ଓଡିଶା

odisha

ETV Bharat / state

'କାହିଁକି 35 ମିନିଟ୍ ବିଳମ୍ବ ହେଲା ଦ୍ୱାରଫିଟା ନୀତି', ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ - Show cause notice to servitor - SHOW CAUSE NOTICE TO SERVITOR

Shree Mandir Dwara Phita rituals issue: ଶ୍ରୀମନ୍ଦିର ନୀତି ବିଳମ୍ବକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବୟତଙ୍କୁ ନୋଟିସ । 7 ଦିନ ଭିତରେ ସନ୍ତୋଷଜନକ ଉତ୍ତର ନ ମିଳିଲେ କାର୍ଯ୍ୟନୁଷ୍ଠାନ ଚେତାବନୀ । ଅଧିକ ପଢନ୍ତୁ

Shree Mandir Dwara Phita rituals issue
Shree Mandir Dwara Phita rituals issue (ETV Bharat Odisha)

By ETV Bharat Odisha Team

Published : Aug 11, 2024, 11:29 AM IST

ପୁରୀ: ବରଦାସ୍ତ କରାଯିବନି ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ । ଦ୍ୱାରଫିଟା ନୀତିରେ ବିଳମ୍ବକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ କରାଯିବା ସହ ୭ ଦିନ ମଧ୍ୟରେ ଏହାର ସନ୍ତୋଷଜନକ ଉତ୍ତର ରଖିବାକୁ କୁହାଯାଇଛି । ତେବେ ପ୍ରଶାସର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି ।

Shree Mandir Dwara Phita rituals issue (ETV Bharat Odisha)

ସେବାୟତଙ୍କୁ ସୋ କଜ୍ ନୋଟିସ:

'ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ଘଟିଲେ ଏହାକୁ ଗ୍ରହଣ କରାଯିବ ନାହିଁ । ଏନେଇ ଶ୍ରୀମନ୍ଦିର ନିୟମ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ନିଆଯିବ ।' ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ପୂର୍ବରୁ ଏହା ସ୍ପଷ୍ଟ କରିଦେଇଛନ୍ତି । ଏହି କ୍ରମରେ ଦ୍ୱାରଫିଟା ନୀତିରେ ବିଳମ୍ବକୁ ନେଇ ଜଣେ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି । 7 ଦିନ ଭିତରେ ଏହାର ସନ୍ତୋଷ ଜନକଉତ୍ତର ନ ରଖିଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଉଲ୍ଲେଖ ରହିଛି । ଆଗାମୀ 7 ଦିନ ଭିତରେ ଉତ୍ତର ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ନୋଟିସରେ ଉଲ୍ଲେଖ କରିଛି । ଯଦି ଧାର୍ଯ୍ୟ ସମୟ ଭିତରେ କୌଣସି ସନ୍ତୋଷଜନକ ଉତ୍ତର ନ ଆସେ ତାଙ୍କ ପାଳିଆ ପୁରସ୍କାର କାହିଁକି କଟାନଯିବ ଓ ଶ୍ରୀମନ୍ଦିର ପ୍ରଶାସନ ନିୟମ ଅନୁଯାୟୀ କାହିଁକି କାର୍ଯ୍ୟନୁଷ୍ଠାନ ନହେବ ଶ୍ରୀମନ୍ଦିର ପ୍ରଶାସନ ନୋଟିସରେ ଉଲ୍ଲେଖ କରିଛି ।

Shree Mandir Dwara Phita rituals issue (ETV Bharat Odisha)

ଦ୍ୱାରଫିଟା ନୀତିରେ ବିଭ୍ରାଟ:

ଅଗଷ୍ଟ 9 ତାରିଖ (ଶୁକ୍ରବାର) ଦିନ ସେବାୟତ ଶିବଶଙ୍କର ମହାପାତ୍ରଙ୍କ ବଡଦ୍ଵାର ପ୍ରତିହାରୀ ପାଳିଥିଲା । ଏନେଇ ରାତ୍ର 3ଟାରେ ନୀତି ପାଳନ ପାଇଁ ନିର୍ଦ୍ଦେଶ ଥିଲା । ହେଲେ ସେ ସେବା ପାଇଁ ଆସିନଥିଲେ । ପରେ ଅନ୍ୟ ଜଣେ ବଡଦ୍ଵାର ପ୍ରତିହାରୀ ସେବକଙ୍କ ସହଯୋଗରେ ଦ୍ଵାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ଏହି ନୀତି 35 ମିନିଟ ବିଳମ୍ବ ହୋଇଥିବାରୁ ଅନ୍ୟାନ୍ୟ ନୀତି ମଧ୍ୟ ବିଳମ୍ବ ହୋଇଥିଲା । ଏଣୁ ଶିବଶଙ୍କର ମହାପାତ୍ରଙ୍କ ଦାୟିତ୍ଵହୀନତା ଯୋଗୁଁ ଏଭଳି ହୋଇଥିବା ନୋଟିସରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉଲ୍ଲେଖ କରାଯାଇଛି ।

ଏହାମଧ୍ୟ ପଢନ୍ତୁ... ମହାପ୍ରଭୁଙ୍କ ଦର୍ଶନ କଲେ ମୋହନ ଭାଗବତ; ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ପାଇଁ କଲେ ଦୀପଦାନ, ଶଙ୍କରାଚାର୍ଯ୍ୟ କହିଲେ ହିନ୍ଦୁଙ୍କୁ ଆକ୍ରମଣ ଚିନ୍ତାଜନକ - Mohan Bhagwat visit Srimandir

ଏଭଳି କହିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ:

ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, "ଚଳିତ ରଥଯାତ୍ରାରୁ ମହାପ୍ରଭୁ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛି । ଯାହାକୁ ଆମେ ସ୍ବାଗତ କରୁଛୁ । ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବାପୂଜା ସର୍ବାଗ୍ରେ । ଏହାକୁ ଅବହେଳା କରାଗଲେ କାର୍ଯ୍ୟନୁଷ୍ଠାନ ନିଆଯିବା ନେଇ ଯେଉଁ ନୋଟିସ ଦିଆଯାଇଛି ତାହା ସ୍ବାଗତଯୋଗ୍ୟ । ଏହାଦ୍ବାରା ସେବାୟତ ସଚେତନ ହେବେ । ଆଗାମୀ ଦିନରେ ଏଭଳି ଘଟଣା ଆଉ ପୁନରାବୃତ୍ତି ହେବ ନାହିଁ । ତେବେ ଏହି ନୋଟିସ କେବଳ ପାଳିଆ ସେବାୟତଙ୍କୁ ନୁହେଁ ଉକ୍ତ ନିଯୋଗର ସଭାପତି, ସଂପାଦକଙ୍କୁ ଦିଆଯାଉ । ଏହାଦ୍ବାରା ନିଯୋଗ ପାଳିଆ ସେବାୟତଙ୍କୁ ଏନେଇ ସଚେତନ କରିପାରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବେ ଯେଉଁ ତ୍ୱରିତ ପଦକ୍ଷେପ ନେଉଛି ତାହା ସ୍ବାଗତଯୋଗ୍ୟ ଓ ସବୁ ସେବାୟତ ସହଯୋଗ କରିବେ ।"

ଏଭଳି କହିଲେ ପୁରୀ ଜିଲ୍ଲାପାଳ:
ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, "ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଏଣୁ ଉକ୍ତ ସେବକ ନିୟମ ଖିଲାପ କରିଥିବାରୁ ନୋଟିସ ଦିଆଯାଇଛି । ଏହାର ଜବାବ ରଖିବା ପରେ ଶ୍ରୀମନ୍ଦିର ପ୍ରଶାସନର ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details