ଓଡିଶା

odisha

ଓଡ଼ିଶା ଫେରୁଛନ୍ତି ମନୋଜ ଆହୁଜା, ଓଡ଼ିଶାକୁ ମିଳିବେ ନୂଆ ମୁଖ୍ୟ ଶାସନ ସଚିବ ! - Next chief secretary of Odisha

By ETV Bharat Odisha Team

Published : Jun 25, 2024, 10:52 PM IST

Updated : Jun 26, 2024, 7:11 AM IST

Who is Next chief secretary of Odisha : ରାଜ୍ୟ ପ୍ରଶାସନର ପରବର୍ତ୍ତୀ ମୁଖିଆ ହେବେ କିଏ ? କିଏ ହେବେ ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? କାହା ନେତୃତ୍ୱରେ ପରିଚାଳିତ ହେବ ରାଜ୍ୟ ପ୍ରଶାସନିକ ବ୍ୟବସ୍ଥା ? ନୂଆ ପ୍ରଶାସନିକ ମୁଖ୍ୟ ଭାବେ କାହାକୁ ଭରସା କରିବେ ମୋହନ ସରକାର ? କେଉଁ କେଉଁ ବରିଷ୍ଠ ଅଧିକାରୀ ଏହି ରେସରେ ? ଏଭଳି ଅନେକ ପ୍ରଶ୍ନ ଜନସାଧାରଣ, ପାୱାର କରିଡର ଓ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି... ମନୋଜ ଆହୁଜା ଓଡ଼ିଶା ଫେରୁଥିବା ବେଳେ ତାଙ୍କ ଉପରେ ସମସ୍ତଙ୍କ ନଜର । ଅଧିକ ପଢନ୍ତୁ

Next chief secretary of Odisha !
Next chief secretary of Odisha ! (ETV Bharat Odisha)

ଭୁବନେଶ୍ବର:ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା !ସରିବାକୁ ଯାଉଛି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ । ଆସନ୍ତା 30 ତାରିଖରେ ପ୍ରଦୀପ ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବ । ତେଣୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ, ସେନେଇ ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି । ଏହି ରେସରେ ଅନେକ ବରିଷ୍ଠ ଅଧିକାରୀ ରହିଥିଲେ ମଧ୍ୟ ମନୋଜ ଆହୁଜାଙ୍କ ନାଁ ଏବେ ସର୍ବଆଗରେ ରହିଛି । ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ଓଡ଼ିଶା ଫେରିବା ନେଇ କ୍ୟାବିନେଟ ମଞ୍ଜୁରୀ ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ଜୁନ ୩୦ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ତାଙ୍କ ସ୍ଥାନରେ ମନୋଜ ଆହୁଜାଙ୍କୁ ଏହି ଦାୟିତ୍ୱ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

Manoj Ahuja Returns Odisha (ETV Bharat Odisha)

ଓଡ଼ିଶା ଫେରିବେ ବରିଷ୍ଠ ଆଇଏଏସ ମନୋଜ ଆହୁଜା । ୧୯୯୦ ବ୍ୟାଚର ଆଇଏଏସ ହେଉଛନ୍ତି ମନୋଜ ଆହୁଜା । ବର୍ତ୍ତମାନ ସେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ପଦରେ ଅଛନ୍ତି । ମନୋଜଙ୍କୁ ଓଡ଼ିଶା ଫେରାଇବା ନେଇ କ୍ୟାବିନେଟ କମିଟିରେ ମଞ୍ଜୁରୀ ହୋଇଛି । ରାଜ୍ୟ ସରକାରଙ୍କ ଆବେଦନ ଆଧାରରେ ମଞ୍ଜୁରୀ ଦେଇଛି କ୍ୟାବିନେଟ । ତେବେ ଆହୁଜାଙ୍କ ଫେରିବା ପରେ ରାଜ୍ୟରେ ବଡ଼ଧରଣର ପ୍ରଶାସନିକ ଅଦଳବଦଳ ହୋଇପାରେ ବୋଲି ଆକଳନ କରାଯାଉଛି । ମୋହନ ସରକାରରେ ମନୋଜ ମୁଖ୍ୟ ଶାସନ ସଚିବ ହେବାନେଇ କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ..ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ଦେଲେ ଆଶ୍ଵାସନା ଓ ଭରସା - Public Grievance at CM Office

ଜୁନ ୩୦ ତାରିଖରେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିବା ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଗତ ନବୀନ ସରକାରଙ୍କ ସମୟରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜାନୁଆରୀରୁ ପୁଣି ୬ ମାସ ପାଇଁ ବଢାଇଥିଲେ ସରକାର । ତେବେ ପ୍ରଦୀପଙ୍କ କାର୍ଯ୍ୟକାଳ ଆହୁରୀ ୬ ମାସ ବଢାଯାଇପାରେ ବୋଲି ଆଲୋଚନା ହେଉଥିଲା । ହେଲେ ସେଣ୍ଟ୍ରାଲ ଡେପ୍ୟୁଟେସନରୁ ମନୋଜ ଫେରିବା ନେଇ ଦିଲ୍ଲୀରୁ ସ୍ପଷ୍ଟ ସୂଚନା ଆସିବା ପରେ ଏବେ ରାଜ୍ୟ ପ୍ରଶାସନିକ ବିଭାଗର ଗୁରୁଦାୟିତ୍ୱ ତାଙ୍କୁ ଦିଆଯାଇପାରେ ବୋଲି ଆକଳନ କରାଯାଉଛି । ମୁଖ୍ୟ ଶାସନ ସଚିବ ନହେଲେ ମଧ୍ୟ CMOରେ ଏକ ବଡ ଦାୟିତ୍ଵ ମିଳିପାରେ । ନୂଆ ମୁଖ୍ୟ ସଚିବ ନିଯୁକ୍ତି ସମ୍ପର୍କରେ ଖୁବଶୀଘ୍ର ଓଡ଼ିଶା ସରକାର ବିଜ୍ଞପ୍ତି ଜାରି କରିପାରନ୍ତି ।

Manoj Ahuja Returns Odisha (ETV Bharat Odisha)

ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ରେସରେ କିଏ କିଏ :ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବା ରେସରେ ରହିଛନ୍ତି ଅନେକ ବରିଷ୍ଠ ଅଧିକାରୀ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସିଇଓ ନୀକୁଞ୍ଜ ବିହାରୀ ଧଳ ମଧ୍ୟ ନୂଆ ସିଏସ ରେସରେ ରହିଛନ୍ତି । ସେହିପରି ସେଣ୍ଟ୍ରାଲ ଡେପ୍ୟୁଟେସନରୁ ଫେରିଥିବା ମନୋଜ ଆହୁଜା ଓ ଦିଲ୍ଲୀରେ ଥିବା ଆଉ କିଛି ଅଧିକାରୀ ମଧ୍ୟ ଏହି ରେସରେ ରହିଛନ୍ତି । ରାଜ୍ୟରେ ଥିବା ଅଧିକାରୀଙ୍କ ମଧ୍ୟରୁ 1991 ବ୍ୟାଚର ଉନ୍ନୟନ କମିଶନର ଥିବା ଅନୁ ଗର୍ଗ ବରିଷ୍ଠତା ଦୃଷ୍ଟିରୁ ଆଗରେ ଅଛନ୍ତି । ପୂର୍ବ ସରକାରଙ୍କ ଗୁଡ୍‌ ବୁକରେ ଥିଲେ ଅନୁ । ବିଜେଡି ସରକାର ଆସିଥିଲେ ଅନୁ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ହେବାର ଯଥେଷ୍ଟ ସମ୍ଭାବନା ଥିଲା । ନୂଆ ସରକାରରେ ତାଙ୍କର ଗ୍ରହଣୀୟତା ନେଇ ସନ୍ଦେହ ରହିଛି ।

ସେହିପରି ଏସଆରସି ଥିବା ସତ୍ୟବ୍ରତ ସାହୁ ଗତ ରେଳ ଦୁର୍ଘଟଣାକୁ ଭଲ ଭାବେ ପରିଚାଳନା କରିଛନ୍ତି । ଗତ ସାଧାରଣ ନିର୍ବାଚନକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସଫଳତାର ପରିଚାଳନା କରିଛନ୍ତି ନୀକୁଞ୍ଜ ବିହାରୀ ଧଳ । ସ୍ୱାଭାବିକ ଭାବେ ଏମାନେ ମଧ୍ୟ ରେସକୁ ଆସିଛନ୍ତି । ରେସ ଭିତକୁ ଧସେଇ ପଶିଛନ୍ତି 1990 ବ୍ୟାଚର ଆଇଏଏସ ମନୋଜ ଆହୁଜା । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମନୋଜଙ୍କ କେନ୍ଦ୍ରୀୟ ନିଯୁକ୍ତି ବାତିଲ ହୋଇଛି । କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରଣାଳୟର ସଚିବ ତତ୍କାଳ ଓଡିଶା ଫେରିବାକୁ କୁହାଯାଇଛି । ତେଣୁ ମନୋଜ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ବୋଲି ଚର୍ଚ୍ଚା ହେଉଛି । ନହେଲେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବ ବୋଲି କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 26, 2024, 7:11 AM IST

ABOUT THE AUTHOR

...view details