ନିମାପଡ଼ା:ସମୁଦ୍ର ଗର୍ଭରେ ଭିଟାମାଟି । ଭୟରେ ଦିନ କାଟୁଛନ୍ତି ଲୋକେ । ଭିଟାମାଟି ଛାଡିବା ଆଶଙ୍କାରେ ୩୫ଟି ଗାଁର ଲୋକେ । ବିଶାଳ ବାଲିବନ୍ତ ସହ ଝାଉଁ ଜଙ୍ଗଲ ନଷ୍ଟ କରିଛି ସମୁଦ୍ର ,ଚିନ୍ତାରେ ପରିବେଶବିତ୍ । ପୁରୀ ଜିଲ୍ଲା କୋଣାର୍କ ଉପକୂଳ ଅଭୟାରଣ୍ୟ ବର୍ତ୍ତମାନ ବିପଦଗାମୀ ହେବାକୁ ବସିଲାଣି । ବଡ ବଡ ବାଲିବନ୍ତ ସହ ଝାଉଁ ଜଙ୍ଗଲ ଏବେ ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଥିବା ଦେଖିବାକୁ ମିଳିଛି । ପୁରୀ ଠାରୁ ଅସ୍ତରଙ୍ଗ ପର୍ଯ୍ୟନ୍ତ 46 କିଲୋମିଟର ଜଙ୍ଗଲ ସହ ୩୫ଟି ଗାଁ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଯାହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଦାବି ହୋଇଛି ।
ଗାଁ ମୁହାଁ ସମୁଦ୍ର:
ପୁରୀ ଜିଲ୍ଲାର ଉପକୂଳିଆ ଗାଁ ଗୁଡିକୁ ଜୁଆର ଭୟ ଘାରିଛି । ଜିଲ୍ଲାର ୩୫ଟି ଗାଁର ହଜାର ହଜାର ଲୋକେ ଏବେ ସମୁଦ୍ରର କରାଳ ରୂପ ଦେଖି ଭୟଭୀତ । ପୂର୍ବରୁ ଗାଁ ଠାରୁ ସମୁଦ୍ର ୨ରୁ ୩ କିଲୋମିଟର ଦୂରତା ଥିବାବେଳେ ଏବେ ଗାଁ ମୁହାଁ ସମୁଦ୍ର । ବିଗତ ଦିନରେ ତଣ୍ଡାହର, ଛେନୁଅ, କଂଅରପୁର ଗାଁ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି । ଏହି ତିନୋଟି ଗାଁର ଲୋକେ ତିନିତିନି ଥର ଭିଟାମାଟି ଛାଡି ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି । ହେଲେ ଏସବୁ ଦେଖି ପ୍ରଶାସନର ନିରବତାକୁ ନେଇ ଉଠିଛି ବଡ ପ୍ରଶ୍ନ ।
ପୂର୍ଣ୍ଣିମା-ଅମାବାସ୍ୟାରେ ଛାତିରେ ପଶୁଛି ଛନକା: