ଓଡିଶା

odisha

ETV Bharat / state

ଢେଙ୍କାନାଳରେ ଭୁଶୁଡିଲା ହୋଟେଲ ଛାତ: ଶ୍ରମିକ ମୃତ, ଏବେବି ଫସିଛନ୍ତି ଅନେକ

ଢେଙ୍କାନାଳରେ ହୋଟେଲ ନିର୍ମାଣ ବେଳେ ଭୁଶୁଡ଼ିଗଲା ନିର୍ମାଣଧୀନ ଛାତ । ତଳେ ଚାପି ହୋଇରହିଛନ୍ତି ଶ୍ରମିକ । ଶ୍ରମିକ ମୃତ । ଉଦ୍ଧାର କାର୍ଯ୍ୟ ଜାରି ।

By ETV Bharat Odisha Team

Published : 4 hours ago

DHENKANAL BUILDING COLLAPSED
DHENKANAL BUILDING COLLAPSED (ETV Bharat Odisha)

ଢେଙ୍କାନାଳ: ଦୁର୍ଗା ପୂଜା ନେଇ ଚାରିଆଡେ ଉତ୍ସବର ମାହୋଲ ଚାଲିଥିବା ବେଳେ ଢେଙ୍କାନାଳ ମହିଷାପାଟରୁ ଆସିଛି ଏକ ଦୁଃଖଦ ଖବର । ହୋଟେଲ ନିର୍ମାଣ ପାଇଁ ଛାତ ପଡୁଥିବା ବେଳେ ଭୁଶୁଡି ଗଲା ଛାତ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଅଛନ୍ତି । ଅନେକ ଶ୍ରମିକ ଭିତରେ ଛାପି ହୋଇଛନ୍ତି । ଜାରି ରହିଛି ଉଦ୍ଧାର କାର୍ଯ୍ୟ । ମୃତକ ହେଲେ ସୁଧାଶୁଂ ରାଉତ । ଗୁରୁତର ହେଲେ କୈଳାଶ ଚନ୍ଦ୍ର ରାଉତ ଓ ସମରେନ୍ଦ୍ର ରାଉତ । ଏମାନଙ୍କ ଘର ସଦର ଥାନା ଅନ୍ତର୍ଗତ ଖୁଣ୍ଟଝରି ଗାଁରେ ବୋଲି ଜଣାପଡିଛି ।

ଭୁଶୁଡିଲା ଛାତ:

DHENKANAL BUILDING COLLAPSED (ETV Bharat Odisha)

ଢେଙ୍କାନାଳରେ ହୋଟେଲ ନିର୍ମାଣ ଚାଲିଥିବା ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଏହି ନିର୍ମାଣଧିନ ହୋଟେଲର ତୃତୀୟ ମହଲା ଛାତ ପଡୁଥିବାବେଳେ ଛାତ ଭୁଶୁଡି ପଡିଛି । ମୂଳ ପିଲାର ଭାଙ୍ଗି ଯିବାରୁ ଏପରି ଅଘଟଣ ଘଟିଛି । ଫଳରେ ତଳେ ଓ ଉପରେ କାର୍ଯ୍ୟରତ ଶ୍ରମିକ ଚାପି ହୋଇ ରହିଥିବା ଜଣାପଡିଛି । ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେଥିରୁ ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ଜାରି ରହିଛି ଉଦ୍ଧାରକାର୍ଯ୍ୟ ।

କାମ କରୁଥିଲେ 50 ଜଣ:

DHENKANAL BUILDING COLLAPSED (ETV Bharat Odisha)

ତେବେ ପୂରା ହୋଟେଲ ନିର୍ମାଣ କାମରେ ପ୍ରାୟ 50 ଜଣ ନିୟୋଜିତ ଥିଲେ । ହେଲେ ଛାତ ଭୁଶୁଡି ପଡିବାରୁ ପାଖାପାଖି 10 ଜଣ ଫସି ରହିଥିବା ଅନୁମାନ କରାଯାଉଛି । ହେଲେ ଏହାର ସଠିକ ସୂଚନା ମିଳିପାରିନାହିଁ । ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଗୁରୁତର ଦୁଇ ଶ୍ରମିକଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

ଉଦ୍ଧାରକାର୍ଯ୍ୟରେ ଓଡ୍ରାଫ ଟିମ:

ଖବର ପାଇ ଢେଙ୍କାନାଳ ଓଡ୍ରାଫ ସମେତ ଗଁନ୍ଦିଆ, ଓଡ଼ପଡାରୁ ଅଗ୍ନିଶମ ବାହିନୀ ଜେସିବି, ବୁଲଡୋଜର ଆଦି ସହାୟତାରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଛି । ଘଟଣା ସ୍ଥଳରେ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଏସପି ଅଭିନବ ସୋନକର ଓ ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ଉଦ୍ଧାର କାର୍ଯ୍ୟ ସରିଲେ କେତେ ଶ୍ରମିକ ମୃତାହତ ତାହା ଜଣାପଡିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

DHENKANAL BUILDING COLLAPSED (ETV Bharat Odisha)

ଏନେଇ ଢେଙ୍କାନାଳ ଏସପି ଅଭିନବ ସୋନକର କହିଛନ୍ତି, ‘ଛାତ ଭୁଶୁଡି ପଡିଛି । ବର୍ତ୍ତମାନ ସୁଦ୍ଧା 2 ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।’

ଏନେଇଉପଜିଲ୍ଲାପାଳ ବିଭୂଦ ଗଡନାୟକ କହିଛନ୍ତି, ‘ଢେଙ୍କାନାଳ ଜିଲ୍ଲାର ମହିଷାପାଟରେ ଏକ ବିଲିଂ କାମ ଚାଲିଥିଲା । ବିଲିଂଟି ଦବି ଯିବାରୁ 4ରୁ 5 ଜଣ ଆମେ ଅନୁମାନ କରୁଛୁ ଦବିକି ଅଛନ୍ତି । 2ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ଜୋରସୋର ଚାଲିଛି । ଏହା ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । ନିଶ୍ଚୟ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।’

DHENKANAL BUILDING COLLAPSED (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଭୁଶୁଡିଲା ବେଦାନ୍ତର ରେଡମଡ଼ ପଣ୍ଡ; ଚାଷ ଜମିକୁ ମାଡିଗଲା ବିଷାକ୍ତ ପାଣି, ଚିନ୍ତାରେ ସ୍ଥାନୀୟ ଲୋକେ - Vedanta Red Mud Pond Collapsed

ଭୁଶୁଡିଲା ନିର୍ମାଣାଧିନ କୋଠାର ଛାତ; ୪ ମୃତ, ୯ ଆହତ - Rajasthan building roof collapse

ବର୍ଷାରେ ବେହାଲ ଦିଲ୍ଲୀ; ନିର୍ମାଣାଧୀନ କୋଠା ଭୁଶୁଡି 3 ଶିଶୁ ମୃତ, 5 ଗୁରୁତର - HOUSE COLLAPSED IN GREATER NOIDA

ଭୁଶୁଡିଲା ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ଛାତ: କାର୍ ଚୁରମାର୍, ଜଣେ ମୃତ, ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ - Delhi Airport roof collapse

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details