ରାୟଗଡା:ରାୟଗଡାରେ ଆରମ୍ଭ ହୋଇଯାଇଛି ଗଣପର୍ବ ଚଇତି ୨୦୨୪ । ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ଉତ୍ସବ ଜିଲାସ୍ତରୀୟ ଲୋକ ମହୋତ୍ସବ ଚଇତିକୁ ଅକ୍ଷରବ୍ରହ୍ମ ମନ୍ଦିରରୁ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଯୋଗ ଦେଇଥିଲେ । ଆଜି ସକାଳୁ ମନ୍ଦିରରେ ଶବରଙ୍କ ଦେବତା ମାତାରବନ୍ନମଙ୍କ ନିକଟରେ ପୂଜାର୍ଚ୍ଚନା ପରେ ୧୧ ବ୍ଲକ୍ରେ ଚଇତି କାର୍ଯ୍ୟକ୍ରମ ପାଇଁ ୧୧ଟି କଳସ ସ୍ଥାପନ କରି ଗଙ୍ଗା ଆବାହନ ଦ୍ବାରା ଘଟ ସ୍ଥାପନା କରିଥିଲେ ।
ଉଦଘାଟନ ହେଲା ଚଇତି ପର୍ବ:
RAYAGADA CHAITI 2024 (ETV BHARAT ODISHA) ସାଂସଦଙ୍କ ସହ ଉପସ୍ଥିତ ୩ ବିଧାୟକ ସୁନାରିଘାଇ ଛକ ନିକଟରେ ପହଞ୍ଚି ଖିଲାମୁଣ୍ଡା ଠାକୁରାଣୀ ମନ୍ଦିରରୁ ଆଜ୍ଞାମାଳ ଗ୍ରହଣ କରିଥିଲେ। ପରେ ଶୋଭାଯାତ୍ରାରେ ବାହାରି ପଦ୍ମପୁର ବିଜୟାନନ୍ଦ ହାଇସ୍କୁଲ ପଡ଼ିଆଠାରେ ଚଇତି ମଣ୍ଡପରେ କଳସ ସ୍ଥାପନ କରାଯାଇ ପୂଜା କରାଯାଇଥିଲା । ପରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକସ୍ତରୀୟ ଲୋକ ମହୋତ୍ସବ ଚଇତି ମଞ୍ଚରେ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଚଇତି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଆଦିବାସୀ କଳାକାର ଯୋଗଦେଇ ନାଚଗୀତ ପରିବେଷଣ କରିଥିଲେ । ପରେ ପଦ୍ମପୁର ଠାରେ ବ୍ଲକସ୍ତରୀୟ ଚଇତି ମହୋତ୍ସବ ପାଳନ ହୋଇଥିଲା । ଏଥିରେ ସାଂସଦ ସପ୍ତଗିରି ଉଲାକା ଓ ୩ ବିଧାୟକ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ଆସନ୍ତା ୯ରୁ ଆରମ୍ଭ ହେବ ମା’ ତାରିଣୀଙ୍କ ପ୍ରସିଦ୍ଧ ଚଇତିପର୍ବ - Chaiti Parba At Maa Tarini Temple
ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ଲୋକକଳା ବଞ୍ଚାଇବା ଲକ୍ଷ୍ୟ, ନିଆରା ଓଡ଼ଶୀ ସଂକୀର୍ତ୍ତନ ମହୋତ୍ସବ ଅନୁଷ୍ଠିତ - Khordha Odashi Sankirttana Mahotsav
RAYAGADA CHAITI 2024 (ETV BHARAT ODISHA) ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ବ୍ଲକସ୍ତରୀୟ ଚଇତି ସଂଯୋଜକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ମିଶନ ଡ. ଦୟାନିଧ୍ୟ ବାଗ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ସମେତ ସମସ୍ତ ବ୍ଲକର ଅଧ୍ୟକ୍ଷା ଓ ଜିଲ୍ଲା ପରିଷଦ ସଭ୍ୟ ମାନେ ଉପସ୍ଥିତ ଥିଲେ । ଏଥିରେ ଚଇତି ରଥ ଉଦ୍ଘାଟନ କରାଯିବା ସହିତ ଚଇତି ପୋଷ୍ଟର ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଦିବ୍ୟାଙ୍ଗ କଳାକାରଙ୍କ ଦ୍ବାରା ଚଇତି ସଙ୍ଗୀତର ଉନ୍ମୋଚନ କରାଯାଇଥିଲା । ପଦ୍ମପୁର ବ୍ଳକ ଖିଲାପଦର ପଞ୍ଚାୟତର ଦିବ୍ୟାଙ୍ଗ କଳାକାର ଲକ୍ଷ୍ମଣ ଶବର ଏବଂ ଗୁଡ଼ାରୀ ବ୍ଲକ କଦମା ପଞ୍ଚାୟତ ଟଙ୍ଗରମା ଗ୍ରାମର ଫାବେନା ପାଲକା ଏହି ସଙ୍ଗୀତରେ କଣ୍ଠଦାନ କରିଛନ୍ତି । ବ୍ଲକସ୍ତରୀୟ ଚଇତି ସରିବା ପରେ ଗୁଣପୁଲରେ ତିନି ଦିନିଆ ଇଡିତାଲ ଚଇତି ଅନୁଷ୍ଠିତ ହେବା ପରେ ଆସନ୍ତା ୨୬ ତାରିଖରୁ ରାୟଗଡା କିସିତି ପତିଆରେ ଜିଲ୍ଲାସ୍ତରୀୟ ଚଇତି ଓ ପଲ୍ଲିଶ୍ରୀ ମେଳା ଆୟୋଜିତ ହେବା କାର୍ଯ୍ୟକ୍ରମ ରହିଛି।
RAYAGADA CHAITI 2024 (ETV BHARAT ODISHA) ଇଟିଭି ଭାରତ, ରାୟଗଡା