ଓଡିଶା

odisha

ETV Bharat / state

ଅଧାରେ ରହିଲା ମାଟ୍ରିକ ସ୍ବପ୍ନ, ପରୀକ୍ଷା ପୂର୍ବରୁ ଟଳିପଡିଲେ ଛାତ୍ର - STUDENT DIES BEFORE EXAM

ଦେଇଥାନ୍ତେ ମାଟ୍ରିକ ପରୀକ୍ଷା । ହେଲେ ଜୀବନ ପରୀକ୍ଷାରେ ହାରିଗଲେ ଚନ୍ଦ୍ରଶେଖର । ପରୀକ୍ଷା କେନ୍ଦ୍ର ପରିବର୍ତ୍ତେ ଶ୍ମଶାନ ପାଲଟିଲା ଠିକଣା ।

Student Dies Before Exam
Student Dies Before Exam (ETV Bharat Odisha)

By ETV Bharat Odisha Team

Published : Feb 21, 2025, 10:36 PM IST

ବାଲେଶ୍ବର: ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମନରେ ଉତ୍କଣ୍ଠା । ହେଲେ ପରୀକ୍ଷା କେନ୍ଦ୍ରକୁ ବାହାରିଥିବା ଜଣେ ଛାତ୍ରଙ୍କ ଅକାଳ ବିୟୋଗ ହୋଇଛି । ବାଲେଶ୍ବରରେ ଘଟିଥିବା ଏଭଳି ଅଭାବନୀୟ ଘଟଣା ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟ କରିଛି ।

ପରୀକ୍ଷା ପୂର୍ବରୁ ଆଖି ବୁଜିଲେ:

ଜୀବନର ପ୍ରଥମ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଦେବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଥିଲା । ବର୍ଷ ଯାକର ପାଠ ପଢା ପରେ ପରୀକ୍ଷା ପାଇଁ ଉତ୍ସାହିତ ମଧ୍ୟ ଥିଲେ । ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ପରୀକ୍ଷା କେନ୍ଦ୍ରକୁ ବାହାରିଥିବାବେଳେ ଶ୍ମଶାନ ପାଲଟିଛି ଠିକଣା । ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଅକାଳ ବିୟୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ବରିପଦା ଗ୍ରାମରେ ଘଟିଛି । କୈଳାଶ ଚନ୍ଦ୍ର ମାଝୀଙ୍କ ସାନ ପୁଅ ଚନ୍ଦ୍ରଶେଖର ମାଝୀ ମାଟ୍ରିକ ପରୀକ୍ଷା ଦେବାକୁ ଗାଧୋଇ ସାରି ଘରୁ ବାହାରୁ ଥିବାବେଳେ ଘଟିଛି ଏମିତି ଅଭାବନୀୟ ଘଟଣା। ଛାତ୍ରଙ୍କ ହଠାତ ମୁଣ୍ଡ ବୁଲାଇ ଦେବାରୁ ସେ ତଳେ ପଡିଯାଇଥିଲେ । ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Student Dies Before Exam (ETV Bharat Odisha)
ଏହା ବି ପଢନ୍ତୁ...ମାଟ୍ରିକ ପରୀକ୍ଷା ଆରମ୍ଭରୁ ଅଘଟଣ, ଓଲଟିଲା ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ

ଏହା ବି ପଢନ୍ତୁ...ଖେଳୁଥିଲେ ଭୁଶୁଡିଲା ପାଚେରୀ, ପଞ୍ଚମ ଶ୍ରେଣୀ ଛାତ୍ର ମୃତ

ପରୀକ୍ଷା କେନ୍ଦ୍ର ଯାଇଥାନ୍ତେ, ଶ୍ମଶାନ ପାଲଟିଲା ଠିକଣା:

ଛାତ୍ରଙ୍କ ଏମିତି ଅକାଳ ବିୟୋଗରେ ସମସ୍ତେ ମର୍ମାହତ ହୋଇଥିବାବେଳେ ତାଙ୍କର ସମ୍ପର୍କୀୟ ହରିହର ମାଝୀକହିଛନ୍ତି," ସେ ମଙ୍ଗଳବାର ଦିନ ଜଣଙ୍କ ଘରକୁ ଭୋଜି ଖାଇବା ପାଇଁ ଯାଇଥିଲା । ଖାଇ ଆସିବା ପରେ ତା ପରଦିନ ତା ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ତାକୁ ଗୋପାଳପୁର ମେଡିକାଲ ନିଆଯାଇଥିଲା । ତା ପରେ ସୋରର ଏକ ପ୍ରାଇଭେଟ ହସ୍ପିଟାଲରେ ଦେଖାଇ ଔଷଧ ନେଇ ଖାଇଥିଲେ। ଆଜି ସକାଳୁ ମାଟ୍ରିକ ପରୀକ୍ଷା ଦେବାପାଇଁ ସେ ବାହାରିଥିଲା । ଗାଧୋଇବା ପରେ ହଠାତ ମୁଣ୍ଡ ବୁଲାଇ ତଳେ ପଡ଼ିଯାଇଥିଲା। ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ସେଠାରୁ ସୋର ମେଡିକାଲ ଆଣିଥିଲେ ହେଲେ ମେଡିକାଲରେ ତାର ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଥିଲେ। ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥାନ୍ତା ହେଲେ ଏମିତି ଅବସ୍ଥା ହେଲା। ପିଲା ଆରୁହାବାଡ଼ ହାଇସ୍କୁଲରେ ପାଠ ପଢୁଥିଲା, ମାଟ୍ରିକ ସେଣ୍ଟର କଲ୍ୟାଣି ହାଇସ୍କୁଲରେ ହୋଇଥିଲା।"

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details