ଓଡିଶା

odisha

ETV Bharat / state

ହସପିଟାଲ ମାଲିକଙ୍କ ଚଞ୍ଚକତା, ଧରାପଡ଼ିଲା ଦସ୍ତଖତ ଜାଲିଆତି

ଧରାପଡ଼ିଲା ଘରୋଇ ହସ୍ପିଟାଲ ମାଲିକଙ୍କ ଜାଲିଆତି କାରନାମା । ପୌରନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ଦସ୍ତଖତକୁ ଜାଲ କରି ମାରିଛନନ୍ତି ଚମ୍ପଟ ।

By ETV Bharat Odisha Team

Published : 4 hours ago

FRAUD SIGNATURE CASE
FRAUD SIGNATURE CASE (ETV Bharat Odisha)

କେନ୍ଦ୍ରାପଡା:ଶେଷରେ ପୌରନିର୍ବାହୀ ଅଧିକାରୀଙ୍କୁ ବି ଛାଡିଲେ ନାହିଁ । ଦୀର୍ଘଦିନ ଧରି ଘରୋଇ ହସ୍ପିଟାଲ ଚଳାଇ ଆସୁଥିଲା ବେଳେ ପୁଣି ଏକ ନୂଆ ହସ୍ପିଟାଲ ଖୋଲିବା ଆଶାରେ ପୌରନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ଦସ୍ତଖତକୁ ଜାଲ କରି ଫସିଲେ ଜଣେ ଘରୋଇ ହସ୍ପିଟାଲର ମାଲିକ । ବିଲ୍ଡିଂ ପ୍ଲାନ ଆପ୍ରୁଭାଲ କରାଇ ଡେପୁଟି ଫାୟାର ଅଫିସର ଏବଂ କଟକ ସର୍କଲଙ୍କ ଅନୁମତି ପାଇଁ ପଠାଇବା ପରେ ଜଣାପଡିଥିଲା ଅସଲ ଘଟଣା । ଏଭଳି ଏକ ଘଟଣା ସମ୍ନାକୁ ଆସିଛି କେନ୍ଦ୍ରାପଡ଼ାରୁ ।

ଜାଲ ଦସ୍ତଖତ କରି ଫସିଲେ ...

କେନ୍ଦ୍ରାପଡାର ପୋୖରନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର କହିଛନ୍ତି," ଏକ ଘରୋଇ ଡ଼ାକ୍ତରଖାନା ତରଫରୁ ଫାୟାର ସେଫଟି ସାର୍ଟିଫିକେଟ ପାଇଁ ଅନଲାଇନରେ ଆବେଦନ ହୋଇଥିଲା । ବିଲ୍ଡିଂ ପ୍ଲାନ ମଧ୍ୟ ଅନଲାଇନରେ ଦେଇଥିଲେ ମାଲିକ । ଯେଉଁଥିରେ କେନ୍ଦ୍ରାପଡା ମ୍ୟୁନିସିପାଲିଟିର ପୌରନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀଙ୍କ ଜାଲ ଦସ୍ତଖତ ରହିଥିଲା । ତେବେ କଟକ ସର୍କଲ ଡେପୁଟି ଫାୟାର ଅଫିସରଙ୍କୁ ସନ୍ଦେହ ହେବାରୁ ସେମାନେ ଆମକୁ ଭେରିଫିକେସନ ପାଇଁ ପଠାଇଥିଲେ । ବିଲ୍ଡିଂ ପ୍ଲାନର କପି ଦେଖାଇଥିଲେ । ଯେଉଁଥିରୁ ଜଣାପଡ଼ିଥିଲା ତାହା ଜାଲ ଦସ୍ତଖତ । ଏନେଇ ଆମେ ଥାନାରେ ଅଭିଯୋଗ କରିଛୁ , ପୋଲିିସ ଏହାର ତଦନ୍ତ ଜାରି ରହିଛି ।"

FRAUD SIGNATURE CASE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ପୋଲିସ ମୁଖ୍ୟାଳୟ ନଜରରେ ସବୁ ଥାନା, ଉତ୍ତମ ବ୍ୟବହାର ପାଇଁ ଆସିବ SOP - Installation Of CCTV

ଏହା ମଧ୍ୟ ପଢନ୍ତୁ...ପୋଲିସ କବଜାରେ ଟୁର୍‌ ଠକ, ଚାରିଧାମ ଯାତ୍ରା ଆଳରେ ୱେବ-ସାଇଟ୍‌ ଖୋଲି ବୟସ୍କଙ୍କୁ ଠକୁଥିଲା

ଏହା ମଧ୍ୟ ପଢନ୍ତୁ...ଭାଇଗିରିରୁ ୧୬ ବର୍ଷୀୟ ନାବାଳକକୁ ହତ୍ୟା ! ମୃତଦେହ ରଖି ଥାନା ଘେରିଲେ ପରିବାର

ଟାଉନ ଥାନା ପୋଲିସ ପଦକ୍ଷେପ:

FRAUD SIGNATURE CASE (ETV Bharat Odisha)
କେନ୍ଦ୍ରାପଡା ପୌରନିର୍ବାହୀ ଅଧିକାରୀଙ୍କଠାରୁ ଲିଖିତ ଅଭିଯୋଗ ପାଇବା ପରେ ଟାଉନ ଥାନା ପୋଲିସ ଉକ୍ତ ଜାଲ ଦସ୍ତଖତ ସମ୍ପର୍କିତ ସମସ୍ତ କାଗଜାତ ଯାଞ୍ଚ କରିବା ସହ ଅଭିଯୁକ୍ତ ବିରୋଧରେ ଥାନା କେଶ ନଂ-୨୦୮/୨୦୨୪ରେ ଏତଲା ଦାଏର କରି ଭାରତୀୟ ନ୍ୟାୟ ସଂହିତା (BNS) ଅନୁଯାୟୀ ଦଫା ୩୧୮(୪),୩୪୧(୧), ୩୪୧(୨), ୩୪୦(୨), ୩୩୬(୩) ଓ ୩୩୬(୨)ରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ତେବେ ଏହି ସବୁ ଅଭିଯୋଗ ପରେ ନର୍ସିଂହୋମ ମାଲିକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନଥିବାବେଳ ସେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details