ଓଡିଶା

odisha

ETV Bharat / state

ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ଏକାଠି ହେବେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ - Tribute to Ramoji Rao - TRIBUTE TO RAMOJI RAO

Special Tribute Program in Memory of Ramoji Rao: ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ । ଭୁବନେଶ୍ବର ଜୟଦେବ ଭବନରେ ଏକାଠି ହେବେ 'ଈଟିଭି ଓଡ଼ିଆ' ସାଟେଲାଇଟ୍ ଚ୍ୟାନେଲର ପୂର୍ବତନ ସହଯୋଗୀ, ରାମୋଜୀ ଗ୍ରୁପର କର୍ମଚାରୀ ଏବଂ ଓଡ଼ିଶା ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବ୍ୟକ୍ତିବିଶେଷ । ଅଧିକ ପଢ଼ନ୍ତୁ

Special Tribute Program in Memory of Ramoji Rao
Special Tribute Program in Memory of Ramoji Rao (ETV Bharat Odisha)

By ETV Bharat Odisha Team

Published : Jun 17, 2024, 9:16 PM IST

Updated : Jun 17, 2024, 10:17 PM IST

ଭୁବନେଶ୍ବର: ପଦ୍ମବିଭୂଷଣ ରାମୋଜୀ ରାଓଙ୍କୁ ଝୁରୁଛି ଭାରତୀୟ ଗଣମାଧ୍ୟମ ଜଗତ । ଗତ ଗତ ଜୁନ ୮ ତାରିଖରେ ଏହି ମହାନାୟକଙ୍କର ମହାପ୍ରାୟାଣ ଘଟିଛି । ଗଣମାଧ୍ୟମ ଏବଂ ମନୋରଞ୍ଜନ ଦୁନିଆର ବାଦଶାହ ରାମୋଜୀ ରାଓଙ୍କ ସ୍ମୃତିଚାରଣ ପାଇଁ ଜୁନ୍ ୧୮ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଏକ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଭୁବନେଶ୍ବରସ୍ଥିତ ଜୟଦେବ ଭବନଠାରେ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ 'ଈଟିଭି ଓଡ଼ିଆ' ସାଟେଲାଇଟ୍ ଚ୍ୟାନେଲର ପୂର୍ବତନ ସହଯୋଗୀ, ରାମୋଜୀ ଗ୍ରୁପର କର୍ମଚାରୀ ଏବଂ ଓଡ଼ିଶା ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ବ୍ୟକ୍ତିବିଶେଷ ସାମିଲ ହୋଇ ଏହି ମିଡିଆ ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।

ପ୍ରିଣ୍ଟ୍, ଟେଲିଭିଜନ, ସିନେମା, ପର୍ଯ୍ୟଟନ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗ ପ୍ରତିଷ୍ଠା କରି ରାମୋଜୀ ରାଓ ଏକ ବିଶାଳ ଅନୁଷ୍ଠାନ ଛିଡ଼ା କରିଥିଲେ । ବିଶେଷକରି, ଗତ ୫ ଦଶନ୍ଧି ଧରି ବିଭିନ୍ନ ମାଧ୍ୟମରେ ସାମ୍ବାଦିକତାର ପ୍ରସାର କ୍ଷେତ୍ରରେ ସେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ । ଗତ ଜୁନ ୮ ତାରିଖରେ ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ମହାପ୍ରୟାଣ ଘଟିଥିଲା । ଭାରତୀୟ ଗଣମାଧ୍ୟମ ଜଗତକୁ ତାଙ୍କ ଅତୁଳନୀୟ ଅବଦାନକୁ ମନେ ପକାଇ ଏହି ସ୍ମୃତି କାର୍ଯ୍ୟକ୍ରମରେ ଏକ ଭିଡିଓ ଉପସ୍ଥାପନ କରାଯିବ । ଏଥିରେ 'ଈଟିଭି ଓଡ଼ିଆ' ପରିବାରର ପୂର୍ବତନ ସହଯୋଗୀଙ୍କ ସହ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ଏବଂ କଳା ସଂସ୍କୃତି କ୍ଷେତ୍ରର ବ୍ୟକ୍ତିବିଶେଷ ଯୋଗ ଦେଇ ଏହି ମହାନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବୋଲି କାର୍ଯ୍ୟକ୍ରମର ଆବାହକ ତଥା ବରିଷ୍ଠ ସାମ୍ବାଦିକ ନୀଳାମ୍ବର ରଥ ସୂଚନା ଦେଇଛନ୍ତି ।

୧୯୬୯ରେ ତେଲୁଗୁ ଭାଷାରେ କୃଷିଭିତ୍ତିକ ପତ୍ରିକା 'ଅନ୍ନଦାତା'ରୁ ଆରମ୍ଭ ହୋଇଥିଲା ରାମୋଜୀ ରାଓଙ୍କ ମିଡିଆ ଯାତ୍ରା । ଏହାପରେ ୧୯୭୪ରେ ସେ ତେଲୁଗୁ ଭାଷାରେ 'ଈନାଡୁ' ଖବରକାଗଜ ଆରମ୍ଭ କରିଥିଲେ । ସେହିପରି ବହୁଭାଷୀ ଟେଲିଭିଜନ ନେଟୱାର୍କ 'ଈଟିଭି', ପୃଥିବୀର ସର୍ବବୃହତ୍ତ ଫିଲ୍ମସିଟି 'ରାମୋଜୀ ଫିଲ୍ମ ସିଟି' ଏବଂ ବହୁଭାଷୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ 'ଇଟିଭି ଭାରତ' ଭଳି ଅଗ୍ରଣୀ ଅନୁଷ୍ଠାନର ପ୍ରତିଷ୍ଠାତା ଥିଲେ ପଦ୍ମବିଭୂଷଣ ରାମୋଜୀ ରାଓ ।

ଏହା ମଧ୍ୟ ପଢ଼ନ୍ତୁ...ରାମୋଜୀ ରାଓଙ୍କୁ ଝୁରୁଛି ସାରା ଦେଶ: ଦଶାହରେ ପୂର୍ବତନ ଇଟିଭି କର୍ମଚାରୀ ଓ ଗଣମାଧ୍ୟମ ପରିବାରର ତିଳତର୍ପଣ - Ramoji Rao Dasaha kriya

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 17, 2024, 10:17 PM IST

ABOUT THE AUTHOR

...view details