତଥା ପ୍ରଶାସନ । ଉପଦ୍ରବକାରୀଙ୍କୁ ଛଡାଯିବ ନାହିଁ ଡିଆଇଜି କହିଛନ୍ତି । ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ସନ୍ଥିଆ ନିକଟରେ ପୋଲିସ ଉପରେ ଆକ୍ରମଣ ଘଟଣା ପରେ, ବିଳମ୍ବିତ ରାତ୍ରିରେ ପୁରୁଣା ବଜାର ଥାନାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ, ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଭଦ୍ରକରେ ଯେଉଁ ଗଣ୍ଡଗୋଳ ମାଡପିଟ, ଭଙ୍ଗାରୁଜା ତଥା ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେଲା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ।
COMMUNAL VIOLENCE (ETV Bharat Odisha) - ଶାନ୍ତି କମିଟି ଗଠନ ନେଇ ପ୍ରୟାସ
ପରିସ୍ଥିତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ଆକ୍ରମଣ କାରି ଏବଂ ସୋଡିଆଲ ମିଡ଼ିଆ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ କିପରି ଗିରଫ କରାଯିବା ସେ ବିଷୟରେ ଆଲୋଚନା ହୋଇଛି । ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣା ବଜାର ଥାନା ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତା (BNSS) ଧାରା-163 ଧାରା ଜାରି ରହିଛି । ସହରରେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ଅନେକ ପୋଷ୍ଟ କରାଯାଇଛି । ପୋଲିସ୍ ଫ୍ଲାଗମାର୍ଚ୍ଚ ସହ ଭେଇକିଲ ପେଟ୍ରୋଲିଂ ମାର୍ଚ୍ଚ କରିଛି । ଅଞ୍ଚଳ ମଧ୍ୟକୁ ଯାତାୟତ କରୁଥିବା ସମସ୍ତ ଗାଡ଼ିଗୁଡ଼ିକୁ ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ନକାବନ୍ଦୀ କରାଯାଉଛି । ଏଥିସହ ଲୋକମାନଙ୍କୁ ଏକାଠି ହେବା ଉପରେ ଡାକବାଜୀ ମାଧ୍ୟମରେ କଟକଣା ଜାରି କରାଯାଇଛି । ପୋଲିସ ଡିଆଇଜି, ଭଦ୍ରକ ଏସପି, ଭଦ୍ରକ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ବିଳମ୍ବିତ ରାତିରେ ଅଞ୍ଚଳ ବୁଲି ଦେଖିବା ସହ ନିଜେ ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଛନ୍ତି । ଏଥିସହ ଶାନ୍ତି କମିଟି ଆହୁତ କରାଯାଇ ଆଲୋଚନା କରିବା ପାଇଁ ପ୍ରସ୍ତୁତି ହେବ । ଡିଆଇଜି କହିଛନ୍ତି ଯେ ବିବାଦୀୟ ପୋଷ୍ଟକୁ ନେଇ ସାଇବର ସେଲ ମଧ୍ୟ ତଦନ୍ତ କରୁଛି ।
COMMUNAL VIOLENCE (ETV Bharat Odisha) - ଉପଦ୍ରବକାରୀଙ୍କ ବିରୋଧରେ ଗ୍ରହଣ ହେବ କଡା କାର୍ଯ୍ୟାନୁଷ୍ଠାନ:
ସତ୍ୟଜିତ ନାୟକ ପୂର୍ବାଞ୍ଚଳ ଡିଆଇଜି କହିଛନ୍ତି,‘‘ ପୋଷ୍ଟରେ ସତ୍ୟତା ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିସହ ସର୍ବସାଧାରଣ ସ୍ଥାନରେ ପୋଲିସକୁ ଆକ୍ରମଣ ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ଅଶାନ୍ତି ସୃଷ୍ଟି କରିବା ଉପଦ୍ରବ କରିଥିବା ଏବଂ ଢେଲା ପଥର ମାଡ଼ କରିଥିବା କୌଣସି ବ୍ୟକ୍ତିକୁ ଛଡାଯିବ ନାହିଁ । ଆଜି (ଶନିବାର)ଠାରୁ ସହରରେ ମାଇକ ମାଧ୍ୟମରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରଚାର ହେବ । ଏଥିସହ ଦୋକାନ ବଜାର ଖୋଲିବା ଉପରେ ନିର୍ଦ୍ଧିଷ୍ଟ ସମୟ ଦିଆଯିବ । ମୁଖ୍ୟତଃ ଜିଲ୍ଲାର ଭଦ୍ରକ ପୌରାଞ୍ଚଳ, ଧାମନଗର ଏବଂ ଦୋବଲ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ BNSS 163 ଜାରି ରହିବା ସହ ମୋଟ 14 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ଏବଂ କୌଣସି ଉପଦ୍ରବୀକୁ ଛଡ଼ାଯିବ ନାହିଁ ବୋଲି ଡିଆଇଜି କହିଛନ୍ତି ।
ଇଟିଭି ଭାରତ, ଭଦ୍ରକ