ଓଡିଶା

odisha

ETV Bharat / state

ପୁରୀରେ ବଢୁଛି ଅପରାଧ, ନିର୍ବାଚନୀ ହିଂସା ରୋକିବାକୁ ବସ୍ତିରେ ସୁରକ୍ଷା ଦାବି - Security Demand For Slum Areas - SECURITY DEMAND FOR SLUM AREAS

Security Demand For Slum Areas: ପୁରୀରେ ଅପରାଧ ବଢିଚାଲିଥିବାବେଳେ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି । ତେଣୁ ଏ ଦିଗରେ ପୋଲିସ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ

special drive demand
special drive demand

By ETV Bharat Odisha Team

Published : Apr 12, 2024, 10:05 AM IST

special drive demand

ପୁରୀ:ବସ୍ତି ଅଞ୍ଚଳରେ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଡ୍ରାଇଭ ପାଇଁ ଦାବି । ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି । ପୁରୀ ଜିଲ୍ଲାରେ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି । ବିଶେଷ କରି ପୁରୀ ସହରାଞ୍ଚଳରେ ଥିବା ବିଭିନ୍ନ ବସ୍ତି ଗୁଡ଼ିକ ଉପରେ ପୋଲିସ କଡ଼ା ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ବୁଦ୍ଧିଜୀବୀ । "ନିର୍ବାଚନ ସମୟରେ ଅପରାଧୀମାନେ ବିଭିନ୍ନ ଅପରାଧିକ କାର୍ଯ୍ୟ କରିବା ପାଇଁ ବସ୍ତିଗୁଡ଼ିକୁ ସୁରକ୍ଷିତ ସ୍ଥାନ ଭାବେ ବାଛିଥାନ୍ତି । ସେଠାରେ ବିଭିନ୍ନ ମାରଣାସ୍ତ୍ର ଲୁଚାଇ ରଖିବା ସହ ବିଭିନ୍ନ ପ୍ରକାର ନିଶା ସାମଗ୍ରୀ ମଧ୍ୟ ମହଜୁଦ କରି ରଖିଥାନ୍ତି । ଯାହାକୁ ବ୍ୟବହାର କରି ନିର୍ବାଚନ ସମୟରେ ଗଣ୍ଡଗୋଳ ସୃଷ୍ଟି କରିଥାନ୍ତି । ବିଭିନ୍ନ ଥାନା ଅଧୀନରେ ଥିବା ବସ୍ତି ଗୁଡ଼ିକୁ ପୋଲିସ ପକ୍ଷରୁ ନିୟମିତ ବ୍ୟବଧାନରେ ଚଢ଼ାଉ କରାଯିବା ସହ ବାହାରୁ ଆସି ରହୁଛନ୍ତି ତାହାର ତାଲିକା ମଧ୍ୟ ପୋଲିସ ପାଖରେ ରହିବା ଉଚିତ । ସେହିପରି ଯଦି କୌଣସି ଅସାମାଜିକ ତତ୍ତ୍ଵ କିଛି କାର୍ଯ୍ୟ କରୁଥାନ୍ତି ତୁରନ୍ତ ପୋଲିସକୁ ଖବର ଦେବା ପାଇଁ ପ୍ରତି ବସ୍ତି ଅଞ୍ଚଳରେ ପୋଲିସ ପକ୍ଷରୁ ଗୁପ୍ତଚର ରଖାଯିବା ଉଚିତ୍" କହିଛନ୍ତି ବୁଦ୍ଧିଜୀବୀ ।

ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, "ବସ୍ତି ଅଞ୍ଚଳରେ ସ୍ବତନ୍ତ୍ର ନଜର ରଖିବା ପାଇଁ ଏବଂ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଉଭୟ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ନିୟମିତ ବ୍ୟବଧାନରେ ଚେକିଙ୍ଗ କରାଯାଉଛି ।‌ ତେବେ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ପୋଲିସ ଏବଂ ଅବକାରୀ ବିଭାଗ ମୋଟ ୪ ହଜାର ୬୭୫ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିସାରିଛି । ସହରାଞ୍ଚଳରେ ବିଭିନ୍ନ ବସ୍ତି ଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଥିବାବେଳେ ବିଭିନ୍ନ ବ୍ଲକ ଅଞ୍ଚଳରେ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଚୋରା ମଦ କାରବାର ଉପରେ ରୋକ ଲଗାଯାଉଛି । ଅପରାଧ ମୂଳକ କାର୍ଯ୍ୟକୁ ଦମନ କରିବା ପାଇଁ ୨୪ ଘଣ୍ଟିଆ ପାଟ୍ରୋଲିଂ ଗାଡି ରହିଛି ।"

ଏହା ମଧ୍ୟ ପଢନ୍ତୁ...ଷ୍ଟ୍ରଙ୍ଗରୁମରେ ଇଭିଏମ୍‌; ସୁରକ୍ଷା ବ୍ୟବସ୍ଥା କଡାକଡି - Election 2024

ଯଦି କୌଣସି ଅଞ୍ଚଳରେ ନିଶା କାରବାର କିମ୍ବା ଅପରାଧୀକ ବ୍ୟକ୍ତି ମାନେ ଅପରାଧିକ କାର୍ଯ୍ୟକଳାପ ନେଇ ଯୋଜନା କରିଛନ୍ତି ତୁରନ୍ତ ସ୍ଥାନୀୟ ଥାନାରେ ତୁରନ୍ତ ଖବର ଦେବାକୁ ପୁରୀ ଏସପି ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ପୁରୀ ଜିଲ୍ଲାରେ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ୬ଟି ନିର୍ବାଚନ ମଣ୍ଡଳୀରେ ମୋଟ ୨୦ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ୨୪ ଘଣ୍ଟିଆ କାର୍ଯ୍ୟ କରୁଛନ୍ତି ।‌ ତେବେ ଗତ କିଛିଦିନ ହେବ ପୁରୀ ସହରରେ ଦୁଇ ଦୁଇଟି ବୋମାମାଡ ଏବଂ ଏକ ହତ୍ୟାକାଣ୍ଡ ଘଟିଥିବାବେଳେ ଅପରାଧିକ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ପାଇଁ ପୋଲିସ ଆହୁରି ବ୍ୟାପକ ଭାବେ କାର୍ଯ୍ୟ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details