ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜିଲ୍ଲାରେ ସରକାରୀ ପ୍ରକଳ୍ପକୁ ବିରୋଧ - SAMAKOI IRRIGATION PROJECT

ସମାକୋଇ ଚକଧର ପ୍ରକଳ୍ପ ବନ୍ଦ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।

SAMAKOI IRRIGATION PROJECT
SAMAKOI IRRIGATION PROJECT (ETV Bharat Odisha)

By ETV Bharat Odisha Team

Published : Oct 7, 2024, 9:11 PM IST

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲାରେ ସରକାରୀ ପ୍ରକଳ୍ପକୁ ବିରୋଧ । ସମାକୋଇ ଚକଧର ପ୍ରକଳ୍ପ ବନ୍ଦ ଦାବିରେ ଆଜି (ସୋମବାର) ସମାକୋଇ ଚକଧର ସମନ୍ୱୟ ସମିତି ପକ୍ଷରୁ ପ୍ରକଳ୍ପ ବନ୍ଦ ଦାବି କରାଯାଇଛି । ଆଗାମୀ ଦିନରେ ଚକଧର ପ୍ରକଳ୍ପକୁ କିପରି ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ ସେନେଇ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହାସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଚକଧର ପ୍ରକଳ୍ପକୁ ବିରୋଧ:

PROTEST AGAINST SAMAKOI IRRIGATION (ETV Bharat Odisha)

ସୂଚନା ଯୋଗ୍ୟ ଯେ, ସମାକୋଇ ଚକଧର ପ୍ରକଳ୍ପ ନିର୍ମାଣ ହେଲେ ଅନୁଗୋଳ ଜିଲ୍ଲା ପାଲଲହଡା ଓ କଣିହାଁ ବ୍ଲକର ୯୨ଟି ଗାଁର ୯୯୯୦ ହେକ୍ଟର ଜମି ଜଳସେଚିତ ହେବ । ଅନ୍ୟପକ୍ଷରେ ପ୍ରକଳ୍ପ ହେବା ଫଳରେ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକର ୪୧୩.୬୪ ହେକ୍ଟର ଜମି ଜଳମଗ୍ନ ହେବ ଏବଂ ଏହା ମଧ୍ୟରୁ ୧୫୮.୭୪ ହେକ୍ଟର ନିଜସ୍ଵ ଜମି, ୮୩.୫ ହେକ୍ଟର ଜଙ୍ଗଲ ଜମି, ୧୭୦.୯୮ ହେକ୍ଟର ଅଣ-ଜଙ୍ଗଲ ସରକାରୀ ଜମି ଓ ୦.୪୦ ହେକ୍ଟର ବସ୍ତିହୀନ ଘରଡ଼ିହ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇଥିଲେ । ତେଲକୋଇ ଠାରେ ଏହି ଚକଧର ପ୍ରକଳ୍ପ ହେଲେ ତେଲକୋଇ ବ୍ଲକ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ ବୋଲି ଅଞ୍ଚଳବାସୀ ଆଶଙ୍କା କରୁଛନ୍ତି । ତେଣୁ ସେମାନେ ପ୍ରକଳ୍ପ ପାଇଁ ଇଞ୍ଚେ ହେଲେ ଜମି ଛାଡିବୁ ନାହିଁ ବୋଲି ଶପଥ ନେଇଛନ୍ତି ।

ପୂର୍ବରୁ କରାଯାଇଥିଲା ତେଲକୋଇ ବନ୍ଦ:

PROTEST AGAINST SAMAKOI IRRIGATION (ETV Bharat Odisha)

ପୂର୍ବରୁ ମଧ୍ୟ ଏହି ପ୍ରକଳ୍ପକୁ ବିରୋଧ କରାଯାଇଥିଲା । ଗତ ଅଗଷ୍ଟ ୨୭ ତାରିଖରେ ପ୍ରକଳ୍ପ ବିରୋଧରେ ୧୨ ଘଣ୍ଟିଆ ତେଲକୋଇ ବନ୍ଦ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେହିପରି ସେପ୍ଟେମ୍ବର ୧୨ ତାରିଖରେ ଜଗମୋହନପୁର ଠାରେ ଜାତୀୟ ରାଜପଥ ଅବରୋଧ ସମୟରେ କେନ୍ଦୁଝର ଉପଜିଲ୍ଲାପାଳ ୭ ଦିନ ମଧ୍ୟରେ ସମନ୍ୱୟ ସମିତିକୁ ଡାକି ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଆନ୍ଦୋଳନ ଓ ରାସ୍ତା ଅବରୋଧ ହଟିଥିଲା । ହେଲେ ଆଜି ପ୍ରକଳ୍ପକୁ ବିରୋଧ କରି ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ତେଲକୋଇବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ପ୍ରକଳ୍ପ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର:

PROTEST AGAINST SAMAKOI IRRIGATION (ETV Bharat Odisha)

ତେବେ ଆନ୍ଦୋଳନକାରୀମାନେ କାଳିପଡ଼ିଆରୁ ବିରାଟ ପଟୁଆରରେ ଆସି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ଏକ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ଓ ବିକ୍ଷୋଭକୁ କଂଗ୍ରେସ ଓ ବିଜେଡି ସମର୍ଥନ କରୁଥିବା ବେଳେ ଆଜି ଏଥିରେ କଂଗ୍ରେସର ବରିଷ୍ଟ ନେତା ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ବିଜେଡିର ଆଶିଷ ଚନ୍ଦ୍ରବର୍ତ୍ତୀ ଓ ମାଧବ ସର୍ଦାର ଆଦି ଯୋଗ ଦେଇଥିଲେ । ଏନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ବନ୍ଦ ନହେଲେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଜନସାଧାରଣଙ୍କ ସ୍ବାର୍ଥ ରକ୍ଷାପାଇଁ ପ୍ରକଳ୍ପ ବନ୍ଦ କରାଯାଉ:

PROTEST AGAINST SAMAKOI IRRIGATION (ETV Bharat Odisha)

ଏନେଇ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଛନ୍ତି, "୧୯୮୦ ମସିହା ପୂର୍ବରୁ ଯେଉଁ ସରକାର ଥିଲେ ଏଠାରେ ବନ୍ଧ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ୧୯୮୦ରେ ଯେବେ କଂଗ୍ରେସ ସରକାର ହୋଇଥିଲା, ସ୍ଥାନୀୟ ସମସ୍ୟା ଦେଖି ତାକୁ ସରକାର ବନ୍ଦ କରିଦେଇଥିଲେ । ଯଦିଓ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ତେଲକୋଇ ଜନସାଧାରଣଙ୍କ ସ୍ବାର୍ଥ ରକ୍ଷାପାଇଁ ତାକୁ ବନ୍ଦ କରାଯାଇଥିଲା । ହେଲେ ଏବେ ଆମ ଜିଲ୍ଲାର ଲୋକ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ କହୁଛନ୍ତି ସ୍ବର୍ଣ୍ଣର କେନ୍ଦୁଝରକୁ ତିଆରି କରିବେ । ସ୍ବର୍ଣ୍ଣର ମନ୍ଦିର ତିଆରି କରିବା ପାଇଁ କହି ବହୁ ଚାଷୀଙ୍କୁ ହତାସ କରି ରାସ୍ତାର ଭିକାରୀ କରିବା ପାଇଁ ଯେଉଁ ସମାକୋଇ ପ୍ରକଳ୍ପକୁ ପୁଣିଥରେ ଆରମ୍ଭ କରିବା ପାଇଁ ଉଦ୍ୟମ କରୁଛନ୍ତି, ଏହା ଅତି ଦୁଃଖଦାୟକ । ମୋର ଅନୁରୋଧ ସରକାର ସମାକୋଇ ପ୍ରକଳ୍ପକୁ ବନ୍ଦ କରିବେ ।"

PROTEST AGAINST SAMAKOI IRRIGATION (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ସମାକୋଇ ଚକଧର ଜଳ ପ୍ରକଳ୍ପକୁ ବିରୋଧ, ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ - Telkio bandha

ଏହା ମଧ୍ୟ ପଢ଼ନ୍ତୁ...ହସିବ ଜନ୍ମମାଟି କେନ୍ଦୁଝର, ନିଜ ଜିଲ୍ଲାକୁ ବଡ଼ ଭେଟିଦେଲେ ମୁଖ୍ୟମନ୍ତ୍ରୀ ମୋହନ - CM MOHAN LAUNCHES PROJECTS

ଏହା ମଧ୍ୟ ପଢ଼ନ୍ତୁ...ମେଗା ସ୍ବାସ୍ଥ୍ୟ ମେଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; ମାଗଣାରେ ହେଲା ଚକ୍ଷୁ ପରୀକ୍ଷା, ହଜାର ହଜାର ଲୋକ ଉପକୃତ - Mega health fair

୪୬ ବର୍ଷ ଧରି ପ୍ରକଳ୍ପକୁ ବିରୋଧ:

PROTEST AGAINST SAMAKOI IRRIGATION (ETV Bharat Odisha)

୪୬ ବର୍ଷ ଧରି ସ୍ଥାନୀୟ ବାସିନ୍ଦା ଏହି ପ୍ରକଳ୍ପକୁ ବିରୋଧ କରୁଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ସମାକୋଇ ନଦୀର ଚକଧର ତଳମୁଣ୍ଡରେ ଏହି ପ୍ରକଳ୍ପ ଶେଷ ହେବା ପରେ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକର ଏକ ପ୍ରମୁଖ ଅଂଶ ଜଳମଗ୍ନ ହୋଇ ଅନେକ ଲୋକ ବିସ୍ଥାପିତ ହେବେ । ଏଥି ସହିତ ଜିଲ୍ଲାର କୃଷି ଜମି ଜଳସେଚନ ସୁବିଧା ପାଇବ ନାହିଁ । ଏହା ବଦଳରେ ପଡୋଶୀ ଅନୁଗୋଳ ଜିଲ୍ଲାର ପାଲଲହଡା ଏବଂ କଣିହାଁ ଅଞ୍ଚଳକୁ ଜଳସେଚନ କରାଯିବ । ତେଲକୋଇର ଅନେକ ଗାଁ ଭୟ କରୁଛନ୍ତି ଯେ, ଏହି ପ୍ରକଳ୍ପ ହେଲେ ଅଞ୍ଚଳ ଜଳମଗ୍ନ ହୋଇଯିବ । ଏହାଦ୍ୱାରା ବହୁ ପରିବାର ବିସ୍ଥାପିତ ହେବେ ବୋଲି ସେମାନେ କହିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details