ଓଡିଶା

odisha

By ETV Bharat Odisha Team

Published : Feb 17, 2024, 4:23 PM IST

ETV Bharat / state

ମିଳିଲା ପ୍ରତିଶୃତି, ମାସେ ପରେ ଆନ୍ଦୋଳନରୁ ଓହରିଲେ ପ୍ରାଣୀ ଚିକିତ୍ସକ

Veterinary doctors call off strike: ୩୧ଦିନର ଆନ୍ଦୋଳନ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲା ରାଜ୍ୟର ପ୍ରାଣୀ ଚିକିତ୍ସକ ସଂଘ । ସରକାରଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ରଖିଥିବା ସୂଚନା । ଅଧିକ ପଢନ୍ତୁ

ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ପ୍ରାଣୀ ଚିକିତ୍ସକ
ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ପ୍ରାଣୀ ଚିକିତ୍ସକ

ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ପ୍ରାଣୀ ଚିକିତ୍ସକ

ଭୁବନେଶ୍ବର:ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ ସ୍ଥଗିତ । ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି ପ୍ରାଣୀ ଚିକିତ୍ସକ । ପର୍ଯ୍ୟାୟକ୍ରମେ ସ‍ମସ୍ତ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି ସରକାର । ଗତ ଏକ ମାସେ ହେବ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଥିଲା ସଂଘ । ସରକାରଙ୍କ ସହିତ ଆଲୋଚନା ସଫଳ ହୋଇଥିବା ସୂଚନା ।

ଗତ ମାସ ୧୮ତାରିଖରୁ ସାରା ରାଜ୍ୟରେ ୧୩୦୦ ଜଣ ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ରହିଥିଲେ । ପ୍ରାଣୀ ବିଭାଗର ପୂର୍ଣ୍ଣାଙ୍ଗ ରୂପାନ୍ତରଣ, କ୍ୟାଡର ପୁନର୍ଗଠନ ଏବଂ କେନ୍ଦ୍ର ସରକାରୀ ସେବା ଅଧୀନରେ ପ୍ରାଣୀ ଚିକିତ୍ସକଙ୍କ କ୍ଷେତ୍ରରେ ଡିଏସିପି ଦୃଷ୍ଟିରୁ ସମାନତା ଆଣିବା ଏବଂ ଅଣ ପ୍ରାକ୍ଟିସିଂ ଭତ୍ତା ପ୍ରଦାନ ଆଦି ଦାବିରେ ରାଜ୍ୟରେ ସମସ୍ତ ପ୍ରାଣୀ ଚିକିତ୍ସକ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆଜି ସଂଘର ଦାବି ସମ୍ପର୍କରେ ମୁଖ୍ୟଶାସନ ସଚିବଙ୍କ ସହ ସକାରାତ୍ମକ ଆଲୋଚନା ହେଇଛି । ଆଲୋଚନା ପରେ ଦାବି ଖୁବଶୀଘ୍ର ପୂରଣ ହେବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛି ସଂଘ ।

ସୂଚନା ଅନୁଯାୟୀ, ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ନକଲି ଚିକିତ୍ସକ (କ୍ୱାକ୍‍) ମାନଙ୍କର ସଂଖ୍ୟା ବହୁ ଗୁଣ ବୃଦ୍ଧି ପାଇଛି । ଯାହା ଆଗକୁ ଅନେକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ଇତି ମଧ୍ୟରେ ବହୁ ପ୍ରାଣୀଚିକିତ୍ସା ଡିସ୍‍ପେନସାରୀ ଏବଂ ପ୍ରାଣୀ ଚିକିତ୍ସାଳୟ ପ୍ରାଣୀଧନ ନିରୀକ୍ଷକଙ୍କ ସହାୟତାରେ ପରିଚାଳିତ ହେଉଛି । ଯେଉଁଠାରେ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନ ମିଳୁନାହିଁ ଏବଂ ଏହା ଭାରତର ପ୍ରାଣୀ ଚିକିତ୍ସା ପରିଷଦର ଆଇନ୍ ଓ ନିୟମର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି । ତେବେ ରାଜ୍ୟର ପ୍ରାଣୀ ଚିକିତ୍ସକଙ୍କର ଦାବିଗୁଡିକ ମଧ୍ୟରେ ବିଭାଗର ରୂପାନ୍ତରଣ ଅନ୍ୟତମ ମୁଖ୍ୟ ଦାବି ରହିଛି । ଯେଉଁଥିରେ କୃଷକଙ୍କପାଇଁ ୨୪ ଘଣ୍ଟିଆ ସେବା, ଇନ୍‍ଡୋର ଚିକିତ୍ସା ସୁବିଧା ରହିଛି ଯେଉଁଥିରେ ରୋଗଗ୍ରସ୍ତ ପ୍ରାଣୀଙ୍କୁ ଡାକ୍ତରଖାନା ପରିସରରେ ରଖି ଚିକିତ୍ସା କରାଯାଇପାରିବ, ବୃହତ୍ତ ପ୍ରାଣୀଙ୍କୁ ଡାକ୍ତରଖାନା ପରିବହନ ନିମନ୍ତେ ଆମ୍ବୁଲାନ୍ସ ସୁବିଧା ଯୋଗାଇଦେବା ।

ଏହା ମଧ୍ୟ ପଢନ୍ତୁ.....ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନକୁ ମାସେ, ବାହାରୁନି ସମାଧାନ ବାଟ

ଏହାସହ ପ୍ରତି ବ୍ଲକ ଓ ଜିଲ୍ଲାସ୍ତରରେ ଉନ୍ନତ ରୋଗ ନିରୂପଣ ସୁବିଧା, ଚିକିତ୍ସା ନିମନ୍ତେ ବ୍ୟବହାରକାରୀ ଦେୟ ଛାଡ଼ ଏବଂ ଗରିବ ଚାଷୀଙ୍କ କ୍ଷେତ୍ରରେ ମାଗଣାରେ ଔଷଧ ଉପଲବ୍ଧ କରାଇବା ଆଦି ଅନ୍ତର୍ଭୁକ୍ତ ରହିଛି । ପ୍ରାଣୀ ଚିକିତ୍ସା କ୍ଷେତ୍ର ବିଗତ ବର୍ଷଗୁଡିକରେ ଯଥେଷ୍ଟ ଅଗ୍ରଗତି ହାସଲ କରିଛି । କିନ୍ତୁ ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ପୁରାତନ ପାରମ୍ପରିକ ଚିକିତ୍ସା ପଦ୍ଧତି ଅନୁସରଣ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଛି । ଯାହା କ୍ଷେତ୍ରସ୍ତରରେ ନକଲି ଚିକିତ୍ସକଙ୍କୁ ଉତ୍ସାହିତ କରୁଛି । ସେହିପରି ଖାଲି ପଡ଼ିଥିବା ପ୍ରାଣୀ ଚିକିତ୍ସାକଙ୍କ ପଦବୀ ପୂରଣ କରିବା ପାଇଁ ଦାବି ହୋଇଛି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details