ଓଡିଶା

odisha

ETV Bharat / state

କେନ୍ଦୁଝରରେ ଫେକ୍ ସିମ କାର୍ଡ ରାକେଟ ଠାବ, ୪ ଗିରଫ

Fake sim card case: କେନ୍ଦୁଝରରୁ ନକଲି ସିମ୍ କାର୍ଡ ରାକେଟ ଠାବ । ୪ଜଣଙ୍କୁ ଗିରଫ କରିଛି କେନ୍ଦୁଝର ପୋଲିସ । ଅଧିକ ପଢନ୍ତୁ,

Fake sim card case
Fake sim card case

By ETV Bharat Odisha Team

Published : Jan 25, 2024, 2:43 PM IST

Fake sim card case

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ନକଲି ସିମ କାର୍ଡ ରାକେଟ ଠାବ । ନକଲି ସିମ କାର୍ଡ ଗ୍ୟାଙ୍ଗର ୪ଜଣ ଅପରାଧୀଙ୍କୁ ଗିରଫ କରିଛି କେନ୍ଦୁଝର ପୋଲିସ । ଏଥିସହ ସେମାନଙ୍କ ଠାରୁ ୫୩୮ ଟି ସିମ୍ ସହିତ ୫୦୭୧ ଟଙ୍କା ଜବତ କରାଯାଇଛି । ଏନେଇ ସ୍ଥାନୀୟ ପୋଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନୀତିନ କୁସଲକର ଦଗଡୁ । ସମସ୍ତ ଅପରାଧୀ କେନ୍ଦୁଝର ଘଷିପୁରା ଥାନା ଅଞ୍ଚଳର ରାଜକିଶୋର ଜେନା, ତପନ କୁମାର ଜେନା, ସୁବ୍ରତ ଜେନା ଓ ପ୍ରଦୀପ କୁମାର ଜେନା ବୋଲି ଜଣାପଡିଛି ।

ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ରାଜ୍ୟ ପୋଲିସ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ କରାଯାଉଛି। ଏନେଇ କେନ୍ଦୁଝର ପୋଲିସକୁ ମିଳିଛି ବଡ ସଫଳତା । ସାଇବର କ୍ରାଇମରେ ବ୍ୟବହାର ହେଉଥିବା ନକଲି ସିମ କାର୍ଡ ରାକେଟକୁ ପୋଲିସ ଧରିଛି । ଏଥିସହ ୫୩୮ ସିମ୍, ୧୮ ମୋବାଇଲ , ୫ଟି ବାଇମେଟ୍ରିକ ସ୍କାନର , ୨୫ଟି ଏଟିଏମ୍ କାର୍ଡ଼ , ୨୫ଟି ଆଇଡିକାର୍ଡ, ଲାପଟପ , ୭ଟି ପାସବୁକ, ୧୮୫ଟି ଫଟୋ , ୫୦୭୧ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-କଟକରୁ ନକଲି ଡାକ୍ତର ଗିରଫ, ବ୍ୟାଙ୍କକୁ ଚକମା ଲୁଟିଛନ୍ତି ୬୫ ଲକ୍ଷ

ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନୀତିନ କହିଛନ୍ତି ଯେ, ଏମାନେ ବିଭିନ୍ନ ସିମ୍ କାର୍ଡ କମ୍ପାନୀରେ ଚାକିରି କରୁଥିବା ବେଳେ ନିରୀହ ଲୋକଙ୍କୁ ଠକି ସେମାନଙ୍କ ଅଜାଣତରେ ସିମ୍ ବାହାର କରି ସାଇବର ଠକମାନଙ୍କୁ ଦେଉଥିଲେ। ଏମାନଙ୍କ ମଧ୍ୟରେ ରାଜ କିଶୋର ଜେନା ନାମରେ ୩୦୦ରୁ ଅଧିକ ମାମଲା ରହିଛି। ଏହି ଗ୍ୟାଙ୍ଗ ୪୦୦୦ରୁ ଉର୍ଦ୍ଧ୍ବ ନକଲି ସିମ୍ କାର୍ଡ ଝାଡ଼ଖଣ୍ଡ, ବିହାର, ରାଜସ୍ଥାନ ସାଇବର ଠକଙ୍କୁ ବିକ୍ରି କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଏମାନଙ୍କ ନାମରେ ସାଇବର ଥାନା କେସ ନମ୍ୱର୍ ୫/୨୦୨୪ରେ ସେକ୍ସନ ୪୧୯,୪୨୦,୩୪ ଧାରା ଆଇପିସି ୬୬(ସି),୬୬(ଡି) ଆଇଟି ଆକ୍ଟ ଅନୁଯାୟୀ କେସ ରୁଜୁ କରି କେନ୍ଦୁଝର ପୋଲିସ ତଦନ୍ତ ଚଳାଇଛି । ଏହା ସହ ଅନ୍ତଃରାଜ୍ୟ ଲିଙ୍କ ନେଇ ଅଧିକ ତଦନ୍ତ ଜାରି ଥିବା କେନ୍ଦୁଝର ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details