ଓଡିଶା

odisha

ETV Bharat / state

ଉଦ୍ୟୋଗୀ ସଜାଇଛି ସମ୍ବଲପୁରୀ ଫାବ୍ରିକ ଅଳଙ୍କାର - SAMBALPUR FABRIC ORNAMENT

ସମ୍ୱଲପୁରର ୩୪ ବର୍ଷୀୟା ଜ୍ୟୋତି ମେହେରଙ୍କୁ ରୋଜଗାରର ରାହା ଦେଖାଇଛି ସମ୍ୱଲପୁରୀ ବଳକା କପଡା । ଫାବ୍ରିକ ଅର୍ଣ୍ଣାମେଣ୍ଟ ତିଆରି କରି ସାଉଁଣ୍ଟିଛନ୍ତି ପ୍ରଶଂସା ।

SAMBALPURI FABRIC JEWELLERY
SAMBALPURI FABRIC JEWELLERY (ETV Bharat Odisha)

By ETV Bharat Odisha Team

Published : 5 hours ago

ସମ୍ୱଲପୁର:ବଳକା କପଡାରୁ ଅଳଙ୍କାର । ଏବେ ସେହି ଅଳଙ୍କାର ଦେଇଛି ଉଦ୍ୟୋଗୀର ପରିଚୟ ।ବଳକା କପଡାରୁ ସମ୍ବଲପୁରୀ ବସ୍ତ୍ରର ଅଳଙ୍କାର ତିଆରି କରି ଆରମ୍ଭ କରିଥିଲେ ବ୍ୟବସାୟ l ନିଜ ଘରେ ଡ୍ରେସ ସିଲେଇ ପରେ ବଳି ଯାଇଥିବା ସମ୍ବଲପୁରୀ କପଡାର କିଛି ଅଂଶ ତଥା ଟେଲର ଦୋକାନରୁ ବଳି ପଡୁଥିବା ଅଦରକାରୀ ସମ୍ବଲପୁରୀ କପଡାର ଟୁକୁଡା ସଂଗ୍ରହ କରି ସେଥିରୁ ତିଆରି କରିଥିଲେ ସମ୍ବଲପୁରୀ ଫାବ୍ରିକ ଜୁଏଲାରୀ । ଆଉ ତାହା ଏତେ ଆକର୍ଷଣୀୟ ହେଲା ଯେ ଲୋକେ ଅର୍ଡର ଉପରେ ଅର୍ଡର ଦେଇ ଚାଲିଲେ l

କପଡା ଟୁକୁଡାରୁ ଆରମ୍ଭ କରିଥିବା ବ୍ୟବସାୟ ଦେଇଛି ଭିନ୍ନ ଏକ ପରିଚୟ ଓ ସାଜିଛି ରୋଜଗାରର ମାଧ୍ୟମ । ସମ୍ବଲପୁରୀ ଫାବ୍ରିକ ଆଉଟଲେଟ କରି କେବଳ ଯେ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି ତାହା ନୁହେଁ ନିଜ ଦୋକାନରେ 8 ଜଣ ଯୁବତୀଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି l ସେ ହେଉଛନ୍ତି ସମ୍ବଲପୁର ସହରର ସାକ୍ଷୀପଡ଼ାର ୩୪ ବର୍ଷୀୟା ଜ୍ୟୋତି ମେହେର l ତେବେ ତାଙ୍କୁ ଏହି ସଫଳତା ଏତେ ସହଜରେ ମିଳିନାହିଁ l ଏଥିପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଛି l

SAMBALPURI FABRIC JEWELLERY (ETV Bharat Odisha)

ଟୁକୁଡା କପଡା ଦେଲା ଉଦ୍ୟୋଗୀର ପରିଚୟ

ପୂର୍ବରୁ ଜ୍ୟୋତି ନିଜେ ଜଣେ ମେହେନ୍ଦୀ ଓ ମେକଅପ ଆର୍ଟିଷ୍ଟ ଥିଲେ l ତାଙ୍କର ସ୍ୱାମୀଙ୍କ ଫଟୋ ଷ୍ଟୁଡ଼ିଓ ଥିଲା l ଉଭୟଙ୍କ ରୋଜଗାରରେ ପରିବାର ଠିକ ଠାକ ଚାଲୁଥିଲା l ତେବେ କୋରୋନା ମହାମାରୀ ସମୟରେ ହଠାତ ସବୁ ବନ୍ଦ ହୋଇଗଲା ଓ ରୋଜଗାର ବନ୍ଦ ହୋଇଗଲା l ଏଭଳି ସ୍ଥିତିରେ ପରିବାର ପ୍ରତିପୋଷଣ କଷ୍ଟସାଧ୍ୟ ହୋଇଗଲା l ଏହାମଧ୍ୟରେ ଦିନ ସେ ସୋସିଆଲ ମିଡ଼ିଆରେ ଅହମ୍ମଦବାଦର ଜଣେ ଜୁଏଲାରୀ ବିଜନେସ କୋଚ ପଲକ ଶର୍ମାଙ୍କ ଭିଡିଓ ଦେଖି ଏହିଭଳି ଜୁଏଲାରୀ ବିଜନେସ ଆରମ୍ଭ କରିବାକୁ ଚିନ୍ତା କରିଥିଲେ l

SAMBALPUR FABRIC ORNAMENT (ETV Bharat Odisha)

ତେବେ ସେ ସମ୍ବଲପୁରୀ ଫାବ୍ରିକରେ ଏହି ଜୁଏଲାରୀ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ l ତେଣୁ ସେ ପଲକ ଶର୍ମାଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରି ସୋସିଆଲ ମିଡ଼ିଆ ସାହାଯ୍ୟରେ ତାଙ୍କର କେତୋଟି ଫ୍ରି ୱେବନେୟାର ଓ ମାଷ୍ଟର କ୍ଲାସରେ ଜଏନ କରି ତାଲିମ ନେଇଥିଲେ l ତେବେ ଏଥିପାଇଁ ସେ 5 ହଜାର ଟଙ୍କାର ଫି ମଧ୍ୟ ଦେଇଥିଲେ l ସେଠାରୁ ସେ ତାଲିମ ପାଇବା ସହ କେତେକ କଞ୍ଚାମାଳ ଯଥା ଏମଡିଏଫ କାଠ, ଆକ୍ସିଡାଇଜ, ଶାମୁକା, ମୋତି, କେତେକ ପ୍ରକାର ସୁତା ମଗେଇ ଥିଲେ ଓ ଛୋଟ ଆକାରରେ ନିଜ ଘରେ କାମ ଆରମ୍ଭ କରିଥିଲେ l

SAMBALPUR FABRIC ORNAMENT (ETV Bharat Odisha)

ଏନେଇ ଜ୍ୟୋତି କୁହନ୍ତି,"ମୋତେ ଡିଜାଇନ କରିବା ପାଇଁ ବହୁତ ଭଲ ଲାଗୁଥିଲା l ଡ୍ରେସ, ମେହେନ୍ଦୀ, ମେକଅପରେ ବହୁତ ରୁଚି ଥିଲା l ଥରେ ଘରେ ଏକ ଡ୍ରେସ ସିଲେଇ କରିବା ପରେ କିଛି କପଡା ବଳିଗଲା l ସେଥିରୁ କିପରି ଏକ ଇୟରିଂ ତିଆରି କରିବି ବୋଲି ଭାବିଲି ଓ ସେଥିରୁ ଏକ ଇୟରିଂ ବନେଇଲି l ତାହାକୁ ଦେଖି ଲୋକ ବହୁତ ପ୍ରଶଂସା କଲେ l ତେବେ ସେହି ସମୟରେ କୋରୋନାରେ ସବୁ ବନ୍ଦ ହୋଇଗଲା l ପଇସାର ବହୁତ ସମସ୍ୟା ହେଲା l ମୁଁ ମେହେନ୍ଦୀ, ମେକଅପ ଆର୍ଟିଷ୍ଟ ଥିଲି, ତେବେ ବାହାଘର ବନ୍ଦ ହୋଇଯିବାରୁ କାମ ଆସିବା ବନ୍ଦ ହୋଇଗଲା l ଏହି ସମୟରେ ସୋସିଆଲ ମିଡ଼ିଆରେ ଦିନେ ଜଣେ ଜୁଏଲାରୀ ବିଜନେସ କୋଚ ପଲକ ଶର୍ମାଙ୍କ ଏକ ଭିଡିଓ ଦେଖିଥିଲି l ତାପରେ ତାଙ୍କ ସହ କଥା ହୋଇ କେତୋଟି ୱେବନେୟାର ଓ ମାଷ୍ଟର କ୍ଲାସରେ ଯୋଗ ଦେଇ ଉପାୟ ପାଇଥିଲି l

SAMBALPUR FABRIC ORNAMENT (ETV Bharat Odisha)

ସେଠାରୁ କେତେକ କଞ୍ଚାମାଲ ଆଣିଥିଲି ଓ ମାତ୍ର 5000 ଟଙ୍କା ସ୍ୱାମୀଙ୍କ ଠାରୁ ଆଣି ବିଜନେସ ଆରମ୍ଭ କରିଥିଲି l 2021 ମସିହାରେ ଏହି ବ୍ୟବସାୟ ନିଜ ଘରେ ଆରମ୍ଭ କରିଥିଲି l ତେବେ ବ୍ୟବସାୟ ବଢିବା ପରେ 2022 ଅଗଷ୍ଟ 1ରେ ଅନଲାଇନରେ ଅର୍ଡର ନେବା ସହ ବ୍ୟବସାୟକୁ ବଢ଼େଇଥିଲି l ଅନଲାଇନରେ ବ୍ୟବସାୟ ଆରମ୍ଭ ପରେ ବିକ୍ରୟ ବହୁତ ବଢିଗଲା l ପ୍ରଥମ ଥର ପାଇଁ ମୁଁ 18ହଜାର ତାଙ୍କର ଲାଭ ପାଇଲି ଆଉ ମୋର ସାହସ ବଢିଗଲା l ଏହାପରେ ମୁଁ ବ୍ୟବସାୟକୁ ବଢେଇବାକୁ ଇଚ୍ଛା କରିଥିଲି ।"

ସମ୍ବଲପୁରୀ ଫାବ୍ରିକ ଜୁଏଲାରୀ

SAMBALPUR FABRIC ORNAMENT (ETV Bharat Odisha)

ସମ୍ବଲପୁର ସହର ଅଶୋକା ଟକିଜ ଛକରୁ ସାକ୍ଷୀପଡ଼ା ରାସ୍ତାରେ ଯିବା ବେଳେ ହନୁମାନ ମନ୍ଦିର ଆଗକୁ ବାମ ପାର୍ଶ୍ଵରେ ଜ୍ୟୋତିଙ୍କର ଆଉଟଲେଟ ଅଛି l ଏଠି ସକାଳୁ ସଞ୍ଜ ସବୁବେଳେ ଗ୍ରାହକଙ୍କ ଭିଡ଼ ହୋଇଥାଏ l ଦୋକାନଟି ଛୋଟ ହେଲେ ମଧ୍ୟ ସବୁବେଳେ ଗହଳି ଦେଖିବାକୁ ମିଳେ l ଏଠି ସମ୍ବଲପୁରୀ ଫାବ୍ରିକର ବିଭିନ୍ନ ଡିଜାଇନର ଜୁଏଲାରୀ ବା ଅର୍ନାମେଣ୍ଟ ମିଳିଥାଏ l ଏହି ଅଳଙ୍କାରରେ ମୁଖ୍ୟତଃ ସମ୍ବଲପୁରୀ କପଡାର ଏକ ଡିଜାଇନ ଥାଏ, ଏହା ସହ ଏଥିରେ ଏମଡିଏଫ କାଠ, ଆକ୍ସିଡାଇଜ, ମୋତି, ଶାମୁକା ଇତ୍ୟାଦି ଖଚିତ ହୋଇଥାଏ l ଏଠାରେ ମୁଖ୍ୟତଃ ମହିଳାମାନଙ୍କର ଇୟରିଂ,ନେକଲେସ, ଚକୋର, ଚିକ ଇତ୍ୟାଦି ଉପଲବ୍ଧ ଅଛି l ଏହି ସବୁ ଅଳଙ୍କାରର ଦାମ 100 ଟଙ୍କାରୁ ଆରମ୍ଭ କରି 600 ଟଙ୍କା ପର୍ଯ୍ୟନ୍ତ ରହିଛି l ଏହି ସବୁ ଜିନିଷ ତିଆରି କରିବାକୁ ଏଠି 8 ଜଣ ଝିଅ ନିୟୋଜିତ ହୋଇଛନ୍ତି l

ଅନ୍ୟପାଇଁ ପାଲଟିଲେ ରୋଜଗାରର ମାଧ୍ୟମ

SAMBALPUR FABRIC ORNAMENT (ETV Bharat Odisha)

ବର୍ତ୍ତମାନ ଜ୍ୟୋତିଙ୍କ ସମ୍ବଲପୁରୀ ଜୁଏଲାରୀ ଆଉଟଲେଟରେ 8 ଜଣ ଝିଅ ରୋଜଗାର ପାଇଛନ୍ତି l ସେମାନେ ଏଠାରେ ମାତ୍ର 2 ରୁ 3 ଘଣ୍ଟା କାମ କରି ଭଲ ଦି ପଇସା ରୋଜଗାର କରି ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି l ଏଠାରେ ଉଭୟ ହୋଲସେଲ ଓ ରିଟେଲ ରେଟରେ ବିକ୍ରି ହେଉଛି l ହୋଲସେଲରେ ସପ୍ତାହକୁ 15 ହଜାର ଟଙ୍କା ପର୍ଯ୍ୟନ୍ତ ଓ ରିଟେଲରେ ଦୈନିକ 3000 ଟଙ୍କା ପର୍ଯ୍ୟନ୍ତ ସେଲ ହେଉଛି ବୋଲି ଜ୍ୟୋତି କହିଛନ୍ତି l

ଏହାମଧ୍ୟ ପଢନ୍ତୁ...

ବିଦେଶରେ ଚମକିଲା କୋରାପୁଟ କଫି, ମହିଳା ଉଦ୍ୟୋଗୀ କରୁଛନ୍ତି ଆଦିବାସୀଙ୍କୁ ସ୍ବାବଲମ୍ବୀ - KORAPUT COFFEE FARMING

ହଳଦୀ ପତ୍ରରୁ ତେଲ, ନୂଆ ସମ୍ଭାବନାର ସନ୍ଧାନରେ କୋରାପୁଟର ଆଦିବାସୀ ମହିଳା

ଆଧୁନିକତା ଛାପରେ ହଜିନି ପରିଚୟ, ଉଲ ବୁଣା ବସ୍ତ୍ର ଦେଖାଇଲା ରୋଜଗାରର ବାଟ

ରୋଜଗାର ଗ୍ୟାରେଣ୍ଟି ଗେଣ୍ଡୁଫୁଲ, SHG ମହିଳାଙ୍କୁ କରିଛି ସ୍ବାବଲମ୍ବୀ



ତେବେ ଜ୍ୟୋତିଙ୍କ ଏହି ଆଉଟଲେଟରେ ଜଣେ ସିଭିଲ ଡିପ୍ଲୋମା ଇଞ୍ଜିନିୟରିଙ୍ଗ ଛାତ୍ରୀ ମଧ୍ୟ ପାର୍ଟ ଟାଇମ କାମ କରନ୍ତି l ସେ ହେଉଛନ୍ତି ସମ୍ବଲପୁର ଅଇଁଠାପାଲିର ରିମା ବେହେରା ଯିଏ ଭୁବନେଶ୍ୱରର ଏକ ଇଞ୍ଜିନିୟରିଙ୍ଗ କଲେଜରେ ଡିପ୍ଲୋମା କରି ସାରିଛନ୍ତି l ତେବେ ଚଳିତ ବର୍ଷ ସେ ସୋସିଆଲ ମିଡ଼ିଆରୁ ଜ୍ୟୋତିଙ୍କ ଆଡଟଲେଟରେ ନିଯୁକ୍ତି ଆଉ ରୋଜଗାର ର ସୁଯୋଗ ଦେଖି ତାଙ୍କ ସହ ଯୋଡି ହୋଇଥିଲେ ଓ 4 ଦିନର ଟ୍ରେନିଂ କରିଲା ପରେ ଏବେ ଚାକିରି କରି ନିଜ ପାଇଁ ରୋଜଗାର କରି ପାରିଛନ୍ତି l

ଏନେଇ ରିମା କୁହନ୍ତି, " ମୁଁ ହ୍ୱାଟ୍ସଆପରେ ଦିଦିଙ୍କ ସ୍ଟାଟସରୁ ଏ ବିଷୟରେ ଜାଣିଲି ଆଉ ଏଠାକୁ ଆସିଲି l ଘରେ ବେକାର ହୋଇଥିଲି, କଣ କରିବି କଣ କରିବି ବୋଲି ଭାବୁଥିଲି l ଏଠି ଆସି କାମ କରିବା ପରେ ନିଜର ପକେଟ ମନି ରୋଜଗାର କରି ପାରୁଛି l ଆଗକୁ ଚାକିରି କଲେ ମଧ୍ୟ ଏଠି ପାର୍ଟ ଟାଇମ କାମ କରିବି, ମୋତେ ଏହା ଭଲ ଲାଗୁଛି ।"

ସମ୍ବଲପୁର, ଇଟିଭି ଭାରତ

ABOUT THE AUTHOR

...view details