ଓଡିଶା

odisha

By ETV Bharat Odisha Team

Published : Apr 11, 2024, 8:00 AM IST

ETV Bharat / state

ପରାଜୟ ପରେ ବି ରିପୋର୍ଟ କାର୍ଡ ଦେଲେ ଭି.ଚନ୍ଦ୍ରଶେଖର - V CHANDRASEKHAR NAIDU

V CHANDRASEKHAR Report Card: ଗତ ନିର୍ବାଚନରେ କଂଗ୍ରେସରରୁ ବ୍ରହ୍ମପୁର ଲୋକସଭା ଆସନରେ ଲଢିଥିବା ଭି.ଚନ୍ଦ୍ରଶେଖର ନାଇଡୁ ଦେଲେ ପାଞ୍ଚ ବର୍ଷର ରିପୋର୍ଟ କାର୍ଡ । ଚଳିତ ଥର ସ୍ବାଧୀନ ଭାବେ ଲଢିବେ ବୋଲି ଦେଲେ ସୂଚନା । ଅଧିକ ପଢନ୍ତୁ

ପରାଜୟ ପରେ ବି ରିପୋର୍ଟ କାର୍ଡ ଦେଲେ ଭି.ଚନ୍ଦ୍ରଶେଖର
ପରାଜୟ ପରେ ବି ରିପୋର୍ଟ କାର୍ଡ ଦେଲେ ଭି.ଚନ୍ଦ୍ରଶେଖର

ପରାଜୟ ପରେ ବି ରିପୋର୍ଟ କାର୍ଡ ଦେଲେ ଭି.ଚନ୍ଦ୍ରଶେଖର

ବ୍ରହ୍ମପୁର: ସ୍ବାଧୀନ ଭାବେ ନିର୍ବାଚନ ଲଢିବେ କଂଗ୍ରେସର ପୂର୍ବତନ ସାଂସଦ ପ୍ରାର୍ଥୀ । ଗତ ନିର୍ବାଚନରେ ପରାଜୟ ପରେ ମଧ୍ୟ ଗତ ପାଞ୍ଚ ବର୍ଷର ରିପୋର୍ଟ କାର୍ଡ ଦେଲେ ଭି. ଚନ୍ଦ୍ରଶେଖର ନାଇଡୁ । ଗତ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ ଭି.ଚନ୍ଦ୍ରଶେଖର ନାଇଡୁ । ହେଲେ ଗତ ନିର୍ବାଚନରେ ସେ ପରାଜୟ ହୋଇଥିଲେ ମଧ୍ୟ ଗତ ପାଞ୍ଚ ବର୍ଷ ମଧ୍ୟରେ ସେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ନିଜର କିଭଳି କାର୍ଯ୍ୟ କରିଛନ୍ତି । ତାହାକୁ ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ରିପୋର୍ଟ କାର୍ଡ ମାଧ୍ୟମରେ ଜନସାଧାରଣଙ୍କ ସମୁଖରେ ଉପସ୍ଥାପନ କରିଛନ୍ତି ।

ଚଳିତଥର ସାଧାରଣ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ଲୋକସଭା ଆସନରୁ ପାଇଁ କଂଗ୍ରେସ ଦଳ ପକ୍ଷରୁ ଟିକେଟ ଘୋଷଣା ହୋଇସାରିଥିବା ବେଳେ ସେ ଚଳିତ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ରାଜ୍ୟ ଠାରୁ ଆରମ୍ଭ କରି ଲୋକସଭା ଏବଂ ବିଧାନସଭା କ୍ଷେତ୍ରରେ ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପରେ ସେମାନଙ୍କର ଭୂମିକା ଏବଂ ସ୍ଥାନୀୟ ଅଞ୍ଚଳର ଦାବିକୁ ନେଇ କିଭଳି ସେମାନେ ପ୍ରଶ୍ନ ଉଠାଇଛନ୍ତି, ତାହାକୁ ନେଇ ସମାଲୋଚନା କରିଥିଲେ ଚନ୍ଦ୍ରଶେଖର ।

ଏପରିକି ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଅନେକ ବ୍ୟକ୍ତି ବିଶେଷ ଚିନ୍ତାଗ୍ରସ୍ତ ରହିଛନ୍ତି । ସେ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ତାଙ୍କୁ ଅଞ୍ଚଳବାସିନ୍ଦାଙ୍କ ପକ୍ଷରୁ ବାରମ୍ବାର ଅନୁରୋଧ ପରେ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ବର୍ତ୍ତମାନର ପରିସ୍ଥିତିରେ ସେ ସ୍ବାଧୀନ ଭାବରେ ମୈଦାନକୁ ଓହ୍ଲାଇବା ପାଇଁ ଘୋଷଣା କରିଛନ୍ତି । ସେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସାଧାରଣ ଜନତାଙ୍କ ନିକଟରେ ପ୍ରକୃତ ପ୍ରାର୍ଥୀଙ୍କୁ ବିଜୟୀ କରି ଦେଶର ସଂସଦକୁ ପଠାଇଲେ ନିଜ ଅଞ୍ଚଳର ସମସ୍ୟାର ସମାଧାନ ହେବା ବୋଲି କହିଛନ୍ତି ସେ ।

ଏହା ମଧ୍ୟ ପଢନ୍ତୁ......ପାରାଦ୍ୱୀପ ବିଜେଡିରେ ବଢ଼ିଲା ଅଡୁଆ, ତେଜୁଛି ଟିକେଟ କଳି - Paradeep Assembly Constituency

ସୂଚନା ଅନୁଯାୟୀ ଗତ ସାଧାରଣ ନିର୍ବାଚନ-୨୦୧୯ ମସିହାରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ହୋଇଥିବା ମତଦାନ ସମୟରେ କଂଗ୍ରେସ ଦଳରୁ ଟିକେଟ ପାଇଥିବା ଭି.ଚନ୍ଦ୍ରଶେଖର ନାଇଡୁ ୧ ଲକ୍ଷ ୪୨ ହଜାର ୬୩୨ ଖଣ୍ଡ ଭୋଟ ପାଇଥିଲେ । ସେହି ସମୟରେ ବିଜେଡିରୁ ଚନ୍ଦ୍ରଶେଖ ସାହୁ ୪ ଲକ୍ଷ ୪୩ ହଜାର ୮୪୩ ଖଣ୍ଡ ଭୋଟ ପାଇ ସାଂସଦ ରୂପେ ବିଜୟୀ ହୋଇଥିବା ବେଳେ ବିଜେପି ଦଳର ଭୃଗୁବକ୍ସି ପାତ୍ର ୩ ଲକ୍ଷ ୪୮ ହଜାର ୯୯୯ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଅକ୍ତିଆର କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details