ଓଡିଶା

odisha

ETV Bharat / state

କଳାକନା ବୁଲାଇଲା ପଡ଼ୋଶୀ, ୧୬ ଲକ୍ଷ ଟଙ୍କା ସହ ଲୁଟିଲା ସୁନା ଓ ରୁପା - BURLA THEFT CASE

ଘରେ କେହି ନଥିବା ବେଳେ ଟଙ୍କା, ସୁୁନା ଏବଂ ରୁପା ଗହଣା ଚୋରାଇ ନେଲା ପଡ଼ୋଶୀ । ସମ୍ବଲପୁର ପୋଲିସ କବଜାରେ ଅଭିଯୁକ୍ତ ।

Burla Theft Case
Burla Theft Case (ETV Bharat Odisha)

By ETV Bharat Odisha Team

Published : Dec 28, 2024, 11:47 AM IST

ସମ୍ବଲପୁର: ଝିଅ ବାହାଘର ପାଇଁ ସାଇତି ରଖିଥିଲେ ଟଙ୍କା । ହେଲେ ଟଙ୍କା ଦେଖି ଲୋଭ ସମ୍ଭାଳି ପାରିଲେନି ପଡ଼ୋଶୀ । ଚୋରି କରିନେଲେ ପାଖାପାଖି ୧୬ ଲକ୍ଷ ଟଙ୍କା ସହ ୯ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା । ଏଭଳି ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ବୁର୍ଲା ଥାନା ଅଞ୍ଚଳରୁ ।

ଚୋରି କରିନେଲା ପଡ଼ୋଶୀ:

ପୋଲିସ ସୂଚନା ଅନୁସାରେ, ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ କିର୍ବା ଅଞ୍ଚଳର ପ୍ରୀତି ପଣ୍ଡାଙ୍କ ଘରୁ ଗତ ୧୦ ତାରିଖରେ (10.12.24) ଚୋରି ହୋଇଥିଲା । ଘରେ କେହି ନଥିବା ସମୟରେ ଏକ ବ୍ୟାଗରେ ଥିବା ପ୍ରାୟ ୧୬ ଲକ୍ଷ ଟଙ୍କା ଓ ୧୩୧ ଗ୍ରାମ ସୁନା, ୭୬୦ ଗ୍ରାମ ରୁପା ଚୋରି ହୋଇ ଯାଇଥିଲା । ଏନେଇ ଅଭିଯୋଗ ଆସିବା ପରେ ବୁର୍ଲା ପୋଲିସ ଘଟଣାର ତ୍ୱରିତ ତଦନ୍ତ କରି ଏହି ଘଟଣା ଉପରୁ ପରଦା ଉଠାଇଛି । ଚୋରି ହୋଇଥିବା ସମସ୍ତ ଟଙ୍କା ଓ ଅଳଙ୍କାର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ପ୍ରୀତି ପଣ୍ଡାଙ୍କ ଘର ନିକଟରେ ରହୁଥିବା ତାଙ୍କ ପଡ଼ୋଶୀ ଇନ୍ଦ୍ର ବେହେରାଙ୍କୁ ଏହି ଚୋରି ଅଭିଯୋଗରେ ପୋଲିସ ଗିରଫ କରିଥିବା ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି ।

Burla Theft Case (ETV Bharat Odisha)

ଟଙ୍କା ସହ ସୁନା ଗହଣା ଚୋରି:

ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପିମୁକେଶ ଭାମୁ ସୂଚନା ଦେଇ କହିଛନ୍ତି, "ଗତ ୧୨ ତାରିଖରେ ବୁର୍ଲା ଥାନା ଅଞ୍ଚଳରେ ଏକ ଚୋରି ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଅଭିଯୋଗକାରିଣୀ ପ୍ରୀତି ପଣ୍ଡାଙ୍କ ଘରୁ ପାଖାପାଖି ୧୫ ଲକ୍ଷ ଟଙ୍କା ଚୋରି ହୋଇଥିଲା । ବାହାଘର ପାଇଁ ସେ ଏହି ଟଙ୍କା ରଖିଥିଲେ । ଏହି ଘଟଣାରେ ତାଙ୍କର ଜଣେ ପଡୋଶୀ ଇନ୍ଦ୍ର ବେହେରା ଏହି ଚୋରି କରିଥିଲେ । ଘରେ ଏକ ବ୍ୟାଗରେ ନଗଦ ଟଙ୍କା ଓ ବହୁ ସୁନା ଗହଣା ଏକ ବ୍ୟାଗରେ ରଖା ଯାଇଥିଲା । ଯାହାକୁ ଇନ୍ଦ୍ର ବେହେରା ଚୋରି କରିଥିଲା । ପରେ ପୋଲିସ ପାଖକୁ ମାମଲା ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ସମୟ ମଧ୍ୟରେ ଅଭିଯୋଗକାରିଣୀଙ୍କ ମାଆ ଏସପି ଅଫିସ ଆସି ଘଟଣାର ତ୍ୱରିତ ତଦନ୍ତ କରିବାକୁ ଅଭିଯୋଗ ମଧ୍ୟ କରିଥିଲେ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିବା ସହ ଟଙ୍କା ଓ ଅଳଙ୍କାର ଜବତ କରିଛି ପୋଲିସ ।

Burla Theft Case Exposed (ETV Bharat Odisha)

ଏହା ପରେ ପୋଲିସ ତଦନ୍ତ କରି ଇନ୍ଦ୍ର ବେହେରାଙ୍କୁ ଧରିଥିଲା । ତାଙ୍କ ପାଖରୁ ମୋଟ ୧୬ ଲକ୍ଷ ୪୦ ହଜାର ନଗଦ ଟଙ୍କା ଓ ପାଖା ପାଖି ୯ ଲକ୍ଷ ଟଙ୍କାର ସୁନା ଓ ରୁପାର ଗହଣା ଜବତ ହୋଇଥିଲା । ମୋଟ ୨୪ ଲକ୍ଷ ଟଙ୍କାର ନଗଦ ଟଙ୍କା ଓ ଅଳଙ୍କାର ଜବତ ହୋଇଥିଲା l" ଏତେ ପରିମାଣର ଟଙ୍କା ଘରେ ନ ରଖି ବ୍ୟାଙ୍କରେ ଟଙ୍କା ରଖିବାକୁ ଏସପି ଅପିଲ କରିଛନ୍ତି । ଏହି ଉଦ୍ଧାର ଟଙ୍କା ପ୍ରୀତି ପଣ୍ଡାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ ନଚେତ ତାଙ୍କର ଆକାଉଣ୍ଟ ଖୋଲି ସେଥିରେ ଟଙ୍କା ଦିଆଯିବ ବୋଲି ଏସପି କହିଛନ୍ତି ।

Burla Theft Case Exposed (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ, ଲାଗିଥିଲା ମୋବାଇଲ ଚୋରି ଅଭିଯୋଗ

ଏହା ମଧ୍ୟ ପଢ଼ନ୍ତୁ...ନିଜ ଅଫିସରେ ବୁଲାଇଥିଲେ କଳାକନା, 5 ଜଣଙ୍କୁ ବାନ୍ଧିଲା ପୋଲିସ

Burla Theft Case Exposed (ETV Bharat Odisha)

ଅଭିଯୋଗକାରିଣୀ ପ୍ରୀତି ପଣ୍ଡା କହିଛନ୍ତି, " ମୋ ଭାଇଙ୍କ ମୋବାଇଲ ମରାମତି ଦୋକାନ ଅଛି ଓ ତାଙ୍କର ଏକ ଛୋଟ କ୍ୟାଣ୍ଟିନ ଅଛି । ଏହି ୨ଟି ସ୍ଥାନରୁ ଦୈନିକ ପ୍ରାୟ ୫ରୁ ୬ ହଜାର ଟଙ୍କା ରୋଜଗାର ହୋଇଥାଏ । ଏହି ରୋଜଗାରର ଟଙ୍କାକୁ ଦୈନିକ ରବର ସାହାଯ୍ୟରେ ବଣ୍ଡଲ କରି ବାନ୍ଧି ଘରେ ଏକ ବ୍ୟାଗରେ ରଖୁଥିଲୁ । ପ୍ରାୟ ୨ ବର୍ଷ ହେବ ଘରେ ଏହି ଟଙ୍କା ସବୁ ରଖି ଅସୁଥିଲେ ଓ ହିସାବ ମଧ୍ୟ କରି ନଥିଲୁ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details