ଓଡିଶା

odisha

By ETV Bharat Odisha Team

Published : Feb 7, 2024, 3:55 PM IST

ETV Bharat / state

ରାଜରାସ୍ତାରେ ଗୁରୁ, ଦାବି ପୂରଣ ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ

Teacher Association Protest: ରାଜ ରାସ୍ତାରେ ଗୁରୁ । ଦାବି ପୂରଣ ପାଇଁ ବର୍ଷ ବର୍ଷ ଧରି ରାଜରାସ୍ତାରେ ଆନ୍ଦୋଳନରେ ବସି ରହିଛନ୍ତି ଅଧ୍ୟାପକ ଓ ଶିକ୍ଷକ ସଂଘ । ଅଧିକ ପଢନ୍ତୁ

Teacher Association Protest
ରାଜ ରାସ୍ତାରେ ଗୁରୁ


ଭୁବନେଶ୍ୱର:ରାଜରାସ୍ତାରେ ଧାରଣାରେ ଗୁରୁ । ଭୁବନେଶ୍ୱରେ ପିଏମଜି ଛକରେ ଆନ୍ଦୋଳନରେ ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ହଜାର ହଜାର ସଂଖ୍ୟାରେ ଅଧ୍ୟାପକମାନେ ଦୀର୍ଘ ୩୫୮ ଦିନ ହେବ ରାଜରାସ୍ତାରେ ଅହୋରାତ୍ର ଆନ୍ଦୋଳନ କରି ଆସୁଛନ୍ତି । 6 ଥର ମହାସମାବେଶ ମଧ୍ୟ କରିସାରିଛନ୍ତି । ହେଲେ ସରକାର ସେମାନଙ୍କ ଦାବି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି କଲେଜ ଅଧ୍ୟାପକ ସଂଘ ।

ଦାବି ସମାନ କାମକୁ ସମାନ ଗ୍ରେଡ ପେ ଆଧାରରେ ଦରମା ପ୍ରଦାନ, ଏହି ବର୍ଗର କର୍ମଚାରୀମାନଙ୍କୁ ଚାକିରିରେ ଯୋଗଦାନକୁ ଭିତ୍ତିକରି ପେନସନ ପ୍ରଦାନ କରିବା, ୨୦୧୮ ଜି.ଓରେ ଉପକୃତ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ଓ ବାଦ୍ ପଢିଥିବା କର୍ମଚାରୀ ମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଦାବିରେ ପାଖାପାଖି ଏକ ବର୍ଷ ହେଲା ଆନ୍ଦୋଳନ କରିଆସୁଛି ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ଏପରିକି ୪୨୦୦ ଗ୍ରେଡ ପେ ପାଉଥିବା କର୍ମଚାରୀମାନଙ୍କ ଠାରୁ ୪୬୦୦ ଗ୍ରେଡ ପେ କର୍ମଚାରୀମାନଙ୍କୁ କମ୍ ଦରମା ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଅଧିକାଂଶ କର୍ମଚାରୀ ଏହା ମଧ୍ୟରେ ଅବସର ନେଇଥିବା ବେଳେ ସେମାନଙ୍କୁ ପେନସନ ପରିସରଭୁକ୍ତ କରାଯାଉନଥିବାରୁ ସେମାନଙ୍କ ଜୀବନଯାପନ କଷ୍ଟକର ହୋଇପଡିଛି । ଦୀର୍ଘ ୩୦ ବର୍ଷରୁ ଅଧିକ ବର୍ଷ ହେଲା କାର୍ଯ୍ୟ କରୁଥିବା ଅଧ୍ୟାପକ କର୍ମଚାରୀମାନଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଅଧ୍ୟାପକ ସଂଘ ।

ଏହାମଧ୍ୟ ପଢନ୍ତୁ.. 10 ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଜଗତସିଂହପୁରର 10 ପଞ୍ଚାୟତବାସୀ

ଏପଟେ ଓଡିଶା ରାଜ୍ୟ ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ମଧ୍ୟ ବିକ୍ଷୋଭ କରାଯାଉଛି । ଦୀର୍ଘ ଦେଢ଼ ବର୍ଷ ଧରି ଆନ୍ଦୋଳନରେ ବସିଥିଲେ ମଧ୍ୟ ସରକାର ଏପର୍ଯ୍ୟନ୍ତ ତାଙ୍କ କଥା ଶୁଣୁନଥିବା ଅଭିଯୋଗ ହୋଇଛି । ତେବେ ଚଳିତ ବିଧାନସଭା ଶେଷ ବିଧାନ ସଭା ରହିଥିବା ନେଇ ପୁଣିଥରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଅଧ୍ୟାପକମାନେ । ଅନ୍ୟପଟେ ଓଷ୍ଟା ପକ୍ଷରୁ ମଧ୍ୟ ଧାରଣା ଦିଆଯାଇଛି । ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

୩୦ ବର୍ଷରୁ ଊର୍ଦ୍ଧ୍ବ ନିରବଚ୍ଛିନ୍ନ ଭାବରେ ଚାକିରି କଲାପରେ ଶୂନ୍ୟହସ୍ତରେ ଅବସର ନେବା ଓ ୨୦ ରୁ ୨୫ ବର୍ଷ ବିନା ଅନୁଦାନରେ ଚାକିରି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ସଂଘ । ଅନୁଦାନ ପାଇନଥିବା ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ଅବସର ନେଉଥିବା ଶିକ୍ଷକ ଓ କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ଅବସରକାଳୀନ ସୁବିଧା ସୁଯୋଗ, ୨୨୬ ଓ ୩୯୯ ବିଦ୍ୟାଳୟକୁ ସପ୍ତମ ବେତନ ପ୍ରଦାନ ଇତ୍ୟାଦି ଦାବି କରିଆସୁଛନ୍ତି ଶିକ୍ଷକ ସଂଘ ।

ଏହା ଦାବି ମାନିନିଆଯିବ ବୋଲି ସରକାର ବାରମ୍ବାର ପ୍ରତିଶ୍ରୁତି ଦେଉ ଆସୁଥିଲେ ମଧ୍ୟ ପାଳନ କରାଯାଉନଥିବା କହିଛନ୍ତି ଶିକ୍ଷକ ସଂଘ । ତେବେ ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । ତେବେ ହଜାର ହଜାର ଶିକ୍ଷକ ରାଜରାସ୍ତାରେ ବସିରହିଥିବା ପିଲାମାନଙ୍କ ଭବିଷ୍ୟତ ମଧ୍ୟ ଅନ୍ଧକାର ଆଡକୁ ଠେଲି ହୋଇଯାଉଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details