ନିଆଳି: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ । ସ୍କୁଲରେ ପାଣି ଆଣିବାକୁ ଯାଉଥିବା ବେଳେ ଜଣେ ଅଷ୍ଟମ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଶିକ୍ଷକଙ୍କ ଏପରି ବ୍ୟବହାରକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ବିଳାଶୁଣୀସ୍ଥିତ ଶ୍ରୀ ଗୋପାଳ ଜୀଉ ଉଚ୍ଚ ବିଦ୍ୟାଳୟରେ । ଶିକ୍ଷକ ଅସଦାଚରଣ କରିଥିବା ନେଇ ସମ୍ପୃକ୍ତ ଛାତ୍ରୀ ଓ ଅଭିଭାବକ ଅଭିଯୋଗ ଆଣିଛନ୍ତି । ପରେ ପୋଲିସ ଉକ୍ତ ଶିକ୍ଷକଙ୍କୁ ଅଟକ ରଖିଥିଲା । ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ନହେବାରୁ ଶିକ୍ଷକ ଜଣଙ୍କୁ 10 ଘଣ୍ଟା ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଛାଡି ଦେଇଛି ।
ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ:
ଅଭିଭାବକଙ୍କ ଅଭିଯୋଗ ଅନୁସାରେ, ସ୍କୁଲର ଜଣେ ଶିକ୍ଷକ ଆଜି ସକାଳ ସମୟରେ ସ୍କୁଲରେ ଜଣେ ଛାତ୍ରୀ ପାଣି ଆଣିବାକୁ ଯାଇଥିବା ବେଳେ ତାଙ୍କ ହାତ ଟାଣି ନେଇଥିଲେ । ଏହାପରେ ଅଭିଭାବକ ମାନେ ସ୍କୁଲରେ ପହଞ୍ଚିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ସ୍କୁଲରେ ଶିକ୍ଷକ ଜଣଙ୍କୁ ଗୋଟିଏ ରୁମରେ ବନ୍ଦ କରାଯାଇ ପ୍ରଧାନଶିକ୍ଷୟତ୍ରୀ ନିଆଳି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ପୋଲିସ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖିଥିଲା । ଏନେଇ ସମ୍ପୃକ୍ତ ଛାତ୍ରୀ କିମ୍ବା ତାଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।
ଏହା ମଧ୍ୟ ପଢନ୍ତୁ-ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଛେଚା ଖାଇଲେ ଶିକ୍ଷକ - ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଛେଚା ଖାଇଲେ ଶିକ୍ଷକ
ଏହା ମଧ୍ୟ ପଢନ୍ତୁ-ଦୁଇ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ଗିରଫ - rajnagar news
ଅସଦାଚରଣ ଶିକାର ହୋଇଥିବା ଛାତ୍ରୀ ମା' କହିଛନ୍ତି, ‘ମୋ ଝିଅ ଅଷ୍ଟମ ଶ୍ରେଣୀର ଛାତ୍ରୀ । ସ୍କୁଲର ଶିକ୍ଷକ ମୋ ଝିଅ ସହ ଖରାପ ବ୍ୟବହାର କରିଛନ୍ତି । ମୋ ଝିଅ ଏ ବିଷୟରେ ଆମକୁ କାନ୍ଦି କାନ୍ଦି କହିଲା । ଅନ୍ୟ ଝିଅଙ୍କୁ ବି ସେ ଅସଦାଚରଣ କରିଛନ୍ତି । ତେଣୁ ଶିକ୍ଷକଙ୍କୁ ଏଥି ପାଇଁ ଦଣ୍ଡିତ କରାଯାଉ । ମୋ ଝିଅ ପାଣି ଆଣିବାକୁ ଗଲା ବେଳେ ଶିକ୍ଷକ ତା ହାତ ଟାଣି ଆଉ ଏକ ରୁମକୁ ନେଇଯାଇଥିଲେ । ସେ ସେଠୁ ଦୌଡିକି ପଳାଇ ଆସିଥିଲା ।’
ଜଣେ ଛାତ୍ରଙ୍କ ଅଭିଭାବକ କହିଛନ୍ତି,'' ସେ ଶିକ୍ଷକ ଜଣଙ୍କ ପୂର୍ବରୁ ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ । ଆଜି ମଧ୍ୟ ଜଣଙ୍କ ସହ କରିଛନ୍ତି । ଏପରି ଅଭିଯୋଗ ପରି ଅଭିଭାବକ ମାନେ ସ୍କୁଲରେ ପହଞ୍ଚିଛନ୍ତି । ପ୍ରଧାନଶିକ୍ଷୟତ୍ରୀଙ୍କୁ ପଚାରିବାରୁ ସେ କହୁଛନ୍ତି ବିଇଓ ଆସିଲେ ତାହା ଆକ୍ସନ ନିଆଯିବ । ସେ ଶିକ୍ଷକ ଆଗରୁ ଯୋଉଠି ଥିଲେ ସେଠାରେ ବି ସେମିତି କରିଥିଲେ । ତେଣୁ ତାଙ୍କୁ କଠୋର ଦଣ୍ଡ ଦିଆଯାଉ । ''
ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଚାରୁଲତା ବେହେରା କହିଛନ୍ତି ," ଶିକ୍ଷକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୋସେଡିଂ କରୁଛି, ଗୋଟିଏ ଝିଅକୁ ଖରାପ ବ୍ୟବହାର କରିଛନ୍ତି । ଶିକ୍ଷକ ମାନିଛନ୍ତି ଖରାପ ବ୍ୟବହାର କରିଛନ୍ତି । ନିଆଳି ପୋଲିସ ଶିକ୍ଷକଙ୍କୁ ନେବା ବେଳେ ନାକେଦମ ହେବାକୁ ପଡିଛି । ''
ଇଟିଭି ଭାରତ, ନିଆଳି