ଓଡିଶା

odisha

ETV Bharat / state

8 ମାସ ପରେ ପିସିସିକୁ ମିଳିଲା ନୂଆ ମୁଖିଆ, ଭକ୍ତଙ୍କୁ ଦାୟିତ୍ୱ ଦେଲେ ରାହୁଲ - BHAKTA CHARAN DAS OPCC PRESIDENT

ରାଜ୍ୟ ପିସିସି ସଭାପତି ହେଲେ ବରିଷ୍ଠ ରାଜନେତା ଭକ୍ତ ଦାସ । ପୂର୍ବତନ ସଭାପତିଙ୍କ ଇସ୍ତଫାର 8 ମାସ ପରେ ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ସଭାପତି ।

BHAKTA CHARAN DAS OPCC PRESIDENT
BHAKTA CHARAN DAS OPCC PRESIDENT (ETV BHARAT ODISHA)

By ETV Bharat Odisha Team

Published : Feb 11, 2025, 7:07 PM IST

Updated : Feb 11, 2025, 10:06 PM IST

ଭୁବନେଶ୍ୱର:ଓଡିଶା କଂଗ୍ରେସକୁ ମିଳିଲା ନୂଆ ମଙ୍ଗୁଆଳ । ରାଜ୍ୟ ପିସିସି ସଭାପତି ହେଲେ ବରିଷ୍ଠ ରାଜନେତା ଭକ୍ତ ଦାସ । ଭକ୍ତ ଦାସ ହେଲେ ପିସିସି ସଭାପତି । ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ସୂଚନା । ଦୀର୍ଘ ଦିନର ଅପେକ୍ଷା ପରେ ଆଜି ଏନେଇ ଘୋଷଣା କରିଛି ଏଆଇସିସି । ଓଡିଶାରେ ଗତ ସାଧାରଣ ନିର୍ବାଚନରେ କଂଗ୍ରେସର ଦୟନୀୟ ପ୍ରଦର୍ଶନ ପରେ ପିସିସି ସଭାପତି ପଦରୁ ଦେଇଥିଲେ ଶରତ ପଟ୍ଟନାୟକ ।

BHAKTA CHARAN DAS OPCC PRESIDENT (ETV Bharat Odisha)

ଇଟିଭି ଭାରତକୁ ଭକ୍ତ ଦାସଙ୍କ ପ୍ରତିକ୍ରିୟା:

"ଦଳ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଉଛି । ଯେଉଁ ଦାୟିତ୍ବ ମୋତେ ଦିଆଯାଇଛି ତାହା ସୂଚାରୁ ରୂପେ ନିର୍ବାହ କରିବି" ବୋଲି କହିଛନ୍ତି ଭକ୍ତ ଚରଣ ଦାସ । ସେପଟେ ବରିଷ୍ଠ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଭକ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Senior Congress leader Bhakta Charan Das appointed OPCC president (ETV BHARAT ODISHA)

ଓଡିଶାକୁ କଂଗ୍ରେସକୁ ମିଳିଲା ନୂଆ ମୁଖିଆ

  • ଶେଷରେ ଭକ୍ତ ଦାସଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କଲେ ରାହୁଲ
  • ଭକ୍ତ ଦାସ ପିସିସି ନୂଆ ସଭାପତି ନିଯୁକ୍ତ
  • AICCର ବଡ ନିଷ୍ପତ୍ତି

ଓଡିଶାକୁ ମିଳିଲା ନୂଆ ମୁଖିଆ ଶେଷରେ ଭକ୍ତଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କଲେ ରାହୁଲ । ଭକ୍ତ ଚରଣ ଦାସ ହେଲେ ଓଡିଶା ପ୍ରଦେଶ କଂଗ୍ରେସର ନୂଆ ମୁଖିଆ । ପିସିସି ସଭାପତି ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ, ବିଧାୟକ ଭକ୍ତ ଚରଣ ଦାସ । ଏଆଇସିସି ପକ୍ଷରୁ ଘୋଷଣଆ ହୋଇଛଇ । ଭକ୍ତଙ୍କୁ ନିଯୁକ୍ତ ଦେଲେ aicc ଅଧ୍ୟକ୍ଷ ମଳିକାର୍ଜୁନ ଖଡଗେ ।

ତିନି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଭକ୍ତ । କେନ୍ଦ୍ରରେ ଦୁଇ ଦୁଇ ଥର ମନ୍ତ୍ରୀ ଥିଲେ ଭକ୍ତ । ୧୯୮୫ ରେ କଳାହାଣ୍ଡିରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଭକ୍ତ । ୧୯୮୯ ରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଥିଲେ ,୧୯୯୦ ରେ ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ଭକ୍ତ । ଦୀର୍ଘ ବର୍ଷ ହେବ aicc ସମ୍ପାଦକ ଏବଂ ବିଭିନ୍ନ ରାଜ୍ୟ ପାଇଁ ପ୍ରଭରୀ ନିଯୁକ୍ତ ହୋଇଥିଲେ ।


ଭକ୍ତ ଦାସ ପଶ୍ଚିମ ଓଡିଶାର ଜଣେ ପ୍ରଭାବଶାଳୀ ନେତା ଭାବେ ସୁପରିଚିତ। ଭକ୍ତ ପୂର୍ବରୁ ତେଲେଙ୍ଗାନାର ପ୍ରଭାରୀ ଦାୟିତ୍ୱରେ ଥିଲେ । 66 ବର୍ଷୀୟ ଏହି ଭେଟେରାନ ତିନି ତିନି ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ନବମ ,ଏକାଦଶ ଏବଂ ପଞ୍ଚଦଶ ଲୋକସଭାର କଳାହାଣ୍ଡିର ସାଂସଦ ଭାବେ ନିର୍ବାଚିତ ହେବା ପରେ କେନ୍ଦ୍ରରେ ରେଳମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ଭକ୍ତ ।

ସାଧାରଣ ନିର୍ବାଚନ ପରେ ପ୍ରଦେଶ କଂଗ୍ରେସର ସମସ୍ତ କମିଟି ଭଙ୍ଗ କରିଥିଲା aicc । ୨୦୨୪ ଜୁଲାଇ ୨୧ ତାରିଖରେ ଓଡିଶା ପ୍ରଦେଶର ସମସ୍ତ କମିଟି ଭଙ୍ଗ କରିଥିଲା aicc।
ଭକ୍ତ ଦାଶ 2024 ସାଧାରଣ ନିର୍ବାଚନରେ କଳାହାଣ୍ଡି ନର୍ଲା ବିଧାନସଭାରୁ ନିର୍ବାଚନ ଲଢିଥିଲେ । କଂଗ୍ରେସ ନର୍ଲା ବାସୀଙ୍କ ଆସ୍ଥାଭାଜନ ନହେବାରୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା ଭକ୍ତଙ୍କୁ । ଭକ୍ତଙ୍କ ପୁଅ ସାଗର ଦାଶ ଏବେ କଳାହାଣ୍ଡିର ବିଧାୟକ ଅଛନ୍ତି ।


ଦୀର୍ଘଦିନ 8 ମାସର ବ୍ୟବଧାନ ପରେ ଆଜି ନୂଆ ମଙ୍ଗୁଆଳ ପାଇଛି ଓଡିଶା । ଭକ୍ତ ଦାଶଙ୍କୁ ନିର୍ବାଚନରେ ପ୍ରଚାର କମିଟି । ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲା aicc । ନିର୍ବାଚନରେ ଭକ୍ତ କୌଣସି ଆଖି ଦୃଶିଆ କାର୍ଯ୍ୟ କରିବାର ନଜିର ନାହିଁ ।

2027ରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେବ ଭକ୍ତ ବାହିନୀ । ସୂଚନା ଥାଉ କି ପିସିସି ସଭାପତି ଦୌଡ଼ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ,ଉପକୂଳ ଓଡିଶାର ଦୃଢ଼ ସଂଗଠକ ମହମ୍ମଦ ମୋକିମ, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଥିଲେ ।

8 ମାସ ତଳେ ପିସିସି ସଭାପତିଙ୍କ ଇସ୍ତଫା-

2024 ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ପିସିସିର ସମସ୍ତ କମିଟି ଗୁଡିକୁ ଭଙ୍ଗ କରିଥିଲା AICC । ଜୁଲାଇ 22 ତାରିଖଠାରୁ ଏପର୍ଯ୍ୟନ୍ତ ପ୍ରାୟ 8 ମାସ ପରେ ପିସିସି ସଭାପତି ନାଁରେ ଚୂଡାନ୍ତ ମୋହର ମାରିଲା କଂଗ୍ରେସର ହାଇକମାଣ୍ଡ । ପୂର୍ବତନ ସଭାପତି ଶରତ ପଟ୍ଟନାୟକଙ୍କ ଇସ୍ତଫା ପରେ ନେତା ବିହୀନ କଂଗ୍ରେସ ହୋଇପଡିଥିଲା ଓଡ଼ିଶାରେ ।

ଫେଲ୍‌ ମାରିଲା 9ରୁ 90 ଆସନ ନାରା:-

କଂଗ୍ରେସ 9ରୁ 90 ଆସନର ନାରା ସହ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ସୁଦ୍ଧା 14 ଆସନରେ ବ୍ରେକ ମାରିଛି । ଦଳର ଏହି ପରାଜୟ ଓ ଦୁର୍ବଳ ପ୍ରଦର୍ଶନକୁ ଦଳୀୟ ନେତାମାନେ ସ୍ବୀକାର ମଧ୍ୟ କରିଥଇଲେ । ପ୍ରଦେଶ କଂଗ୍ରେସ କମିଟିକୁ ଭଙ୍ଗ କରିଥିଲା ଅଖିଳ ଭାରତୀୟ କଂଗ୍ରେସ କମିଟି ।

ଷ୍ଟିୟରିଂ କମିଟି ନିୟନ୍ତ୍ରଣରେ ରାଜ୍ୟ କଂଗ୍ରେସ -

ପିସିସି ସଭାପତିଙ୍କ ନାଁ ଘୋଷଣା ପରେ ପୁନଃର୍ଗଠନ ହେବ ପିସିସି କମିଟି । ଷ୍ଟିୟରିଂ କମିଟି ନିୟନ୍ତ୍ରଣରେ ରାଜ୍ୟ କଂଗ୍ରେସ ଚାଲିଛି । ‘ପିସିସି’ ସଭାପତି ଦୌଡରେ ଏକାଧିକ ବରିଷ୍ଠ ନେତା ଥିବା ବେଳେ ଆନୁଷ୍ଠାନିକ ଭାବେ ଅନୋମୋଦନ କମିଟିର ମୋହର ଭକ୍ତ ଦାସଙ୍କ ନାଁରେ ବାଜିଛି ।

Last Updated : Feb 11, 2025, 10:06 PM IST

ABOUT THE AUTHOR

...view details