ଓଡିଶା

odisha

ETV Bharat / state

ଏପ୍ରିଲ ୮ରେ ପୂର୍ଣ୍ଣ ସୂର୍ଯ୍ୟପରାଗ - SOLAR ECLIPSE 2024 - SOLAR ECLIPSE 2024

SOLAR ECLIPSE: ଏପ୍ରିଲ ୮ରେ ପୂର୍ଣ୍ଣ ସୂର୍ଯ୍ୟପରାଗ । ଏହା ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ଆରମ୍ଭ ହେବ । ଅଧିକ ପଢନ୍ତୁ

SOLAR ECLIPSE
SOLAR ECLIPSE

By ETV Bharat Odisha Team

Published : Apr 6, 2024, 9:59 PM IST

SOLAR ECLIPSE

ଭୁବନେଶ୍ବର:ଆସନ୍ତା ଏପ୍ରିଲ ୮ ତାରିଖରେ ସଂଗଠିତ ହେବ ଏକ ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ । ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ । ଏହାର ପାଖ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । ଏହା ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ଆରମ୍ଭ ହେବ । ପର ଦିନ ଭୋର ୨ ଟା ୨୨ ମିନିଟ ସମୟରେ ଶେଷ ହେବ । ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟ ସମୟରେ ଦେଖାଯିବ ।

ଆମ ସମାଜରେ ଆବାହମାନ କାଳରୁ ଗ୍ରହଣ ଓ ପରାଗକୁ ନେଇ ଅନେକ ବିଶ୍ବସ ଓ ଅନ୍ଧ ବିଶ୍ବସ ରହିଛି । ମଣିଷ ଚନ୍ଦ୍ରରେ ପାଦ ଥାପିଲାଣି । ବିଜ୍ଞାନର ଅଗ୍ରଗତି ଫଳରେ ଆମେ ଗ୍ରହଣ ଓ ପରାଗ କାହିଁକି ଓ କିପରି ଘଟେ ତାହା ସଠିକ ଭାବରେ ଜାଣିସାରିଲେଣି । ଗ୍ରହଣ ଓ ପରାଗ ଏକ ଛାଇ ଆଲୁଅର ଖେଳ । ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ସୂର୍ଯ୍ୟ ପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ । ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ । ସେହି ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ । ଏହା ରାତିର ଭ୍ରମ ସୃଷ୍ଟି କରିଥାଏ । ସୂର୍ଯ୍ୟ ପରାଗ ତିନି ପ୍ରକାରର: ଆଂଶିକ, ସଂପୂର୍ଣ୍ଣ ଓ ବଳୟ ।

ଅନେକ ବର୍ଷ ପରେ ଏପ୍ରିଲ ୮ ତାରିଖର ସୂର୍ଯ୍ୟପରାଗ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ମେକ୍ସିକୋର ଅତ୍ୟନ୍ତ ଜନବହୁଳ ଅଞ୍ଚଳରେ ପୂର୍ଣ୍ଣପରାଗ ଦେଖାଯିବ । ଏକ ଅନୁମାନ ଅନୁସାରେ ଏଥର ପୂର୍ଣ୍ଣପରାଗକୁ ଦେଖିବା ପାଇଁ ଏହି ଅଞ୍ଚଳରେ ୪ କୋଟିରୁ ଅଧିକ ଲୋକ ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ଚାହିଁ ବସିଛନ୍ତି । ଆଂଶିକ ପରାଗ ଦେଖାଯିବା ଅଞ୍ଚଳରେ ୪୫ କୋଟିରୁ ଅଧିକ ଲୋକ ବସବାସ କରୁଛନ୍ତି । ଏହି ପୂର୍ଣ୍ଣ ସୂର୍ଯ୍ୟ ପରାଗକୁ ଦେଖିବା ପାଇଁ ଅନେକ ଦେଶର ବୈଜ୍ଞାନିକ ଓ ଲକ୍ଷ ଲକ୍ଷ ଲୋକ ସେଠାକୁ ଯାଉଛନ୍ତି । ସେଠି ସମସ୍ତ ହୋଟେଲ ଅତି ଚଢା ଦରରେ ଅନେକ ଆଗରୁ ବୁକ ହୋଇସାରିଛି । ଅନେକ ସ୍ଥାନରେ ନାଚ ଗୀତ, ଭୋଜି ଭାତ ସହ ଏହି ପୂର୍ଣ୍ଣ ସୂର୍ଯ୍ୟ ପରାଗକୁ ଦେଖିବା ପାଇଁ ବିଭିନ୍ନ ଆୟୋଜନ ହୋଇଛି ।

ଏହା ବି ପଢନ୍ତୁ- ଏପ୍ରିଲ 8ରେ ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଭାରତରେ ହେବ କି ଦୃଶ୍ୟମାନ ?

ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଲାଣି । ସେଠାର ପ୍ରଶାସନ ସ୍ଥାନୀୟ ବାସିନ୍ଦା ତଥା ସେଠାକୁ ଆସୁଥିବା ଲକ୍ଷ ଲକ୍ଷ ପରିଦର୍ଶକଙ୍କ ନିରାପତ୍ତା ତଥା ସୁରକ୍ଷା କାର୍ଯ୍ୟରେ ଲାଗି ପଡିଛନ୍ତି । ଏଠାରେ କେହିବି କହୁନାହାନ୍ତି ଯେ ସୂର୍ଯ୍ୟ ପରାଗ ଦେଖନ୍ତୁ ନାହିଁ । ଅପରପକ୍ଷେ ସେଠାର ପ୍ରଶାସନ ଓ ଜନ ସାଧାରଣ ଲାଗି ପଡିଛନ୍ତି କିପରି ଅଧିକ ଲୋକ ଆସିବେ । ରହିବେ । ଖାଇବେ । ପିଇବେ । ନିରାପଦ ଓ ସୁରୁଖୁରୁରେ ସୂର୍ଯ୍ୟ ପରାଗ ଦେଖି ପାରିବେ । ଏହା ଆମ ସମସ୍ତଙ୍କ ପାଇଁ ନିଜର ଚିନ୍ତାଧାରାକୁ ପରିର୍ବତ୍ତନ କରିବାର ସମୟ ଆଣିଛି । ବୈଜ୍ଞାନିକ ଚିନ୍ତାଧାରାର ଉନ୍ନତି ବିନା ଆମ ସମାଜ ଆଗକୁ ବଢିବା ଅସଂଭବ ଅଟେ । ପରମ୍ପରାବାଦି ମାନେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ବେଳେ କରୁଥିବା ଅବୈଜ୍ଞାନିକ ଯୁକ୍ତିର କିଛି ସତ୍ୟତା ନାହିଁ ବୋଲି କୋଟି କୋଟି ଲୋକଙ୍କ ସୂର୍ଯ୍ୟ ପରାଗ ଦର୍ଶନ ପ୍ରମାଣ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details