ଓଡିଶା

odisha

ETV Bharat / state

ଅଶୁଭ ରବିବାର ! କଳାହାଣ୍ଡିରେ ବାଇକ ଧକ୍କାରେ ୨ ମୃତ, ଛୁରୀ ଭୁସି ଜଣଙ୍କୁ ହତ୍ୟା - Kalahandi Road Accident

Kalahandi Incident: କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଦେପୁର୍ ଗାଁ ନିକଟରେ ଗଛରେ ପିଟି ହୋଇ ଦୁଇ ବାଇକ ଆରୋହୀ ମୃତ । ସେହିପରି ଜିଲ୍ଲାର ଗସକାପଡା ଗାଁରେ ସାନ ଭାଇ ଛୁରାମାଡରେ ବଡଭାଇ ମୃତ । ଅଧିକ ପଢନ୍ତୁ

Kalahandi Death Case
Kalahandi Death Case

By ETV Bharat Odisha Team

Published : Mar 18, 2024, 11:23 AM IST

Updated : Mar 18, 2024, 1:27 PM IST

Kalahandi Incident

ଭବାନୀପାଟଣା: ଅଶୁଭ ରବିବାର । ଅକାରଣେ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ । ଗଛରେ ପିଟି ହୋଇ ଦୁଇ ବାଇକ ଆରୋହୀ ମୃତ । ସେପଟେ ରକ୍ତ ସମ୍ପର୍କକୁ ଭୁଲିଗଲା ଭାଇ । ସାନ ଭାଇର ଛୁରା ମାଡରେ ବଡ ଭାଇର ମୃତ । ତେବେ କଳାହାଣ୍ଡି ଜିଲ୍ଲାରୁ ଏହି ପୃଥକ ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଦେଢଶୁଲି ପଞ୍ଚାୟତର ଗସକାପଡା ଗାଁରେ ସାନ ଭାଇ ବିମ୍ବାଧର ମାଝୀର ଛୁରା ମାଡରେ ବଡ଼ଭାଇର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଦାସ ମାଝୀ । ଦୀର୍ଘ ଦିନରୁ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଅନେକ ସମୟରେ ଗାଁ ଦାଣ୍ଡରେ ମଧ୍ୟ ବିବାଦ ଲାଗି ରହୁଥିଲା । ଏନେଇ ଗତକାଲି(ରବିବାର) ମଧ୍ୟ ସାନ ଭାଇ ବିମ୍ବାଧର ମାଝୀ ସହ ଦାସ ମାଝୀର ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ବିମ୍ବାଧର ଏକ ଧାରୁଆ ଛୁରୀରେ ବଡ଼ ଭାଇ ଦାସ ମାଝୀକୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଦାସ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ଗ୍ରାମବାସୀମାନେ ସାନ ଭାଇକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସାନ ଭାଇକୁ ଗିରଫ କରିଛି । ଏଥିସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ନେଇ ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ-ସ୍କୁଟି ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ, ଯୁବକ ମୃତ

ସେପଟେ ଜୁନାଗଡ଼ ଥାନା ଅନ୍ତର୍ଗତ ଦାସିଗାଁର ସୌମେନ୍ଦ୍ର ନାଗ ଓ ଭେଜିପଡାର କ୍ଷେତ୍ର ମାଝୀ ଉଭୟ ବନ୍ଧୁ ନିଜର କୌଣସି କାମ ପାଇଁ ଜିଲ୍ଲାର କଲମପୁରକୁ ଯାଇଥିଲେ । ସେଠାରୁ ଘରକୁ ଫେରିବା ସମୟରେ କଲମପୁର ଥାନା ଅନ୍ତର୍ଗତ ଦେପୁର୍ ଗାଁ ନିକଟ ବୁଲାଣୀରେ ଭରସ୍ୟାମ୍ ହରାଇ ବାଇକଟି ଗଛରେ ପିଟି ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଥିଲା । ଏଥିସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ମୃତଦେହ ବ୍ୟଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ତେବେ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Mar 18, 2024, 1:27 PM IST

ABOUT THE AUTHOR

...view details