ଓଡିଶା

odisha

ETV Bharat / state

ଲାଞ୍ଚ କାରବାର ମାମଲାରେ 3 ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ - 10 LAKH BRIBERY CASE

ଭୁବନେଶ୍ବର ଲାଞ୍ଚ କାରବାର ମାମଲା । ୩ ଅଭିଯୁକ୍ତଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ ।

Etv Bharat
Etv Bharat (Etv Bharat)

By ETV Bharat Odisha Team

Published : 6 hours ago

ଭୁବନେଶ୍ବର: ରାଜଧାନୀରେ ୧୦ ଲକ୍ଷ ଲାଞ୍ଚ କାରବାର ମାମଲା । ଦିଲ୍ଲୀ ସିବିଆଇ ଦ୍ବାରା ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ୩ ଜଣଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ୱର ସ୍ବତନ୍ତ୍ର ସିବିଆଇ କୋର୍ଟ । ଦେଶ ବାହାରକୁ କିଛିଦିନ ପାଇଁ ନ ଯିବାକୁ ରହିଛି ସର୍ତ୍ତ । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଚୂଡାନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର ।

3 ଜଣଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ:

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ (ETV Bharat Odisha)

ଏନେଇ ଦେବଦତ୍ତଙ୍କ ଓକିଲ ଶୁଭମ ଶତପଥି କହିଛନ୍ତି, ଏନେଇ ଜାମିନ ଶୁଣାଣି ସମୟରେ ସିବିଆଇ ଓକିଲ ଓ ତାଙ୍କ ପକ୍ଷରୁ ମଧ୍ୟ ଏନେଇ ଯୁକ୍ତିତର୍କ କୋର୍ଟରେ ବାଢ଼ିଥିଲେ । ୧୦ ଲକ୍ଷ ଟଙ୍କା ଜବତ ହୋଇଥିବାରୁ ପିଏମଏଲଏ ଆକ୍ଟରେ ତାଙ୍କୁ ସାତ ବର୍ଷକୁ ତଳକୁ ସଜ୍ଜା ରହିଛି । ସେହି ଗ୍ରାଉଣ୍ଡ ଓ ସେ ତଦନ୍ତକାରୀ ଟିମକୁ ସହଯୋଗ କରୁଛନ୍ତି । ଏପରିକି ସେ ବିଚାର ବିଭାଗୀୟ ହାଜତକୁ ମଧ୍ୟ ଯାଇଛନ୍ତି ତେଣୁ ସେହି ସବୁ ଆଧାରରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି ।

ଲାଞ୍ଚ କାରବାର ଘଟଣାରେ ବେଲ (ETV Bharat Odisha)

କଣ ରହିଛି ସର୍ତ୍ତ ?

ଏକ ଲକ୍ଷ ଟଙ୍କାର ବେଲ ବଣ୍ଡ ଓ ଦୁଇ ଜଣ ଲେଖାଏଁ ଜାମିନଦାର ଆଧାରରେ ପ୍ରତ୍ୟେକଙ୍କୁ ସର୍ତ୍ତମୂଳକ ଜାମିନ ଦିଆଯାଇଛି । ଯେଉଁଥିରେ ଦେଶ ବାହାରକୁ କିଛି ଦିନ ପାଇଁ ନ ଯିବା ପାଇଁ କୁହାଯାଇଛି । ଏଥି ସ‌ହ‌ ତଦନ୍ତକାରୀ ଟିମକୁ ସହଯୋଗ କରିବେ । ସେମାନଙ୍କ ବିନା ଅଗୋଚରରେ ବାହାରକୁ ଯିବେ ନାହିଁ । କାହାରିକୁ ପ୍ରଭାବିତ କରିବେ ନାହିଁ । କାହାକୁ ଭୟଭୀତ କରିବେ ନାହିଁ ।

  • ଦେଶ ବାହାରିକୁ ଯାଇପାରିବେ ନାହିଁ
  • ତଦନ୍ତକାରୀ ଟିମକୁ ସହଯୋଗ କରିବେ
ଲାଞ୍ଚ କାରବାର ଘଟଣାରେ ବେଲ (ETV Bharat Odisha)

ଗିରଫ 3 ଜଣ ହେଲେ:

ତେବେ ତିନି ଜଣଙ୍କ ମଧ୍ୟରେ ଅଛନ୍ତି ଚଞ୍ଚଲ କୁମାର ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରାଣା । ତିନିଜଣଙ୍କୁ ଜାମିନ ମିଳିବା ପରେ ସେମାନେ ଖୁବଶୀଘ୍ର ଏନେଇ ଜେଲରୁ ମୁକୁଳିପାରନ୍ତି ।

16ରେ ବିଚାରବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ:

ଗତ ୧୬ ତାରିଖରେ ସେମାନଙ୍କୁ ସିବିଆଇ କୋର୍ଟରେ ହାଜର ପରେ ରିମାଣ୍ଡ ପାଇଁ ଆଉ ନ ନେବାରୁ ବିଚାରବିଭାଗୀୟ ହାଜତକୁ ପଠାଇଥିଲେ କୋର୍ଟ । ପରେ ସେହି ଦିନ ତାଙ୍କର ଜାମିନ ଉପରେ ଶୁଣାଣି ପାଇଁ କୋର୍ଟରେ ଆଜି ତାରିଖ ରହିଥିଲା । ସେହି ଆଧାରରେ ଆଜି ଶୁଣାଣି ହୋଇ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ‌ । ପୂର୍ବରୁ ତିନି ଜଣଙ୍କୁ ଦୁଇ ଥର ରିମାଣ୍ଡରେ ନେଇଥିଲା ସିବିଆଇ । ପ୍ରଥମ ଥର ରିମାଣ୍ଡ ବେଳେ ସେମାନଙ୍କ ଅଫିସ ଓ ଘର ସମେତ ବିଭିନ ସ୍ଥାନରେ ରେଡ କରିଥିଲା‌ । ପରେ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ବେଳେ ଆଇଏଏସ ବିଷ୍ଣୁପଦ ସେଠିଙ୍କ ଲିଙ୍କ ସାମ୍ନାକୁ ଆଣିଥିଲା ସିବିଆଇ ।

ଲାଞ୍ଚ କାରବାର ଘଟଣାରେ ବେଲ (ETV Bharat Odisha)

ଏ ସମ୍ପର୍କିତ ଖବର ପଢନ୍ତୁ:

ଭୁବନେଶ୍ବରରେ ଦିଲ୍ଲୀ CBIର ରେଡ; ଦେଢ଼ କୋଟିର ଡିଲ ପାଇଁ 12ଲକ୍ଷର ଲାଞ୍ଚ, 3 ଗିରଫ

IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ, ୩ ଡ୍ରାଇଭରଙ୍କୁ ନୋଟିସ

CBI ସ୍କାନରରେ IAS ବିଷ୍ଣୁପଦ ସେଠୀ, ଡ୍ରାଇଭରଙ୍କୁ 3 ଘଣ୍ଟା ଜେରା

ଜେଲ ଗଲେ ତିନି ଅଭିଯୁକ୍ତ, ସରୁଛି IAS ବିଷ୍ଣୁପଦଙ୍କ ସମନ ଘଡ଼ି

ପ୍ରମୁଖ ସଚିବ ପଦରୁ ବିଦା ହେଲେ ବିଷ୍ଣୁପଦ, ଆଜି ହୋଇପାରନ୍ତି CBI ରେ ହାଜର

ସମନ ପରେ ବି ହାଜର ହୋଇନାହାନ୍ତି ବିଷ୍ଣୁପଦ ସେଠୀ:

ଏହି ଲିଙ୍କରେ ସମନ ସତ୍ତ୍ବେ ସିବିଆଇରେ ହାଜର ହୋଇ ନାହାନ୍ତି ଆଇଏଏସ ବିଷ୍ଣୁପଦ ସେଠୀ । ସେପଟେ ବିଷ୍ଣୁପଦଙ୍କୁ ରାଜ୍ୟ ସରକାର ପ୍ରମୁଖ ସଚିବ ପଦରୁ ବିଦା କରି ଗୃହ ବିଭାଗର ଓଏସଡି ଭାବେ ଦାୟିତ୍ବ ଦେଇଛନ୍ତି । ଏନେଇ ସେ ବିଭିନ୍ନ କାରଣ ଦର୍ଶାଇ ସିବିଆଇଠୁ ସମୟ ନେଇଛନ୍ତି । ସିବିଆଇ ହାତରେ କିଛି ପ୍ରମାଣ ଲାଗିଛି । ଏହି ଲାଞ୍ଚ କାରବାର ଘଟଣାରେ ତାଙ୍କର ସ୍ପଷ୍ଟୀକରଣ ପାଇଁ ତାଙ୍କୁ ହାଜର ପାଇ ପୂର୍ବରୁ ଗତ ୧୦ ତାରିଖରେ ସମନ ହୋଇଥିଲା । ୧୧ ହାଜରହ ପାଇ ନିର୍ଦ୍ଦେଶ ଥିଲା କିନ୍ତୁ ସେ ହାଜର ହୋଇନାହାନ୍ତି । ତାଙ୍କର ତିନି ଜଣ ଡ୍ରାଇଭରଙ୍କୁ ସିବିଆଇ ଜେରା କରିସାରିଛି‌ ।

ଚୂଡାନ୍ତ ରିପୋର୍ଟ ପରେ ରାଜ୍ୟ ସରକାର ପଦକ୍ଷେପ ନେବେ:

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ‌ । ସେ କହିଛନ୍ତି, ‘ସରକାରଙ୍କ ତରଫରୁ ଯାହା ପଦକ୍ଷେପ ନେବା ଦରକାର ତାହା ନିଆଯାଇଛି । ତାଙ୍କୁ ସିବିଆଇ ସମନ କରାଯାଇଛି, ସେ ସିବିଆଇ ସାମ୍ନାରେ ଯାହା କହିବା କଥା କହିବେ । ଚୂଡାନ୍ତ ରିପୋର୍ଟ ଯାହା ଆସିବ ତା ଉପରେ ରାଜ୍ୟ ସରକାର ପଦକ୍ଷେପ ନେବେ ।’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details