ଓଡିଶା

odisha

By ETV Bharat Odisha Team

Published : 4 hours ago

Updated : 4 hours ago

ETV Bharat / state

ସ୍କୁଲ ଅବ୍ୟବସ୍ଥା ଜଣାଇବାକୁ ୨୫ କିମି ଚାଲିଲେ ଛାତ୍ରୀ, ଜିଲ୍ଲାପାଳଙ୍କୁ ଜଣାଇଲେ ଦୁଃଖ - Tribal School Students Walk 25 Km

Tribal School Students Walk 25 Km: ପଦଯାତ୍ରାରେ ଛାତ୍ରୀ । 25 କିମି ଚାଲି ଚାଲି ଅସୁସ୍ଥ ହେଲେ ଛାତ୍ରୀ । ପରେ ଅବ୍ୟବସ୍ଥା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଜଣାଇଲେ ଦୁଃଖ । ଜିଲ୍ଲାପାଳ କହିଲେ ବିଦ୍ୟାଳୟକୁ ପରିଦର୍ଶନ କରିବି । ଅଧିକ ପଢନ୍ତୁ

Students Walk To Meet Collector
Students Walk To Meet Collector (ETV Bharat Odisha)

ଭବାନୀପାଟଣା: ସୁନ୍ଦର ପରିବେଶ ସହ ସମସ୍ତ ବ୍ୟବସ୍ଥା ଭିତରେ ଶିକ୍ଷାର ମାନ ବୃଦ୍ଧି ସହ ଏକ ଶିକ୍ଷିତ ସମାଜ ସୃଷ୍ଟି କରିବା ସହ ସରକାର ଅନେକ ଯୋଜନା କରିବା ସହ ଗରିବ ଓ ବିଶେଷ କରି ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଙ୍କ ପାଇଁ ଆବାସିକ ବିଦ୍ୟାଳୟର ବ୍ୟବସ୍ଥା କରିବା ସହ ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି ହେଲେ କିଛି ଅସାଧୁ ଶିକ୍ଷକଙ୍କ ପାଇଁ ଆଜି ହନ୍ତସନ୍ତ ଅନ୍ତେବାସୀ ।

ସ୍କୁଲରେ ବ୍ୟାପକ ଅସୁବିଧା !

୨୫ କିମି ଚାଲିଲେ ଛାତ୍ରୀ (ETV Bharat Odisha)

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କିଆପଦର ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଦୀର୍ଘ ଦିନ ହେଲା ପାଣି ଗଳିବା ସହିତ ଛାତ୍ରୀମାନଙ୍କୁ ଠିକ୍ ଭାବରେ ଖାଦ୍ୟ ପ୍ରଦାନ କରାଯାଉନଥିବା ବେଳେ ଆବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇ ଦିଅଯାଉନାହିଁ ବୋଲି ଛାତ୍ରୀଙ୍କ ଅଭିଯୋଗ ରହିଛି ।

ଅଡି ବସିଲେ ଛାତ୍ରୀ:

Students Walk To Meet Collector (ETV Bharat Odisha)

ଏନେଇ ଅଭିଯୋଗ କଲେ ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରୀମାନଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ ନେଇ ଗତକାଲି (ମଙ୍ଗଳବାର) ଛାତ୍ରୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପାଇଁ ରାସ୍ତାରେ ଚାଲିଚାଲି ପ୍ରାୟ ୧୦ କିଲୋମିଟର ଚାଲି ଚାଲି ଆସିବା ପରେ ଖବର ପାଇ ଘଟଣା ସ୍ଥଳରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ପହଞ୍ଚି ଛାତ୍ରୀ ମାନଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଅଡି ବସିଥିଲେ ।

ଏହା ବି ପଢନ୍ତୁ- ଶିକ୍ଷାନୁଷ୍ଠାନରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ, 'ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବାଧ୍ୟତାମୂଳକ' - INTERNAL COMPLAINT COMMITTEE

ଏହା ବି ପଢନ୍ତୁ- Dropout Tension: ବିଦ୍ୟାଳୟରେ କାହିଁକି କମୁଛି ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ସଂଖ୍ୟା ? ବଢ଼ୁଛି ଡ୍ରପ ଆଉଟ୍ ହେବାର ଆଶଙ୍କା - Differently Abled Students

ଅଭିଯୋଗ କରିବା ପାଇଁ 25 କିମି ଚାଲିଲେ:

Students Walk To Meet Collector (ETV Bharat Odisha)

ଏହାପରେ ଆହୁରି ପ୍ରାୟ ୧୫ କିଲୋମିଟର ଚାଲିକି ଆସିବା ପରେ କିଛି ଛାତ୍ରୀଙ୍କ ଦେହ ମଧ୍ୟ ଅସୁସ୍ଥ ହୋଇଥିଲା । ପ୍ରାୟ ୧୮ କିଲୋମିଟର ଚାଲିକି ଆସିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଦୁଇଟି ବସର ବ୍ୟବସ୍ଥା କରିବା ପରେ ଛାତ୍ରୀମାନେ ବସରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କ ନିକଟରେ ସମସ୍ତ ଅଭିଯୋଗ କରିଥିଲେ । ପରେ ଜିଲ୍ଲାପାଳଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଛାତ୍ରୀ ମାନେ ଘରକୁ ଫେରିଥିଲେ ।

ଏହା ବି ପଢନ୍ତୁ- ବଦଳିଲା ନବମ-ଦଶମ ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରେସ, ସବୁଜ ବଦଳରେ ହେଲା ଖଇରିଆ-ବାଦାମୀ ରଙ୍ଗ - SCHOOL UNIFORMS CHANGES

ଏହା ବି ପଢନ୍ତୁ- ଅକ୍ଟୋବରରେ ଛୁଟି ହିଁ ଛୁଟି, ସ୍କୁଲ-କଲେଜ ବନ୍ଦ, ଦଶହରା ଓ ଦୀପାବଳି ମଜା ଉଠାଇବେ ଛାତ୍ରଛାତ୍ରୀ - October Month Holidays


ସେପଟେ ଏନେଇ ଛାତ୍ରୀ ସମିତା ଗୋଡ ଦଶମ ଶ୍ରେଣୀର ଛାତ୍ରୀ ଏନେଇ କହିଛନ୍ତି, "ହଷ୍ଟେଲ ରେ ଖାଦ୍ୟ ଠିକ୍ ଭାବରେ ପ୍ରଦାନ କରାଯାଉ ନାହିଁ ଏହାସହ ବାଥରୁମ୍ ମାନଙ୍କରେ କବାଟ ନାହିଁ, ଠିକ୍ ସମୟରେ ଆବଶ୍ୟକ ଅନୁଯାୟୀ ନାପକିନ ପ୍ରଦାନ କରାଯାଉ ନାହିଁ । ଫଳରେ ବାଧ୍ୟ ହୋଇ ଆମେ ଚାଲି ଚାଲି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ କଲୁ ଏବଂ ଆସନ୍ତାକାଲି ଜିଲ୍ଲାପାଳ ନିଜେ ପରିଦର୍ଶନ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ କରିଛନ୍ତି "।

Students Walk To Meet Collector (ETV Bharat Odisha)

ସେପଟେ ଏନେଇଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ପଚାରିବାରୁ ସେ କହିଥିଲେ, "ଛାତ୍ରୀ ମାନେ ଚାଲିକି କି ଆସିଲେ ଖବର ପାଇବା ପରେ ଆମେ ବସର ବ୍ୟବସ୍ଥା କରିଥିଲୁ ଅଭିଯୋଗ ପାଇଛୁ ଏବଂ ମୁଁ ସେ ବିଦ୍ୟାଳୟକୁ ପରିଦର୍ଶନ କରିବି ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।"

Students Walk To Meet Collector (ETV Bharat Odisha)
Last Updated : 4 hours ago

ABOUT THE AUTHOR

...view details