ମାଲକାନଗିରି:ଘରକୁ ଫେରିଛନ୍ତି ଅଯୋଧ୍ୟାକୁ ପଦଯାତ୍ରା କରିଥିବା ମାଲକାନଗିରିର ୨ ରାମଭକ୍ତ । ଗତ ୨୨ ତାରିଖରେ ପ୍ରଭୁ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠାର ଭବ୍ୟ ଉତ୍ସବରେ ଯୋଗ ଦେବା ପାଇଁ ମାଲକାନଗିରିର ୨ ଯୁବକ ଦିନେଶ ପଟ୍ଟନାୟକ ଏବଂ ଭଗବାନ ଦୁର୍ଗ ଗତ ଡିସେମ୍ବର ମାସ ୨୪ ତାରିଖରେ ମାଲକାନଗିରିର ତମସା ନଦୀଠାରୁ ଅଯୋଧ୍ୟା ନଗରୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ଉଭୟ ପ୍ରତ୍ୟେକ ଦିନ ପ୍ରାୟ ୪୦ରୁ ୫୦ କିଲୋମିଟର ପାଦରେ ଚାଲି ଚାଲି ଜାନୁଆରୀ ୨୧ ତାରିଖରେ ଅଯୋଧ୍ୟା ନଗରୀରେ ପହଞ୍ଚିଥିଲେ ।
ଏହାପରେ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ନଗରୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ମନ୍ଦିର ଭିତରକୁ ଯାଇ ସେମାନେ ରାମଲାଲାଙ୍କୁ ଦର୍ଶନ କରିଥିଲେ । ପରେ ସେମାନେ ଅଯୋଧ୍ୟା ନଗରୀରୁ ଶ୍ରୀକ୍ଷେତ୍ର ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରି ରବିବାର ସକାଳେ ମାଲକାନଗିରି ଫେରିଛନ୍ତି । ମାଲକାନଗିରି ପହଞ୍ଚିବା ପରେ ସହରର ଶହ ଶହ ସାଧାରଣ ଜନତା, ରାମଭକ୍ତ ଏବଂ ସମାଜସେବୀ ବ୍ୟାଣ୍ଡ୍ ବାଜା ଏବଂ ଜୟ ଶ୍ରୀରାମ ଧ୍ଵନି ସହିତ ଶୋଭାଯାତ୍ରା କରି ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଉଭୟଙ୍କୁ ଦେଖିବା ପାଇଁ ପରିବାରବର୍ଗ ଅପେକ୍ଷା କରିଥିଲେ ।
ଏହା ମଧ୍ୟ ପଢନ୍ତୁ ...ରାମଲାଲାଙ୍କ ଭକ୍ତିରେ ବିଭୋର ମୁସଲିମ ଭକ୍ତ, ଚାଲି ଚାଲି ମୁମ୍ବାଇରୁ ଅଯୋଧ୍ୟା ଯାତ୍ରା