ଓଡିଶା

odisha

ETV Bharat / state

ଭୁବନେଶ୍ବରରେ ଆଜି ସବୁ ସ୍କୁଲ ହାଫ ଡେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବଳୟ - PM MODI ODISHA VISIT

ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ବର । ଅପରାହ୍ନ ୧ଟା ପରେ BMC ଅଧୀନସ୍ଥ ସବୁ ସ୍କୁଲ ବନ୍ଦ ।

ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଅପରାହ୍ନ 1ଟା ପରେ ରାଜଧାନୀର ସବୁ ସ୍କୁଲ ବନ୍ଦ
ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଅପରାହ୍ନ 1ଟା ପରେ ରାଜଧାନୀର ସବୁ ସ୍କୁଲ ବନ୍ଦ (ETV Bharat Odisha)

By ETV Bharat Odisha Team

Published : Nov 29, 2024, 9:54 AM IST

ଭୁବନେଶ୍ବର:ପୋଲିସ ଡିଜି-ଆଇଜି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୩ ଦିନିଆ ଭୁବନେଶ୍ବର ଗସ୍ତରେ ଆସୁଛନ୍ତି । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ଅବତରଣ କରିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ଲୁ ବୁକ ପ୍ରୋଟୋକଲ ଅନୁସାରେ, ସୁରକ୍ଷା ଓ ଟ୍ରାଫିକ ଏକାଧିକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହି କାରଣରୁ ଆଜି ଅପରାହ୍ନ ୧ଟା ପରେ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟାଳୟ(School) ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

  • ଆଜିଠାରୁ ୩ ଦିନିଆ DG-IG ସମ୍ମିଳନୀ:-

ଆଜିଠାରୁ ଭୁବନେଶ୍ବରରେ ପୋଲିସ ଡିଜି-ଆଇଜି ସମ୍ମିଳନୀ ଆରମ୍ଭ ହୋଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ସମସ୍ତ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଓ ମହାନରୀକ୍ଷକମାନେ ଅଂଶଗ୍ରହଣ କରିବେ । ଗତକାଲିଠାରୁ ପୋଲିସ ଅଧିକାରୀମାନେ ରାଜଧାନୀରେ ପହଞ୍ଚିସାରିଛନ୍ତି । ସେମାନେ ରାଜ୍ୟ ଅତିଥି ଭବନରେ ଅବସ୍ଥାନ କରୁଛନ୍ତି । ଆଜି ପୂର୍ବାହ୍ନରେ ଶାହ ପହଞ୍ଚିବେ । ପରେ ଅପରାହ୍ନ ପ୍ରାୟ 4ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରର ଅବତରଣ କରିବେ । ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କର ପାର୍ଟି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ରହିଛି । ପ୍ରଧାନମନ୍ତ୍ରୀ ଆଜି ରାତ୍ରିଭବନରେ ରାତ୍ରିଯାପନ କରିବେ ।

ଏହା ମଧ୍ୟ ପଢନ୍ତୁ:- ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ତିନିଦିନିଆ ଗସ୍ତରେ ରହିଛି ଏକାଧିକ କାର୍ଯ୍ୟକ୍ରମ

ଏହା ବି ପଢନ୍ତୁ- ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଭୁବନେଶ୍ବରରେ ସାଧାରଣ ସଭା ଓ ରୋଡ ସୋ’

ଏହା ବି ପଢନ୍ତୁ- DG-IG ସମ୍ମିଳନୀ ପାଇଁ ଭୁବନେଶ୍ବରରେ ହାଇ ଆଲର୍ଟ, ନୋ ଫ୍ଲାଇଂ ଜୋନ ଘୋଷଣା

  • କଡା ସୁରକ୍ଷା ବଳୟରେ ରାଜଧାନୀ:-

ଏହି ସମ୍ମିଳନୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପାଖାପାଖି ୭୨ ପ୍ଲାଟୁନ ରାଜ୍ୟ ପୋଲିସ ସହ ୧୨ କମ୍ପାନୀ ଅର୍ଥାତ୍ ୩୬ ପ୍ଲାଟୁନ କେନ୍ଦ୍ରୀୟ‌ ଫୋର୍ସ ମୁତୟନ ହେବେ । ମୋଟ ୧୦୮ ପ୍ଲାଟୁନ ଫୋର୍ସ ସୁରକ୍ଷା ମୁତୟନ କରାଯାଇଛି । ସେପଟେ ସହରରେ ହାଇ ଆଲର୍ଟ ଜାରି ସହ ଏୟାରପୋର୍ଟ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନ୍ ସମେତ ବିଭିନ୍ନ ହୋଟେଲ ଓ ଗେଷ୍ଟ ହାଉସ ଆଦି ଉପରେ ନଜର ରଖିଛି ପୋଲିସ । ଏନେଇ ଦେଶ ବିରୋଧି କାର୍ଯ୍ୟକଳାପ ଓ ଆତଙ୍କୀ କାର୍ଯ୍ୟକଳାପ ବିରୋଧି ପାଇଁ ସ୍ବତନ୍ତ୍ର ଫୋର୍ସ ଓ ଗୁଇନ୍ଦା ଆଧାରରେ ସୁରକ୍ଷା ପ୍ରସ୍ତୁତି ଜାରି ରହିଛି । ଏଥି ସହ ଡଗ-ସ୍କ୍ୱାଡ, ବମ୍‌ ସ୍କ୍ୱାଡ ଏବଂ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ ମଧ୍ୟ ଆଲର୍ଟ ରହି ସତର୍କତାମୂଳକ ପଦକ୍ଷେପ ନେଉଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details