ଭୁବନେଶ୍ବର:ଜାନୁଆରୀରେ ମିଳିବ 'ସୁଭଦ୍ରା ଯୋଜନା' ପ୍ରଥମ କିସ୍ତିର 4ର୍ଥ ପର୍ଯ୍ୟାୟ ଟଙ୍କା । ଏହି ପର୍ଯ୍ୟାୟରେ 20 ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା । ଭେରିଫିକେସନ୍ ପ୍ରକ୍ରିୟା ଡିସେମ୍ବର 30 ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଜାନୁଆରୀରେ ସୁଭଦ୍ରା ଟଙ୍କା:
ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାକହିଛନ୍ତି, "ସୁଭଦ୍ରା ଯୋଜନାରେ ଚତୁର୍ଥ ପର୍ଯ୍ୟାୟରେ 20 ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ଟଙ୍କା ମିଳିବ । ଆମେ ପ୍ରସ୍ତୁତି ପଛରେ ଅଛୁ । ଆମେ ସମସ୍ତଙ୍କୁ ସୁଯୋଗ ଦେବୁ । ଘରେ ଘରେ ଅଙ୍ଗନବାଡ଼ି ଦିଦି, ଆରଆଇ ଯାଞ୍ଚ କରୁଛନ୍ତି । ଜାଗା ଜମି ପାଇଁ ଯାହା ସମସ୍ୟା ଅଛି ଏହାର ଯାଞ୍ଚ ପାଇଁ 30 ତାରିଖ ଟାର୍ଗେଟ ରଖାଯାଇଛି । ବିଭିନ୍ନ ସମସ୍ୟା ପାଇଁ ଯାଞ୍ଚ ପ୍ରକ୍ରିୟାରେ ସମୟ ଲାଗୁଛି । ଯାଞ୍ଚ ସରିଗଲେ ଜାନୁଆରୀରେ ସୁଭଦ୍ରା ଯୋଜନା ଟଙ୍କା ମିଳିବ । ସୁଭଦ୍ରା ଯୋଜନା 4ର୍ଥ ପର୍ଯ୍ୟାୟ ଟଙ୍କା ଦିଆ ସରିବା ପରେ କିଛି ଲୋକ ଯଦି ଭୁଲରେ ଟଙ୍କା ନେଇଯାଇଥିବେ ତେବେ ସେମାନଙ୍କ ଉପରେ କ'ଣ ବ୍ୟବସ୍ଥା କରାଯିବ ତାହା ଆଗକୁ ଦେଖାଯିବ ।"
ଏହା ମଧ୍ୟ ପଢ଼ନ୍ତୁ...'ବଣ୍ଡା ମହିଳା ପାଇବେ ସୁଭଦ୍ରା ଟଙ୍କା', ଉପମୁଖ୍ୟମନ୍ତ୍ରୀ ବାଣ୍ଟିଲେ ପଟ୍ଟା |